RTI ରେ ବଡ଼ ଖୁଲାସା, ଭାରତର ଦ୍ୱୀପକୁ ଶ୍ରୀଲଙ୍କାକୁ ବିକି ଦେଇଛି କଂଗ୍ରେସ

Katchatheevu Island: ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କା ହାତକୁ ଟେକି ଦେଇଛି କଂଗ୍ରେସ । ଏଭଳି ଢଙ୍ଗରେ ଆଜି କଂଗ୍ରେସ ଉପରେ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୋଦି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ୧୯୭୪ ମସିହାରେ କଂଗ୍ରେସର ଇନ୍ଦିରା ଗାନ୍ଧୀ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିବା ଗୁରୁତର ଅଭିଯୋଗ ଆସିଛି ।

ରଶ୍ମିତା ସାହୁ Sun, 31 Mar 2024-2:51 pm,
1/5

କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ଲେଖିଛନ୍ତି ମୋଦି । RTI ତଥ୍ୟରୁ ମିଳିଥିବା ସୂଚନା ପରେ ମୋଦି କଂଗ୍ରେସକୁ ଏଭଳି ଢଙ୍ଗରେ ସିଧା ସିଧା ଟାର୍ଗେଟ କରିଛନ୍ତି

 

2/5

ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୭୪ ମସିହାରେ ଭାରତର କଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିଲେ ବୋଲି RTI ତଥ୍ୟରେ ସୂଚନା ମିଳିଛି ।

 

3/5

ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ । ଇଏ ବିବାଦ ଆଜି କାଲିର ନୁହେଁ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ନିଜର ବୋଲି ଦାବି କରିଛନ୍ତି ।

 

4/5

ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟରେ ଥିଲା କଚାତିବୁ । ଏପରିକି ୧୯୨୧ ମସିହାରେ ଏହାକୁ ମାଡ୍ରାସ୍ ପ୍ରେସିଡେନ୍ସି ଅଧିନରେ ରଖାଯାଇଥିଲା । ପରେ ପରେ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା । 

5/5

ତେବେ ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତ-ଶ୍ରୀଲଙ୍କା ସୀମା ଚୁକ୍ତିରେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ । ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ କଚାତିବୁ ଦ୍ୱୀପ ରହିଛି ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link