Expensive Movie Ticket: ଏହିସବୁ ଫିଲ୍ମର ଟିକେଟ ଦର ଥିଲା ଆକାଶ ଛୁଆଁ

Expensive Movie Ticket: ବଲିଉଡ ହେଉ ବା ହଲିଉଡ଼ ଅନେକ ଫିଲ୍ମ ପରଦାରେ ରିଲିଜ ହେଉଛି । କିଛି ଫିଲ୍ମ ହିଟ୍ ତ ଆଉ କିଛି ଫିଲ୍ମ ଫ୍ଲପ୍ ଲିଷ୍ଟରେ ସାମିଲ ହେଉଛି । ହେଲେ ବଲିଉଡର ଏମିତି ଅନେକ ଫିଲ୍ମ ଅଛି ଫ୍ଲପ୍ ତାଲିକାରେ ସାମିଲ ହୋଇଥିଲେ ମଧ୍ୟ ଏହି ଫିଲ୍ମ ଗୁଡିକର ଟିକେଟ ଦର ଆକାଶଛୁଆଁ ଦେଖିବାକୁ ମିଳିଥିଲା। ତେବେ ଜାଣନ୍ତୁ ସେହି ୯ଟି ଫିଲ୍ମ ବିଷୟରେ ଜାଣିବା ଯେଉଁମାନେ ଫ୍ୟାନ୍ସଙ୍କ ମନ କିଣିପାରିନଥିଲେ ସତ ହେଲେ ଟିକେଟ ଦରରେ ସମସ୍ତଙ୍କୁ ଚକିତ କରିଥିଲା।

ରଶ୍ମିତା ସାହୁ Sun, 08 Oct 2023-1:09 pm,
1/9

ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ଆଦିପୁରୁଷ ୮୦୦ କୋଟି ବଜେଟରେ ତିଆରି ହୋଇଥିଲା। ଟିକେଟର ଦାମ ୨୦୦୦ ତ କେଉଁଠି ୧୮୦୦ ଥିଲା । ହେଲେ ତଥାପି ଫିଲ୍ମ ଫ୍ଲପ୍ ଲିଷ୍ଟରେ ସାମିଲ ହୋଇଥିଲା। କାରଣ ଫିଲ୍ମର କାହାଣୀ ଓ ଗ୍ରାଫିକ୍ସ ସହ ଷ୍ଟାରକାଷ୍ଟକୁ ପ୍ରବଳ ନିନ୍ଦା କରିଥିଲେ ଫ୍ୟାନ୍ସ। 

 

2/9

ଦୀର୍ଘଦିନ ପରେ ପରଦାକୁ କମବ୍ୟାକ୍ କରିଥିଲେ ଶାହାରୁଖ ଖାନ୍। ଆଉ ରିଲିଜ ହୋଇଥିଲା ଫିଲ୍ମ ପଠାନ୍ । ଏହି ଫିଲ୍ମ କଣ୍ଟ୍ରୋଭର୍ସିକୁ ଆସିଥିଲେ ମଧ୍ୟ ହିଟ୍ ଲିଷ୍ଟରେ ସାମିଲ ହୋଇଥିଲା। ବୟକଟ୍ ନାରା ଲାଗିଥିବା ଏହି ଫିଲ୍ମର ଟିକେଟ ଦର ୨୦୦୦ ପାର୍ କରିଥିଲା । 

 

3/9

ଲଗାତାର ଶାହାରୁଖ ଖାନ୍ ଙ୍କ ଫିଲ୍ମ ପଠାନ ପରେ ରିଲିଜ ହୋଇଥିଲା ଫିଲ୍ମ 'ଜୱାନ' । ସାଉଥ ଡିରେକ୍ଟର ଓ ରେଡ ଚିଲ୍ଲି ପ୍ରଡକ୍ସନ ହାଉସରେ ନିର୍ମିତ ଫିଲ୍ମ ଜୱାନକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ। ତେବେ ଏହି ଫିଲ୍ମର ଟିକେଟ ପାଖାପାଖି ୨୪୦୦ ଟଙ୍କାରେ ବିକ୍ରୀ ହୋଇଥିଲା । 

 

4/9

ସାଉଥ ଫିଲ୍ମ ବାହୁବଳୀ ପାର୍ଟ ୨ କୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି। ଏହି ଫିଲ୍ମର ଦ୍ୱିତୀୟ ଅଧ୍ୟାକୁ ନେଇ ବେଶି କ୍ରେଜ ଦେଖିବାକୁ ମିଳିଥିଲା। ଏହାର ଟିକେଟ ୨୪୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। 

 

5/9

ଭାରତରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ଓପନ ହାଇମରର ଟିକେଟ  ର ଦାମ ବି ଆକାଶ ଛୁଆଁ ହୋଇଥିଲା । ଏହି ଫିଲ୍ମର ଟିକେଟ ୨୪୫୦ ଟଙ୍କା ଯାଏଁ ପହଞ୍ଚିଥିଲା। 

6/9

ବକ୍ସ ଅଫିସରେ ହିଟ୍ ନହୋଇଥିଲେ ବି ଫିଲ୍ମ ୟେ ଦିଲ୍ ହେ ମୁସ୍କିଲ ଫିଲ୍ମକୁ ଫ୍ୟାନ୍ସଙ୍କ ଖୁବ ଭଲ ପାଇବା ମିଳିଥିଲା । ଏହି ମୁଭିର ଟିକେଟ ଦର ୨୨୦୦ ଟଙ୍କା ଯାଏଁ ପହଞ୍ଚିଥିଲା। 

7/9

ବକ୍ସ ଅଫିସରେ ସାମିଲ ନହୋଇ ରିଲିଜର କିଛିଦିନ ପରେ ଚିତପଟାଙ୍ଗ ମାରିଥିବା ଫିଲ୍ମ ସାହୋର ଟିକେଟ ୨୨୦୦ ରୁ ୨୪୦୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ବିଗ୍ ବଜେଟ ଫିଲ୍ମ ହୋଇଥିଲେ ମଧ୍ୟ କାହାଣୀକୁ ନେଇ ଫ୍ୟାନ୍ସ ମାନେ ଖୁବ ନିରାଶ ହୋଇଥିଲେ। 

8/9

୨୦୧୭ ମସିହାରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ ରଇସର ଟିକେଟ ଦର ୧୭୦୦କୁ ପହଞ୍ଚିଥିଲା 

9/9

ବଲିଉଡ ଫିଲ୍ମ ସୁଲତାନ

ସେହିପରି ସଲମାନ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ସୁଲତାନର ଟିକେଟ ଦର ୧୮୦୦ ଟଙ୍କାରେ ପହଞ୍ଚିଥିଲା । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link