Taimara Valley: ଯେଉଁଠାରେ ପହଞ୍ଚିବା ମାତ୍ରେ ବଦଳିଯାଏ ସମୟ; ଅଚାନକ ମାଡ଼ି ଆସେ ମୃତ୍ୟୁର ଛାୟା!

Death Highway Taimara Valley: ଦେଶରେ ଏପରି ଏକ ରହସ୍ୟମୟ ରାଜପଥ ରହିଛି ଯାହା ମୃତ୍ୟୁ ରାସ୍ତା ଭାବରେ ଜଣାଶୁଣା।

Mon, 24 Jul 2023-12:28 am,
1/5

ଦେଶ ବିଦେଶରେ ଅବସ୍ଥିତ ବିଭିନ୍ନ ରହସ୍ୟମୟ ସ୍ଥାନ ବିଷୟରେ ଆପଣ ଶୁଣିଥିବେ। ସେଠାକାର କାହାଣୀ ସେହି ସ୍ଥାନ ଠାରୁ ଅଧିକ ରହସ୍ୟମୟ ହୋଇଥାଏ। ଏପରି ଏକ ରହସ୍ୟମୟ ସ୍ଥାନ ଝାଡଖଣ୍ଡ ରାଜଧାନୀ ରାଞ୍ଚି ନିକଟରେ ଅବସ୍ଥିତ। ସେଠାକାର ସ୍ଥାନୀୟ ଲୋକ ଦାବି କରନ୍ତି ଯେ ସେଠାକୁ ଯିବା ପରେ ଘଣ୍ଟାର କଣ୍ଟା ସ୍ୱୟଂଚାଳିତ ଭାବରେ ଓଲଟ ପାଲଟ ହୋଇଯାଏ। ଏପରିକି ସମୟ ମଧ୍ୟ ବଦଳିଯାଏ।

2/5

୩୩ ନମ୍ବର ରାଜପଥ ଯାହାକ ରାଞ୍ଚି-ଜାମସେଦପୁର ସହରକୁ ପରସ୍ପର ସହ ଯୋଡ଼ିଥାଏ, ତାହାକୁ ମୃତ୍ୟୁର ରାଜପଥ ମଧ୍ୟ କୁହାଯାଏ। କାରଣ ଏହି ରାସ୍ତାରେ ପହଞ୍ଚିବା ମାତ୍ରେ ଯାନ ବାହନର ବେଗରେ ହଠାତ୍ ପରିବର୍ତ୍ତନ ଆସିଥାଏ। ଏହି ରାଜପଥରେ ତୈମାରା ଉପତ୍ୟକା ଅବସ୍ଥିତ ରହିଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପତ୍ୟକା ଅନେକ ଲୋକଙ୍କୁ ମୃତ୍ୟୁ ଶର୍ଯ୍ୟାରେ ଶୁଆଇ ଦେଇଛି।

3/5

ରାଞ୍ଚି ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏହି ୪ ଲେନ ବିଶିଷ୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ସବୁଜତା ଭରି ରହିଛି। ଯେଉଁଠାରେ ସତେଜତା ଅନୁଭବ ହୋଇଥାଏ। ଅନେକ ପର୍ଯ୍ୟଟକ ଫଟୋଗ୍ରାଫ୍ କରିବା ପାଇଁ ଏଠରେ ଅଟକି ଯାଇଥାନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ ଜଣେ ମହିଳା ପ୍ରାୟତଃ ଏକ ଧଳା ଶାଢୀ ପିନ୍ଧି ବୁଲୁଥିବାର ଦେଖାଯାଏ। ମହିଳାଙ୍କୁ ରାସ୍ତା ମଝିରେ ବଞ୍ଚାଇବାକୁ ଯାଇ ଅନେକ ଲୋକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥାଏ।

4/5

ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଦୁର୍ଘଟଣାକୁ ରୋକିବା ପାଇଁ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିରର ପୁରୋହିତ କହିଛନ୍ତି ଯେ ମା ନିଜେ ବେଳେବେଳେ ମହିଳା ରୂପରେ ରାସ୍ତାକୁ ଆସିଥାନ୍ତି। ଜଣେ ସ୍ଥାନୀୟ ଶିକ୍ଷକ ଦାବି କରିଛନ୍ତି ଯେ ଏଠାରେ ବାୟୋମେଟ୍ରିକ୍ ଉପସ୍ଥାନ ନେବା ଅସମ୍ଭବ। କାରଣ ବାୟୋମେଟ୍ରିକ୍ ଉପସ୍ଥାନ ନେବା ସମୟରେ ଏହା ବେଳେବେଳେ ଅନ୍ୟ ଦିନରେ ଆସିଯାଇଥାଏ।

 

5/5

ଜଣେ ଶିକ୍ଷକ ଦାବି କରିଛନ୍ତି ଯେ ଏହି କ୍ଷେତ୍ରରେ ଉପସ୍ଥାନ ପାଇଁ ଏକ ରେଜିଷ୍ଟର ପ୍ରସ୍ତୁତ କରାଯିବା ଆବଶ୍ୟକ। ଅନ୍ୟପଟେ କିଛି ଲୋକ କୁହନ୍ତି ଯେ ଏହି ଅଞ୍ଚଳ ଦେଇ କର୍କଟ ରେଖା ଯାଇଛି। ଯେଉଁ କାରଣରୁ ଏପରି ସମସ୍ୟା ଉପୁଜିଥାଏ। ଧଳା ଶାଢୀ ପିନ୍ଧି ଜଣେ ମହିଳା ରାସ୍ତାରେ ବୁଲୁଥିବାର ଦାବିକୁ ଅନେକ ଲୋକ ଖଣ୍ଡନ କରିଛନ୍ତି। ଲୋକେ କହିଛନ୍ତି ଯେ ଯଦି ଏପରି ଅବସ୍ଥା ରହିଥାନ୍ତା ତାହେଲେ ଏହି ସ୍ଥାନ ଭଲ ପର୍ଯ୍ୟଟନସ୍ଥଳ ଭାବରେ ବିକଶିତ ହୋଇନଥାନ୍ତା।

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link