October Lucky Rashi: କନ୍ୟାରାଶିରେ ଦୁଇଟି ଗ୍ରହର ଚଳନ, ଆଗାମୀ ସପ୍ତାହରେ ପାଇବେ ଶୁଭଫଳ

October Lucky Rashi: ବୁଦ୍ଧାଦିତ୍ୟ ରାଜଯୋଗ ଅକ୍ଟୋବର ପ୍ରଥମ ସପ୍ତାହରେ ଘଟିବାକୁ ଯାଉଛି । ବାସ୍ତବରେ ଉଭୟ ବୁଧ ଓ ସିଂହ କନ୍ୟା ରାଶିରେ ଚଳନ କରିବାକୁ ଯାଉଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ ଓ ବୁଧଙ୍କ ଚଳନ ହେତୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧାଦିତ୍ୟ ରାଜଯୋଗକୁ ରାଜଯୋଗ ବୋଲି ବର୍ଣ୍ଣନା କରାଯାଇଛି ଯାହା ସୁଖ, ସମୃଦ୍ଧି, ଜ୍ଞାନ ଏବଂ ସମ୍ମାନ ଆଣିଥାଏ । ଏଭଳି ସ୍ଥିତିରେ ଅକ୍ଟୋବର ପ୍ରଥମ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ ଦ୍ୱାରା ଧନ ଓ ସମୃଦ୍ଧି ବଢିବା ସହ କର୍କଟ, ସିଂହ, ତୁଳା ସମେତ ୫ଟି ରାଶିର ଲୋକଙ୍କୁ ଧନ ଓ ସମ୍ପତ୍ତି ଲାଭ ମିଳିବ। ଏଥିସହ ଚାକିରି ଖୋଜୁଥିବା ବ୍ୟକ୍ତି ଓ ବ୍ୟବସାୟୀମାନେ ଚାହୁଁଥିବା ଭଲ ସୁଯୋଗ ପାଇପାରିବେ।

Rashmita Sahoo Sun, 29 Sep 2024-4:26 pm,
1/5

କର୍କଟ ରାଶି ମୋଟାମୋଟି ଭାବେ ଅକ୍ଟୋବର ପ୍ରଥମ ସପ୍ତାହ କର୍କଟ ରାଶିର ଲୋକଙ୍କ ପାଇଁ ସୁଖ ସମୃଦ୍ଧି ଓ ସଫଳତା ଆଣିବାକୁ ଯାଉଛି। ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଅନେକ ଭଲ ସୁଯୋଗ ମିଳିବ । ଯେଉଁମାନେ ଦୀର୍ଘ ଦିନ ଧରି ଚାକିରି ପାଇଁ ବୁଲୁଥିଲେ ସେମାନେ ଏହି ସପ୍ତାହ ଶେଷ ସୁଦ୍ଧା ଆଶାନୁରୂପ ସୁଯୋଗ ପାଇପାରିବେ। ଯଦି ଆପଣ ନିଜର ବ୍ୟବସାୟକୁ ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ଯୋଜନା ଫଳପ୍ରଦ ହେବ । ବନ୍ଧୁ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ କ୍ଷମତା ଓ ସରକାର ସମ୍ବନ୍ଧୀୟ ଯୋଜନାର ଲାଭ ଉଠାଇପାରିବେ। ଯେଉଁମାନେ ମାର୍କେଟିଂ ଏବଂ କମିଶନ ସମ୍ବନ୍ଧୀୟ କାମ କରନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ରହିବ । କିନ୍ତୁ, ଚଳିତ ସପ୍ତାହରେ ବଦଳୁଥିବା ପାଗର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିବ।      Also Read: Rahu Ketu Gochar: ଶେଷ ହେବାକୁ ଯାଉଛି ୩ରାଶିର ସମସ୍ୟାର ଦିନ, ରାହୁକେତୁଙ୍କ ଅପାର କୃପାରୁ ମିଳିବ ଲାଭ

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତିମାନେ ସପ୍ତାହ ପ୍ରାରମ୍ଭରେ ବରିଷ୍ଠଙ୍କ ଠାରୁ ପ୍ରଶଂସା ପାଇବେ। ଯେଉଁମାନେ ରାଜନୀତି ସହ ଜଡିତ ଅଛନ୍ତି ସେମାନଙ୍କୁ ଇଚ୍ଛିତ ପଦ କିମ୍ବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ନେତୃତ୍ୱ ଗୁଣ ବିକଶିତ ହେବ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ଫଳାଫଳ ହେତୁ ଆପଣଙ୍କ ଉତ୍ସାହ ବୃଦ୍ଧି ପାଇପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବାର ସୁଯୋଗ ମିଳିବ। ଯଦି ଆପଣ ଦୀର୍ଘ ଦିନ ଧରି ଜମି କିମ୍ବା କୋଠା କିଣିବା ଓ ବିକ୍ରି କରିବାକୁ ଯୋଜନା କରୁଛନ୍ତି, ତେବେ ଚଳିତ ସପ୍ତାହରେ ସେହି ଇଚ୍ଛା ପୂରଣ ହୋଇପାରେ। ପୂର୍ବରୁ ପ୍ରେମ ସମ୍ପର୍କରେ ଥିବାରୁ ପରିବାର ଲୋକଙ୍କ ଠାରୁ ବିବାହ ପାଇଁ ଅନୁମୋଦନ ମିଳିପାରେ।

3/5

ତୂଳା ରାଶି ତୁଳା ରାଶିର ଲୋକଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ। ଏହି ସପ୍ତାହରେ ଆପଣଙ୍କର ସମସ୍ତ ଅଟକି ରହିଥିବା କାମ ଠିକ୍ ସମୟରେ ପୂରା ହେବ। ଯେଉଁମାନେ ଦୀର୍ଘ ଦିନ ଧରି ନିଜ ଇଚ୍ଛିତ ପଦୋନ୍ନତି କିମ୍ବା ବଦଳିକୁ ଅପେକ୍ଷା କରିଛନ୍ତି, ସେମାନଙ୍କର ଇଚ୍ଛା ଏହି ସପ୍ତାହରେ ପୂରଣ ହୋଇପାରେ। ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଓ କନିଷ୍ଠଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଏହି ସପ୍ତାହରେ ଆପଣଙ୍କୁ କ୍ଷମତାରେ ବସିଥିବା ବଡ଼ ବଡ଼ ଲୋକଙ୍କ ସହଯୋଗ ମିଳିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଜମିବାଡ଼ି ସମ୍ବନ୍ଧୀୟ ବିବାଦର ସମାଧାନ କରିବାରେ ସକ୍ଷମ ହେବେ। ସପ୍ତାହ ଯେତିକି ଆଗକୁ ବଢିବ, ଆପଣଙ୍କୁ ସୁଖ ମିଳିବା ସମ୍ଭବ । 

4/5

ଧନୁ ରାଶି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ଆରମ୍ଭରେ କାର୍ଯ୍ୟଭାର ବହୁତ ଅଧିକ ରହିବ। କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଦାୟିତ୍ୱ ମଧ୍ୟ ମିଳିବ । କିନ୍ତୁ ଏସବୁ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ । ପରିବାର ସହ ଜଡିତ କୌଣସି ଦାୟିତ୍ୱ ପୂରଣ କରିବା ପାଇଁ ଆପଣଙ୍କ ମନ ଟିକେ ଚିନ୍ତିତ ହୋଇପାରେ । ପ୍ରଥମ ଭାଗ ତୁଳନାରେ ଏହି ସପ୍ତାହର ଦ୍ୱିତୀୟାର୍ଦ୍ଧ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରା ହେବ। ଏହି ସମୟ ମଧ୍ୟରେ ଆପଣଙ୍କ ମନ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଅଧିକ ରହିବ। କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ। 

5/5

ମୀନ ରାଶି ଏହି ରାଶିର ଲୋକଙ୍କ ପାଇଁ ସପ୍ତାହ ଆରମ୍ଭରେ କିଛି ଖୁସି ଖବର ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। ଏହି ସମୟ ମଧ୍ୟରେ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଦେଖାଯିବ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ, ଯାହା ସମସ୍ୟାର ସମାଧାନ କରିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ବହୁତ ଅନୁକୂଳ ରହିବ। ଏହି ସପ୍ତାହରେ ଆପଣଙ୍କୁ ଇଚ୍ଛିତ ସ୍ଥାନାନ୍ତର ମିଳିପାରେ । କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ଓ ସମ୍ମାନ ହେତୁ ଆପଣଙ୍କ ଉତ୍ସାହ ରହିବ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link