Morning Tips: ବିଛଣା ଛାଡିବା ପରେ କରନ୍ତୁ ଏହି ୫ଟି କାମ, ଜୀବନରେ ଦୂର ହେବ ଦୁଃଖକଷ୍ଟ, ଧନ ଢାଳିବେ ମାଆ ଲକ୍ଷ୍ମୀ !

Morning Tips: ସକାଳ ସମୟକୁ ବ୍ରହ୍ମ ମୂହୁର୍ତ୍ତ ବୋଲି କୁହାଯାଏ । ଶାସ୍ତ୍ରରେ କୁହାଯାଇଛି ଯେ, ସକାଳର ଆରମ୍ଭ ଶୁଭକାମ ସହିତ କରିବା ଆବଶ୍ୟକ। ଏହା କରିବା ଦ୍ବାରା ଆପଣଙ୍କ ଦିନଟି ପୁରା ଭଲରେ କଟିଥାଏ । ସେଥିପାଇଁ ସକାଳେ କରାଯାଇଥିବା କାମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେବେ, ସକାଳୁ ଉଠିବା ମାତ୍ରେ ଏଭଳି କିଛି କାମ କରିବା ଦ୍ବାରା ଲକ୍ଷ୍ମୀ ଦେବୀ (maa lakshmi) ପ୍ରସନ୍ନ ହୋଇଥାଆନ୍ତି (blessings)। ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। କେବଳ ସେତିକି ନୁହେଁ, ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବା ସହ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ଆଶାତିତ ସଫଳତା ମିଳିଥାଏ।

Mon, 05 Jun 2023-7:48 am,
1/5

ଧାର୍ମିକ ବିଶ୍ୱାସ ଅନୁସାରେ ସକାଳେ ଉଠିବାମାତ୍ରେ ଆପଣ ନିଜ ଇଷ୍ଟ ଦେବଙ୍କୁ ମନେ ପକାନ୍ତୁ । ଏବଂ ତାଙ୍କୁ ପ୍ରଣାମ କରନ୍ତୁ । ଏପରିକି ଶେଜ ଛାଡିବା ମାତ୍ରେ ନିଜ ହାତର ପାପୁଲି ବି ଦେଖିବା ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ଭଗବାନ ବ୍ରହ୍ମା, ମାତା ଲକ୍ଷ୍ମୀ ଏବଂ ମାତା ସରସ୍ୱତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଏବଂ ଜୀବନରେ କେବେବି ଧନର ଅଭାବ ରହି ନଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ କ୍ୟାରିୟରେ ସଫଳତା ମିଳିଥାଏ । 

 

2/5

ସୂର୍ଯ୍ୟ ଉଦୟ ପୂର୍ବରୁ ଆପଣ ଶେଜ ଛାଡି ନିଜର ନିତ୍ୟକର୍ମ ଶେଷ କରି ସ୍ନାନ କରନ୍ତୁ ।  ଏବଂ ସ୍ନାନ ପରେ,ସଫା ପୋଷାକ ପିନ୍ଧି ଏକ ତମ୍ବା ଢାଳରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏବଂ ସେହି ପାଣିରେ ଆପଣ ନାଲି ଓ ହଳଦିଆ ରଙ୍ଗର ଫୁଲ ମିଶାଇ ପାରିବେ।  ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ  'ଓମ୍ ସୂର୍ଯ୍ୟୟା ନାମ' ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ବାରା ଆପଣ ଜୀବନରେ କେବେ ଅସଫଳତାର ସାମ୍ନା କରିବେ ନାହିଁ ।

3/5

ସେହିପରି ସକାଳେ ତୁଳସୀ ଚଉଁରାରେ  ଜଳ ମଧ୍ୟ ଅର୍ପଣ କରନ୍ତୁ ।  ଏହି ସମୟରେ 'ଓମ୍ ନାମୋ ଭଗବତ ଭାସୁଦେବୟା' ମନ୍ତ୍ର ଜପ କରନ୍ତୁ। ତୁଳସୀଙ୍କୁ ଜଳ ଅର୍ପଣ କରିବା ପରେ ଏକ ଦୀପ ଜାଳନ୍ତୁ । କୁହାଯାଏ ଯେ, ପ୍ରତିଦିନ ସକାଳେ ଏହା କରିବା ଦ୍ୱାରା ଭଗବାନ ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଏବଂ ଘରେ କେବେ ଅର୍ଥର ଅଭାବ ହୋଇ ନଥାଏ। 

 

4/5

ସେହିପରି କିଛି ଲୁଣ ମିଶ୍ରିତ ପାଣିରେ ସକାଳୁ ଘର ସଫା କଲେ ସମସ୍ତ ଗ୍ରହ ଶାନ୍ତି ହୋଇଥାନ୍ତି । ଯାହା ସୂର୍ଯ୍ୟଦୟ ପୂର୍ବରୁ କରିବା ଉଚିତ୍ । ଏହା କରିବା ଦ୍ବାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହିତ ଘରେ ସୁଖ ଏବଂ ଶାନ୍ତି ରହିଥାଏ । 

5/5

ସକାଳେ ପୂଜା ସମୟରେ ଲକ୍ଷ୍ମୀଙ୍କ ମନ୍ତ୍ର  ଜପ କରନ୍ତୁ । ଏହା କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link