Mohan Charan Majhi:ଆଣ୍ଠୁ ଲଗାଇ ପ୍ରଣାମ କଲେ, ଘରେ ତଳେ ବସି ଖାଇଲେ ମୁଖ୍ୟମନ୍ତ୍ରୀ

Mohan Charan Majhi: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପ୍ରଥମଥର ପାଇଁ ନିଜ ଘରେ ପହଞ୍ଚିଥିଲେ ମୋହନ ମାଝୀ । ଆଜି ଜନ୍ମାଟି ରାଇକଳାର ଝୁମ୍ପୁରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବିରାଟ ପଟୁଆରରେ ପହଞ୍ଚିଥିଲେ। ହୁଳହୁଳିରେ କମ୍ପିଥିଲା ପୂରା କେନ୍ଦୁଝର। ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଦିନିଆ କେନ୍ଦୁଝର ଗସ୍ତର ଆଜି ଶେଷ ଦିନରେ ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗାଁ ଲୋକ, ଆତ୍ମୀୟସ୍ୱଜନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇପଡିଥିଲେ।

ରଶ୍ମିତା ସାହୁ Mon, 24 Jun 2024-7:56 pm,
1/5

ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ ଆଳତି କରି ଘରକୁ ପାଛୋଟି ନିଆଯାଇଥିଲା । ଏହି ସମୟରେ ମା’ଙ୍କୁ ଭେଟିବା ବେଳେ ସାଷ୍ଟ୍ରାଙ୍ଗ ପ୍ରମାଣ କରିଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ। 

2/5

ଆଉ ମଧ୍ୟାହ୍ନ ଭୋଜନରେ ମା’ଙ୍କ ହାତରୁ ପଖାଳ ଖାଇଥିଲେ । ମା ପାଖରେ ବସି ତାଙ୍କ ମୁହଁ ବି ପୋଛିଦେଇଥିଲେ। 

3/5

ମଧ୍ୟାହ୍ନ ଭୋଜନରେ ଦହି ପଖାଳ,  ଶାଗ ଭଜା, ଝୁଡୁଙ୍ଗ ଆଳୁ ଭଜା ଏବଂ କୁନ୍ଦୁରି ଭଜା, ବଡ଼ି ଚୁରା ଓ ବାଇଗଣ ପୋଡା ଭଳି ଘରୋଇ ଖାଦ୍ୟ ଖାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

 

4/5

ଶେଷରେ ଗାଁ ଲୋକଙ୍କ ସହ ବେଶ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଇକଳା ଗ୍ରାମବାସୀଙ୍କ ଦୁଃଖ ସୁଖ, ସୁବିଧା, ଅସୁବିଧା ପଚାରି ବୁଝିଥିଲେ ମାଟିର ପୁଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

5/5

ରାଇକଳା ଠାରୁ ଝୁମ୍ପୁରା ପର୍ଯ୍ୟନ୍ତ ବିଶାଳ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଡ଼ ସୋ ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଝୁମ୍ପୁରା ବ୍ଲକର ଜନସାଧାରଣ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link