October 9 Financial Horoscope: ପକେଟ ଭରିବ ନା ଖାଲି ହେବ, ଜାଣନ୍ତୁ ଆର୍ଥିକ ଦୃଷ୍ଟିରୁ କେମିତି ରହିବ ବୁଧବାର?

October 9 Financial Horoscope : ଅକ୍ଟୋବର ୯ ତାରିଖ ବୁଧବାର ପ୍ରଭୁ ଗଣେଶଙ୍କ ଆଶୀର୍ବାଦରେ ବୃଷ ରାଶି ସମେତ ୪ଟି ରାଶିର ଲୋକଙ୍କୁ ପ୍ରଚୁର ଲାଭ ମିଳିବ। ବୁଧବାର ଦିନଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ଏବଂ ଆପଣ ଖୁସି ଅନୁଭବ କରିବେ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି ବା ବୁଧବାର ଏହି ୫ଟି ରାଶିର ଆର୍ଥିକ ସ୍ଥିତି ଅନୁସାରେ କେମିତି ରହିବ।

Rashmita Sahoo Tue, 08 Oct 2024-7:43 pm,
1/5

ବୃଷ ରାଶି ବୃଷ ରାଶି ପାଇଁ ଦିନଟି ଶୁଭ, ଆର୍ଥିକ କ୍ଷେତ୍ରରେ ଲାଭ ଓ ଭାଗ୍ୟ ବୃଦ୍ଧି ହେତୁ ସୁଖ ପାଇବେ। ମଧ୍ୟାହ୍ନ ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଧନ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଚିନ୍ତାକରି କରନ୍ତୁ ନାହିଁ। ରାତିରେ କୌଣସି ଶୁଭ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମନ ପ୍ରସନ୍ନ ରହିବ। ମାନ ସମ୍ମାନ ବୃଦ୍ଧି ପାଇବ। ସରକାରୀ ଚାକିରିଆଙ୍କ ଦରମାରେ ବୃଦ୍ଧି ସହ ପଦୋନ୍ନତିର ସମ୍ଭାବନା ରହିଛି।     Also Read: Venus Transit 2024 Scorpio: ବିଛାରାଶିରେ ଶୁକ୍ରଙ୍କ ଚଳନ, ସମସପ୍ତକ ଯୋଗରୁ ୫ ରାଶି ହେବେ ମାଲାମାଲ୍

2/5

କର୍କଟ ରାଶି କର୍କଟ ରାଶିର ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ ଏବଂ ଭାଗ୍ୟ ଆପଣଙ୍କ ସାଥ୍ ରହିବ । ଆପଣଙ୍କର ସୃଜନଶୀଳତା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଯେଉଁ କାମରେ କଠିନ ପରିଶ୍ରମ କରାଯିବ ସେଥିରେ ଭାଗ୍ୟ ପ୍ରାପ୍ତି ହେବ ଏବଂ ସେହି କାମ ଭଲ ଭାବରେ ସମ୍ପନ୍ନ ହେବ। ଅଫିସର ବାତାବରଣ ସକାରାତ୍ମକ ଭାବ ଆଣିବ। ପକେଟ ଭରପୂର ରହିବ। ଯେତେ ଖର୍ଚ୍ଚ କଲେ ଅନ୍ୟ ଉତ୍ସରୁ ଆପଣଙ୍କୁ ଧନପ୍ରାପ୍ତିର ଯୋଗ ରହିଛି।

3/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିମାନେ  ବିଶେଷ ଲାଭବାନ ହେବେ ଓ ଫାଇନାନ୍ସିଆଲ କ୍ଷେତ୍ରରେ ଲାଭବାନ ହେବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଯୋଜନା ସଫଳ ହେବ ଏବଂ ବ୍ୟବସାୟରେ ଖୁବ୍ ସଫଳତା ମିଳିବ। କର୍ମକ୍ଷେତ୍ର ଅନୁକୂଳ ହେବା ସହ ଧନ ସମ୍ପତ୍ତି ବୃଦ୍ଧି ପାଇବ। ଯେଉଁମାନେ ନୂଆ ଚାକିରୀରେ ଯୋଗ ଦେଇଛନ୍ତି ସେମାନେ ଖୁସି ଖବର ପାଇବେ। ଖୁବ କମ୍ ସମୟରେ ସାଲାରୀରେ ବୃଦ୍ଧି ଘଟିବ। 

4/5

ଧନୁ ରାଶି ଧନୁ ରାଶିର ଲୋକମାନଙ୍କର ବୁଧବାର ଦିନଟି ଶୁଭ ରହିଛି ଏବଂ ଦୀର୍ଘ ଦିନ ପରେ ଆଜି ଆପଣଙ୍କୁ କିଛି ଭଲ ଖବର ମିଳିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଭଦାୟକ ହେବ ଏବଂ ଆପଣଙ୍କ ମନ ବହୁତ ଖୁସି ରହିବ । ଆଗକୁ ଭଲ ସମୟ ଅତିବାହିତ କରିବା ପାଇଁ ଉତ୍ସାହ ରହିବ। ବ୍ୟାଙ୍କ ବାଲାନ୍ସରେ ବୃଦ୍ଧି ଘଟିବ। ଜମିଜମା କାମରୁ ମୁକ୍ତି ପାଇବା ସହ ଗାଡି଼ କିଣିବାର ଯୋଗ ରହିଛି 

5/5

ମୀନ ରାଶି ମୀନ ରାଶିର ଲୋକମାନେ ଲାଭବାନ ହେବେ ଓ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ। । କୌଣସି ଶୁଭ ଗ୍ରହ ଆପଣଙ୍କୁ ପ୍ରେରଣା ଦେଉଛି। ସନ୍ଧ୍ୟା ବେଳକୁ ଲାଭ ମିଳିବ ଓ ବ୍ୟବସାୟରେ ଭଲ ରୋଜଗାର ହେତୁ ମନ ପ୍ରସନ୍ନ ରହିବ। କିଛି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି ହେଲେ ଅଯଥା ଖର୍ଚ୍ଚାନ୍ତ ହେବାରୁ ବଞ୍ଚିତ ହୁଅନ୍ତୁ।        (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link