Today Horoscope: ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡ଼ୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 27 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୭ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Sat, 27 Jul 2024-5:52 am,
1/12

ମେଷ: କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ-ଦୁଃଖରେ ବନ୍ଧୁ ସହାୟତା ପାଇବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ, ପ୍ରାଣ ଢାଳି ଦେଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ସହାୟତା ଓ ପରାମର୍ଶରେ ଆଗକୁ ବଢିବେ ।

ALSO READ: Guru Gochar 2024: ୨୦୨୫ରେ ଏହି ୩ ରାଶି ଉପରେ ରହିବ ବୃହସ୍ପତିଙ୍କ କୃପା, ୨୯୩ ଦିନ ରହିବନି ଟଙ୍କାର ଅଭାବ!

 

2/12

ବୃଷ: ଗୃହ ଉପକରଣ ସଂଗ୍ରହ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଈର୍ଷା ପରାୟଣ ହୋଇପାରନ୍ତି । ସତର୍କରେ ଚଳିବାକୁ ପଡିବ ।

3/12

ମିଥୁନ: ଉଚ୍ଚଆଶା ଫଳବତୀ ହେବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ମଧୁରଭାଷୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।  

 

4/12

କର୍କଟ: ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିଙ୍କ କ୍ରୋଧର ଶିକାର ହେବେ । ପରିବାରରେ ସାମାନ୍ୟ ମତଭେଦ ଦେଖାଦେବ ।ପଡୋଶୀଙ୍କ ସମ୍ପର୍କରେ ତିକ୍ତତା ଆସିବ ।  

 

5/12

ସିଂହ: ଜ୍ଞାନ ଗରିମାଯୁକ୍ତ ହେବେ । ସାହସୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ରାଜନୀତି ଆଡକୁ ମନ ବଳାଇ ପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ ।

 

6/12

କନ୍ୟା: ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।

 

7/12

ତୁଳା: କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧମାତ୍ମ, ପ୍ରବାସର୍ପ୍ରି ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ ।

 

8/12

ବିଛା: ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

 

9/12

ଧନୁ: ନୂତନ ଜମି କ୍ରୟ କରିବାର ସୁଯୋଗ ଅଛି । ବେଳେ ବେଳେ ଉଦାସ ମନୋଭାବ ପୋଷଣ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।

 

10/12

ମକର: ସାମୁହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ପ୍ରେମୀ ଓ ସାହସୀ ହେବେ । ସାନ ଭାଇଙ୍କଠାରୁ ଆଦର ମିଳିବ ।

 

11/12

କୁମ୍ଭ: ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳବାନ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ ।

 

12/12

ମୀନ: ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଏକ ପତ୍ନୀ ବ୍ରତଧାରୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ବ୍ୟବସାୟରୁ ଅଧିକ ଧନଲାଭ ହେବ । ସୁଖୀ ହେବେ ।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link