Lucky Zodiac Sign: ଅଗଷ୍ଟ ୯ରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 09 August 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Thu, 08 Aug 2024-11:37 pm,
1/5

ମିଥୁନ ରାଶି ଆଜି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ପ୍ରତିଟି କ୍ଷେତ୍ରରେ ଆଜି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ। ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ। କ୍ୟାରିୟରରେ ମଧ୍ୟ ସଫଳତା ମିଳିବ। ମାତାର ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟୀମାନେ ପ୍ରଚୁର ଲାଭ କମାଇବେ। ନାନିହାଲ ପକ୍ଷର ବ୍ୟକ୍ତିବିଶେଷଙ୍କୁ ଧନ ଲାଭର ଯୋଗ ରହିଛି। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। 

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ବେଶ ଲାଭ ଦାୟକ ରହିବ। ସିଂହ ରାଶିର ବ୍ୟକ୍ତି ବିଶେଷ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବେ। ଚିନ୍ତାମୁକ୍ତ ରହିବେ। ସୁଖ ଶାନ୍ତିର ଓ ସମୃଦ୍ଧିରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ସମସ୍ୟାମୁକ୍ତ ହେବେ। ପ୍ରଗତି ଦିଗରେ ବ୍ୟବସାୟୀମାନେ ଅଗ୍ରସର ହେବେ। ନୂଆ ଘର କିମ୍ବା ଜମିଜମା କିଣିବାର ସୁଯୋଗ ରହିଛି। 

Also Read: Shani Gochar 2024: ଶନିଙ୍କ ଚଳନ ଫଳରେ ୪୭ ଦିନରେ ମାଲାମାଲ ହେବେ ଏହି ୩ ରାଶି

3/5

ବିଛା ରାଶି ଆଜି ବିଛା ରାଶି ପାଇଁ ଦିନଟି ବେଶ ସକରାତ୍ମକ ରହିବ। ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ବ୍ୟକ୍ତିଗତ ଓ ବୃତ୍ତିଗତ କ୍ଷେତ୍ରରେ ବେଶ ସଫଳତା ହାସଲ କରିବେ। ପୈତୃକ ସମ୍ପତ୍ତି ମିଳିବାର ଯୋଗ ରହିଛି। ଅଟକି ରହିଥିବା ଧନ ଫେରିପାଇବେ। ବରିଷ୍ଠଙ୍କ ପରାମର୍ଶ କ୍ରମେ ବ୍ୟବସାୟୀମାନେ ବଡ଼ ଲାଭ ହାସଲ କରିପାରନ୍ତି। ବୈବାହିକ ଦମ୍ପତିଙ୍କର ସମ୍ପର୍କ ମଜବୁତ ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। 

Also Read: Tankadhar Tripathy: ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

4/5

ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। ଧନୁ ରାଶିର ବ୍ୟକ୍ତି ବିଶେଷମାନେ ବୁଝିବା ଓ ଚିନ୍ତା କରିବା କ୍ଷେତ୍ରରେ ପରିପକ୍ୱତା ହାସଲ କରିବେ। ରାଜନୈତିକ କ୍ଷେତ୍ରରେ ଥିବା ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବ। ପାର୍ଟ ଟାଇମ କାମ କରୁଥିଲେ ସେଥିରେ ସଫଳତା ହାସଲ କରିବେ। ପରିବାରର କୌଣସି ସଦସ୍ୟ ଶୁଭ ଖବର ଦେଇପାରନ୍ତି। ଭବିଷ୍ୟତକୁ ନେଇ ପଦକ୍ଷେପ ନେଇପାରନ୍ତି। ଆର୍ଥିକ ବୋଝରୁ ମୁକ୍ତି ମିଳିପାରେ। 

Also Read: Mangal Gochar: ମିଥୁନ ରାଶିକୁ ଚଳନ କରିବେ ମଙ୍ଗଳ, ୨୬ ଅଗଷ୍ଟରୁ ସୂର୍ଯ୍ୟଙ୍କ ଭଳି ଚମକିବ ଏହି ସବୁ ରାଶିର ଭାଗ୍ୟ

5/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ମକର ରାଶିର ବ୍ୟକ୍ତି ବିଶେଷଙ୍କର ବନ୍ଧୁମାନଙ୍କ ସହିତ ସମ୍ପର୍କ ମଜବୁତ ହେବ। ଜମିଜମା କ୍ଷେତ୍ରରେ ନିବେଶ କରିବା ପାଇଁ ଦିନଟି ବେଶ ଉତ୍ତମ ରହିବ। ପାରିବାରିବ ବ୍ୟବସାୟ ପାଇଁ ଘରର ଗୁରୁଜନଙ୍କ ପରାମର୍ଶ ଲୋଡ଼ି ପାରନ୍ତି। ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। 

Also Read: Astrology News: ୧୨୦ ଦିନ ପର୍ଯ୍ୟନ୍ତ ଏହି ତିନି ରାଶି ଉପରେ ଧନ ବର୍ଷା

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link