Karma Film Collection: ଓଲିଉଡ ଇତିହାସରେ ରେକର୍ଡ କଲା `କର୍ମ`, ୫ଦିନରେ କଲା ଏତିକି କୋଟିର ବ୍ୟବସାୟ

Karma Film Collection: ରୂପେଲି ପରଦାରେ ଝଡ଼ ସୃଷ୍ଟି କରିଛି ଫିଲ୍ମ କର୍ମ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କର୍ମ କର୍ମ କର୍ମ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଲିଉଡ ଫିଲ୍ମ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ଇନକମ କରି ସାରା ଓଡ଼ିଶା ନୁହେଁ ବାହାର ରାଜ୍ୟକୁ ବି ଚକିତ କରିଛି। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି କର୍ମ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି। ବିଭିନ୍ନ ହଲରେ ରିଲିଜ ସହ ଗୋଟିଏ ପରେ ଗୋଟିଏ ରେକର୍ଡ ବି କରିବାରେ ଲାଗିଛି ଫିଲ୍ମ କର୍ମ। ତେବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ କେତେ ଇନକମ କଲାଣି।

Rashmita Sahoo Mon, 14 Oct 2024-4:55 pm,
1/5

ସବୁଠୁ ବଡ଼ କଥା ହେଲା ଦଶହରାରେ ରିଲିଜ ହୋଇଥିବା ଫିଲ୍ମ କର୍ମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏଠାରେ କହିରଖୁଛୁ ଯେ, କର୍ମ ଫିଲ୍ମ ଅକ୍ଟୋବର ୯ ତାରିଖରେ ସାରା ଓଡ଼ିଶାରେ ରିଲିଜ ହୋଇଥିଲା। ଏହାପରେ ପରେ ରାଜ୍ୟ ବାହାରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ପୁଣେ ଓ ବେଙ୍ଗାଲୁରୁ ପରି ବଡ଼ ବଡ଼ ସହରରେ ବି ରିଲିଜ୍ ହୋଇଥିଲା। 

2/5

ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର ଇତିହାସରେ ଏକ ସର୍ବକାଳୀନ ରେକର୍ଡ। 

3/5

ଏହାପର ଦିନ ଅର୍ଥାତ୍ ଗୁରୁବାର ୩୮.୧ ଲକ୍ଷ , ଶୁକ୍ରବାର ୪୦.୩, ଶନିବାର ୪୮.୯ ଓ ରବିବାର ୫୬.୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ଓଡ଼ିଆ ଫିଲ୍ମ କର୍ମ। ଏପରି ମାତ୍ର ୫ ଦିନରେ କର୍ମ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି। 

4/5

‘କର୍ମ’ରେ ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ, ମନ୍ମୟ, ଦିବ୍ୟା, ସନୋଜ, ନିଶାନ୍ତ ମଜିଠିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ଆଶିଷ ପ୍ରଧାନ ଏହାର ସଙ୍ଗୀତକାର। ମାନସ ପଢ଼ିଆରୀ ଏହାର ସଂଳାପ ଲେଖକ। 

5/5

କେବଳ ଏତିକି ନୁହେଁ କର୍ମ ରିଲିଜ ପରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ସ ମାନେ ବି କର୍ମର ରିଭ୍ୟୁ କରିଛନ୍ତି । ପ୍ରତିଟି କଳାକାରଙ୍କ ଅଭିନୟ କୁ ପ୍ରଂଶସା କରାଯିବା ସହ କାହାଣୀକୁ ମିଳିଛି ଜବରଦସ୍ତ ମାର୍କ। କାହାଣୀ ସହ ସିନେମାଟୋଗ୍ରାଫିକୁ ବେଶ୍ ପସନ୍ଦ କରାଯାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link