Peanut Side Effects: ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ`ଣ ପଡ଼ିଥାଏ ପ୍ରଭାବ

Peanut Side Effects: ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ତାହା ବିଷୟରେ...

ଜୀ ଓଡ଼ିଶା ଡେସ୍କ Sep 28, 2022, 07:31 AM IST
1/6

Peanut Side Effects: ଚିନାବାଦାମ (Peanut) ରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) କୁହାଯାଏ । କାରଣ ଏହାକୁ ଖାଇବା ବାଦାମ ପରି ଲାଭଦାୟକ ହୋଇଥାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ତାହା ବିଷୟରେ...

2/6

ଥାଇରଏଡ ପାଇଁ କ୍ଷତିକାରକ

ଯଦି ଆପଣଙ୍କର ହାଇପୋଥାଇରଏଡ୍ (Hypothyroid) ଅଛି, ତେବେ ଚିନାବାଦାମ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଚିନାବାଦାମ ଖାଇବାରୁ TSH  (Thyroid-stimulating hormone) ର ସ୍ତରକୁ ବଢ଼ାଇଥାଏ, ଯାହା ହାଇପୋଥାଇରଏଡିଜିମକୁ ବଢ଼ାଇଥାଏ । ଅଧିକ ଚିନାବାଦାମ ଖାଇବା କ୍ଷତିକାରକ ହୋଇପାରେ । କିନ୍ତୁ  ଚିନାବାଦାମକୁ ଅଳ୍ପ ପରିମାଣରେ ଖାଇ ପାରିବେ ।

3/6

ଯକୃତ ସମସ୍ୟାକୁ ବଢ଼ାଇଥାଏ

ଯଦି ଆପଣଙ୍କର ଯକୃତ ସମସ୍ୟା ଅଛି ତେବେ ଆପଣ ଚିନାବାଦାମ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଚିନାବାଦାମରେ ଥିବା ଉପାଦାନଗୁଡ଼ିକ ଯକୃତର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ଖାଇବା ଯକୃତ ଉପରେ ଖରାପ ପ୍ରଭାବ ପକାଇପାରେ । ଅଧିକ ଚିନାବାଦାମ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚିପାରେ । 

4/6

ଆଲର୍ଜିରେ ରୁହନ୍ତୁ ଦୂରେଇ

କିଛି ଲୋକଙ୍କୁ କିଛି ପ୍ରକାରର ଖାଦ୍ୟ ପାଇଁ ଆଲର୍ଜି ହୋଇଥାଏ । ଅନେକ ଲୋକଙ୍କୁ ଚିନାବାଦାମ ଖାଇଲେ ଆଲର୍ଜି ହୋଇଥାଏ । ଚିନାବାଦାମ ଯୋଗୁଁ ଆଲର୍ଜି ଥିବା ବ୍ୟକ୍ତିମାନଙ୍କର ନିଶ୍ୱାସ ପ୍ରଶ୍ୱାସ ଓ ଚର୍ମ ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ ଆଲର୍ଜି ଥିବା ବ୍ୟକ୍ତିମାନେ ଚିନାବାଦାମ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ସଙ୍କଟ: ଗାନ୍ଧୀ ପରିବାରର ଦୁଇ ବିଶ୍ୱସ୍ତ, ନିର୍ବାହ କରୁଛନ୍ତି ଅଲଗା ଅଲଗା ଦାୟିତ୍ୱ, ଜଣେ ଯୋଡୁଛନ୍ତି, ଅନ୍ୟ ଜଣେ...ଜାଣନ୍ତୁ କିପରି

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ ବିନା ଇଣ୍ଟରନେଟ ଓ ପିନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

5/6

ଓଜନ ବଢାଇଥାଏ

ଚିନାବାଦାମରେ ପୁଷ୍ଟିକର ଖାଦ୍ୟ ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ସ୍ୱାସ୍ଥ୍ୟକର, କିନ୍ତୁ ଏଥିରେ ଥିବା ଚର୍ବି ଓଜନ ବଢ଼ାଇପାରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଏକ ଡାଏଟରେ ଅଛନ୍ତି, ତେବେ ଚିନାବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ । ସ୍ପାଉଟ୍ସ ସହ ମିଶାଇ ବାଦାମକୁ ଅଳ୍ପ ପରିମାଣରେ ସେବନ କରିପାରିବେ ।

6/6

ଚିନାବାଦାମର ଉପକାରିତା

ଚିନାବାଦାମ ଖାଇବା ହୃଦୟ ପାଇଁ ଲାଭଦାୟକ ହୋଇଥାଏ । ଭଲ କୋଲେଷ୍ଟ୍ରଲ ବୃଦ୍ଧି କରୁଥିବା ପୋଷକତତ୍ତ୍ୱ ଚିନାବାଦାମରେ ମହଜୁଦ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟ୍ରଲ୍ର ପରିମାଣ ବଢ଼ିଯାଏ ଓ ଖରାପ କୋଲେଷ୍ଟ୍ରଲ୍ର ପରିମାଣ କମିଯାଏ । ଚିନାବାଦାମରେ ଅଲିଭ୍ ଓୟଲ ପରି ଭଲ ଫ୍ୟାଟ୍ ରହିଥାଏ, ଯାହା କ୍ଷତ ଓ ଫୁଲାକୁ ହ୍ରାସ କରିବାରେ କାମ କରେ । ଏଥିରେ ମ୍ୟାଗ୍ନେସିୟମ୍ ଥାଏ । ଯାହା ଇନସୁଲିନର ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ କାମ କରେ । ମଧୁମେହକୁ ନିୟନ୍ତ୍ରଣ କରିବାରେ ଚିନାବାଦାମ ପ୍ରଭାବଶାଳୀ ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାମାନ୍ୟ ଜ୍ଞାନ ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link