Lucky Zodiac Sign: ଅକ୍ଟୋବର ୧୮ରେ ବୁଦ୍ଧାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 18th October 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Fri, 18 Oct 2024-7:14 am,
1/5

ବୃଷ ରାଶି ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ତମ ରହିବାକୁ ଯାଉଛି। ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ବିଶେଷ ପରିବର୍ତ୍ତନ ଦେଖାଦେବ। ପୂର୍ବ ଯୋଜନା ମୁତାବକ କାର୍ଯ୍ୟ କରି ଲାଭାନ୍ୱିତ ହେବାର ସମ୍ଭାବନା ରହିଛି। ପରିବାରରେ କୌଣସି ସଦସ୍ୟଙ୍କ ବିବାହ ପ୍ରସ୍ତାବ ଆସିବାରେ। ଚିନ୍ତାରୁ ମୁକ୍ତି ହେବେ। ସ୍ୱାସ୍ଥ୍ୟରେ ସୁଧାର ଆସିବେ। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ରୋଜଗାର କରିବେ। ଦିନଟି ବ୍ୟସ୍ତବହୁଳ ହେବାକୁ ଯାଉଛି। ସେହିପରି ଚାକିରିଆମାନଙ୍କୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ ହୋଇପାରେ।  

2/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଲାଭପ୍ରଦ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିବିଶେଷମାନେ ଆଜି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ଭଲ ସ୍ଥାନରେ ନିବେଶ ଯୋଗ ରହିଛି। ମଧୁର ବ୍ୟବହାର ପାଇଁ ଆପଣ ନିଜର କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। ଚାକିରିଆମାନଙ୍କର କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଘର କିମ୍ବା ଜମିଜମା କ୍ଷେତ୍ରରେ ନିବେଶ କରିପାରନ୍ତିଷ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଘରୋଇ ସାମଗ୍ରୀ କିଣାକିଣି ସମୟ ଅତିବାହିତ କରିବେ। 

3/5

ବିଛା ରାଶି ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି। ବିଛା ରାଶିର ବ୍ୟକ୍ତିବିଶେଷ ଆଜି ବେଶ ସକ୍ରିୟ ରହିବେ। ଯୋଜନା ମୁତାବକ କାର୍ଯ୍ୟ କରି ସଫଳତା ହାସଲ କରିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଯୋଗଦାନ କରି ସଫଳତା ହାସଲ କରିବେ। ନୂଆ ଯୋଜନା ମୁତାବକ କାର୍ଯ୍ୟ କରି ବ୍ୟବସାୟୀମାନେ ସଫଳତା ହାସଲ କରିବେ। ଚାକିରିଆମାନେ ମଧ୍ୟ କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହେବେ। ସନ୍ଧ୍ୟା ସମୟରେ ଘରୋଇ ସାମଗ୍ରୀ କିଣାକିଣିରେ ସମୟ ଅତିବାହିତ କରିବେ। 

4/5

ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇ ଦିନଟ ସକରାତ୍ମକ ହେବାକୁ ଯାଉଛି। ଧନୁ ରାଶିର ବ୍ୟକ୍ତିବିଶେଷମାନେ ଋଣମୁକ୍ତ ହେବେ। ବେଶ ସକରାତ୍ମକ ନଜର ଆସିବେ। ସମସ୍ତ ପରିସ୍ଥିତର ସାମ୍ନା କରି ସଫଳତା ହାସଲ କରିବେ। କିଛି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସମାଜରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇପାରେ। ଚାକିରିଆମାନଙ୍କୁ ଦରମା ଓ ପଦୋନ୍ନତି ନେଇ ଶୁଭ ଖବର ମିଳିପାରେ। ଜୀବନସାଥୀଙ୍କ ସହିତ ଚାଲିଥିବା ବିବାଦର ଅନ୍ତ ଘଟିବ। ସନ୍ଧ୍ୟା ସମୟରେ ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। 

5/5

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭପ୍ରଦ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ କୃପାରୁ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି। ଅଟକି ଥିବା ରାଶି ଫେରି ପାଇପାରନ୍ତି। ନୂଆ କାର୍ଯ୍ୟରେ ନିବେଶ କରି ଲାଭାନ୍ୱିତ ହୋଇ ପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ବେଶ ସକରାତ୍ମକ ରହିଛି। ଦିପାବଳୀ ପୂର୍ବରୁ ଦୂର ଯାତ୍ରା ଯୋଗ ରହିଛି। ରାଜନୀତିରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ ହୋଇ ପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ସଫଳତା ପାଇଁ ଶିକ୍ଷକଙ୍କ ସହଯୋଗ ଲୋଡ଼ିପାରନ୍ତି। ପରିବାରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ଧାର୍ମିକ କାର୍ଯ୍ୟରେ ସନ୍ଧ୍ୟାରେ ସମୟ ଅତିବାହିତ କରିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link