ହଟିବନି ଜେଏସ୍‍ଡବ୍ଲୁର ଇଭି ପ୍ଲାଣ୍ଟ, ଜାରିକଲା ଧାଡ଼ିକିଆ ପ୍ରେସ ବିବୃତ୍ତି
Advertisement
Article Detail0/zeeodisha/odisha2445123

ହଟିବନି ଜେଏସ୍‍ଡବ୍ଲୁର ଇଭି ପ୍ଲାଣ୍ଟ, ଜାରିକଲା ଧାଡ଼ିକିଆ ପ୍ରେସ ବିବୃତ୍ତି

ଇଂରାଜୀ ଖବର ସଂସ୍ଥା ‘ମିଣ୍ଟ’ ପକ୍ଷରୁ ଏହି ପ୍ରକଳ୍ପ ମହାରାଷ୍ଟ୍ର ଉଠିଯିବା ନେଇ ଖବର ପ୍ରକାଶ ପାଇଥିଲା। ଏହା ପରେ ସାରା ରାଜ୍ୟରେ ଚହଳ ପଡ଼ିଥିଲା। ଏପରିକି ମନ୍ତ୍ରୀ ଏ ବିଷୟରେ ଅଧିକ କିଛି ଜାଣି ନାହାନ୍ତି ବୋଲି କହିଥିଲେ। କେହି କେହି ଏହାକୁ ନୂଆ ସରକାରଙ୍କ ବିଫଳତା ବୋଲି ମଧ୍ୟ କହିଥିଲେ। ହେଲେ ଆଜି ଅପରାହ୍ଣରେ ଶ୍ରୀ ନାୟକ ଏ ବିଷୟରେ ଏକ ପ୍ରେସ ବିବୃତ୍ତି ଜାରି କରି ସବୁ ଆକଳନଉପରେ ପର୍ଦ୍ଦା ପାକାଇଛନ୍ତି। 

ହଟିବନି ଜେଏସ୍‍ଡବ୍ଲୁର ଇଭି ପ୍ଲାଣ୍ଟ, ଜାରିକଲା ଧାଡ଼ିକିଆ ପ୍ରେସ ବିବୃତ୍ତି

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତାବିତ ଇଭି ଯାନ ପ୍ରକଳ୍ପକୁ ଜେଏସ୍‍ଡବ୍ଲୁ ପ୍ରତ୍ୟାହାର କରିବା ନେଇ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରିଛି କମ୍ପାନୀ। ଚୁକ୍ତି ଅନୁସାରେ କମ୍ପାନୀ ଏଠାରେ ୪୦ ହଜାର କୋଟି ଟଙ୍କା ନିବେଶରେ ବସାଇବାକୁ ଥିବା ଇଭି ଯାନ ପ୍ରକଳ୍ପରୁ କମ୍ପାନୀ ହଟୁ ନାହିଁ ବୋଲି ଏକ ଲିଖିତ ବିବୃତ୍ତି ଜାରି କରିଛି। କମ୍ପାନୀର କର୍ପୋରେଟ୍‍ ଷ୍ଟ୍ରାଟେଜୀ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରଞ୍ଜନ ନାୟକ ଏହା କହିଛନ୍ତି। 

ଇଂରାଜୀ ଖବର ସଂସ୍ଥା ‘ମିଣ୍ଟ’ ପକ୍ଷରୁ ଏହି ପ୍ରକଳ୍ପ ମହାରାଷ୍ଟ୍ର ଉଠିଯିବା ନେଇ ଖବର ପ୍ରକାଶ ପାଇଥିଲା। ଏହା ପରେ ସାରା ରାଜ୍ୟରେ ଚହଳ ପଡ଼ିଥିଲା। ଏପରିକି ମନ୍ତ୍ରୀ ଏ ବିଷୟରେ ଅଧିକ କିଛି ଜାଣି ନାହାନ୍ତି ବୋଲି କହିଥିଲେ। କେହି କେହି ଏହାକୁ ନୂଆ ସରକାରଙ୍କ ବିଫଳତା ବୋଲି ମଧ୍ୟ କହିଥିଲେ। ହେଲେ ଆଜି ଅପରାହ୍ଣରେ ଶ୍ରୀ ନାୟକ ଏ ବିଷୟରେ ଏକ ପ୍ରେସ ବିବୃତ୍ତି ଜାରି କରି ସବୁ ଆକଳନଉପରେ ପର୍ଦ୍ଦା ପାକାଇଛନ୍ତି। ଏହି ଧାଡ଼ିକିଆ ପ୍ରେସ ବିବୃତ୍ତିରେ ଆଉ କିଛି ଲେଖା ନାହିଁ। କେବଳ ୪୦ ହଜାର କୋଟି ଟଙ୍କା ବିନିମୟରେ ବସିବାକୁ ଥିବା ଇଭି-ଗାଡ଼ି ପ୍ଲାଣ୍ଟକୁ କମ୍ପାନୀ ପ୍ରତ୍ୟାହାର କରୁ ନାହିଁ ବୋଲି କୁହାଯାଇଛି। 
ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସଡବ୍ଲ୍ୟୁ କଟକ ଓ ପାରାଦୀପରେ ୪୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରିକ୍ ଯାନ (ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ଅନୁସାରେ, କଟକ ଜିଲ୍ଲାର ନରାଜଠାରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ଏକ ଇଭି ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନ କାରଖାନା ସ୍ଥାପନ କରିବ ଏବଂ ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିଥିୟମ୍ ବିଶୋଧନାଗାର ସ୍ଥାପନ କରିବ। ଏହି ପ୍ରକଳ୍ପରେ ୫୦ଟି ଜିଡବ୍ଲ୍ୟୁଏଚ୍ ଇଭି ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ୍ ରିଫାଇନାରୀ, କପର ସ୍ମେଲଟର ଏବଂ ଆନୁଷଙ୍ଗିକ ଉପାଦାନ ଉତ୍ପାଦନ ୟୁନିଟ୍ ରହିଛି।

୪୦,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଯୁବବର୍ଗଙ୍କ ପାଇଁ ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି।

Also Read- Tirupati Temple Laddu Controversy: ଲଡୁ ବିବାଦରେ ମୁହଁ ଖୋଲିଲେ ଧିରେନ୍ଦ୍ର ଶାସ୍ତ୍ରୀ

Also Read- Shani Gochar 2024: ରାହୁଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ, ୫ଟି ରାଶିର ଭାଗ୍ୟ ବଦଳିବ