Lucky Zodiac Sign: ଜୁଲାଇ ୧୧ରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 11 July 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Wed, 10 Jul 2024-11:04 pm,
1/5

ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ତମ ରହିବ। ନିଜର ଲକ୍ଷ୍ୟକୁ ହାସଲ କରିବା ନେଇ ପରିଶ୍ରମ କରିବେ। ସଫଳତା ହାସଲ କରିବେ। ଚାକିରିଆମାନେ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ଫଳରେ ଆପଣ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ। ପଦୋନ୍ନତି ଯୋଗ ରହିଛି।  ବ୍ୟବସାୟୀମାନେ ଭଲ ଲାଭ କମାଇବେ। ବ୍ୟବସାୟର ଆକାରରେ ମଧ୍ୟ ବୃଦ୍ଧି ହେବ। ଭାଇ ଓ ଭଉଣୀ କିମ୍ବା ପଡୋଶୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ସମାଜରେ ଆପଣଙ୍କର ସମ୍ମାନ ଓ ଯଶ ବୃଦ୍ଧି ପାଇବ। 

2/5

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ଫଳପ୍ରଦ ହେବ। ଆଜି ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ଆପଣଙ୍କର ବ୍ୟକ୍ତିତ୍ୱ ଆକର୍ଷଣର କାରଣ ପାଲଟିବ। କୋର୍ଟ କଚେରୀରେ ମାମଲା ଚଲିଥିଲେ ସେଥିଲେ ଅନ୍ତଘଟିବ। ଚାକିରିଆମାନେ ଉପରିସ୍ଥ ଅଧିକାରୀମାନଙ୍କର ମନ ଜିଣିବାରେ ସଫଳ ହେବେ। ନୂତନ ଚାକିରିର ଅଫର ମିଳିପାରେ। ନିବେଶରୁ ଭଲ ଲାଭ କମାଇ ପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ ଉତ୍ତମ ରହିବ। 

3/5

ତୁଳା ରାଶି ଆଜି ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଆୟର ମାତ୍ରା ବଢିବ। ଅନ୍ୟକୁ ସାହାଯ୍ୟ କରି ସମ୍ମାନିତ ହୋଇପାରନ୍ତି। ବ୍ୟବସାୟୀମାନେ ଭଲ ଲାଭ କମାଇବେ। କିଛି ପ୍ରଭାବଶାଳୀଙ୍କ ସହିତ ପରିଚୟ ହେବ। ଅଧାରେ ଅଟକି ଥିବା କାର୍ଯ୍ୟ ଶେଷ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। ସନ୍ତାନଙ୍କ ଠାରୁ ଖୁସି ଖବର ମିଳିପାରେ। ସୁଖ ସୁବିଧାରେ ଦିନଟି ଅତିବାହିତ ହେବ। ଜୀବନସାଥୀଙ୍କ ପାଇଁ ଜମିଜମା କିମ୍ବା ନୂତନ ଯାନବାହନ କିଣିବାର ଯୋଗ ରହିଛି। ପରିବାରରେ ଚାଲିଥିବା ସମସ୍ତ ବିବାଦ ଶେଷ ହେବ। 

4/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଭଲରେ କଟିବ। ଜୀବନଶୈଳିରେ ଉନ୍ନତି ଘଟିବ। ଲାଭର ମାତ୍ରା ବଢିବ। ଆୟର ବୃଦ୍ଧି ପାଇଁ କରିଥିବା ଯୋଜନା ସଫଳ ରୁପ ନେଇପାରେ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଭଲ ଲାଭ ହେବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଫଳପ୍ରଦ ରହିବ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ଆୟ ପାଇଁ ନୂଆ ରାସ୍ତା ଖୋଲିପାରେ। ସନ୍ତାନଙ୍କୁ ନେଇ ଯଦି କୌଣସି ବିବାଦ ଥାଏ ସେଥିରୁ ମୁକ୍ତି ପାଇବେ। ବିଦେଶରେ ରହୁଥିବା ସମ୍ପର୍କିୟଙ୍କ ଠାରୁ ଖୁସି ଖବର ମିଳିପାରେ। ପରିବାରରେ ବିବାହ ଯୋଗ ରହିଛି। 

5/5

କୁମ୍ଭ ରାଶି କୁମ୍ଭ ରାଶିଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ଏହି ରାଶିର ବ୍ୟକ୍ତିବିଶେଷ ମାନେ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କଡ଼ା ପରିଶ୍ରମ କରି ସଫଳତା ହାସଲ କରିବେ। ଜୀବନସାଥୀଙ୍କ ସହିତ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଘରେ କୌଣସି ନିର୍ମାଣ କାର୍ଯ୍ୟ କରିପାରନ୍ତି। ସମ୍ପତି କିଣିବାର ଯୋଗ ରହିଛି। କିଛି ସ୍ୱତନ୍ତ୍ର ଲୋକଙ୍କୁ ଆପଣ ସାକ୍ଷାତ କରିପାରନ୍ତି। ସନ୍ତାନମାନେ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ହାସଲ କରିବେ। ଫଳରେ ଆପଣଙ୍କର ଗୌରବ ବୃଦ୍ଧି ପାଇପାରେ। ବେକାର ଥିବା ଯୁବକଯୁବତୀମାନଙ୍କୁ ନୂଆ ଚାକିରି ମିଳିପାରେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link