Advertisement
Photo Details/zeeodisha/odisha2353507
photoDetails0hindi

Guru Gochar 2024: ୨୦୨୫ରେ ଏହି ୩ ରାଶି ଉପରେ ରହିବ ବୃହସ୍ପତିଙ୍କ କୃପା, ୨୯୩ ଦିନ ରହିବନି ଟଙ୍କାର ଅଭାବ!

Jupiter transit 2024: ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ପୂଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ।  ଦେବଗୁରୁ ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାବର୍ଷ ଅର୍ଥାତ୍ ୨୦୨୫ ମେ ୧୪ ତାରିଖରେ କନ୍ୟା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ବୁଧ ବିରାଜମାନ ଅଛନ୍ତି।  ବୃହସ୍ପତି ଏହି ରାଶିରେ ୨୯୩ ଦିନ ରହିବେ।  ତେବେ, ଗୋଟିଏ ରାଶିରେ ୨ ଗ୍ରହଙ୍କ ଅପୂର୍ବ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରିବ। ଯାହା ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ତେବେ, ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତିଙ୍କ ଏହି ଚଳନ କେଉଁ ରାଶିକୁ ଲାଭବାନ୍ କରାଇବ। ...

1/3

ବୃଷ:  ଦେବଗୁରୁ ବୃହସ୍ପତି ଏହି ରାଶିର ଭାଗ୍ୟ ଚମକାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବେ। ଆୟ ବୃଦ୍ଧି ପାଇବ। ଏହି ଅବଧି ମଧ୍ୟରେ କୌଣସି ନୂତନ ଘର କିମ୍ବା ଜମି କ୍ରୟ କରିପାରନ୍ତି। ବ୍ୟବସାୟୀମାନେ ଏହି ସମୟରେ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଭଲ ଲାଭ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ସରକାରୀ ଚାକିରିଆମାନେ ପଦୋନ୍ନତି ପାଇବେ। ବୈବାହିକ ଜୀବନ ସୁଖମୟ ରହିବ।

ALSO READ :  Today Horoscope: ଆଜି ଏହି ରାଶିମାନଙ୍କୁ ମିଳିବ ଖୁସି ଖବର ସହ ବ୍ୟବସାୟରେ ଲାଭ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ : Gajkesari Yog 2024: ଶ୍ରାବଣ ଦ୍ବିତୀୟ ସୋମବାରରେ ଗଜକେଶରୀ ଯୋଗ, ଏହି ରାଶିଙ୍କୁ ଧନବାନ୍ କରାଇବେ ମହାଦେବ!

2/3

କନ୍ୟା: ଦେବଗୁରୁ ବୃହସ୍ପତିଙ୍କ ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ବେକାରିଙ୍କୁ ଭଲ ନିଯୁକ୍ତି ଅଫର ମିଳିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି । ଆଗାମୀ ୨୯୩ ଦିନ ପର୍ଯ୍ୟନ୍ତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ।  

3/3

ସିଂହ: କନ୍ୟା ରାଶିରେ ଦେବଗୁରୁଙ୍କ ଚଳନ ଏହି ରାଶି ପାଇଁ ଫଳଦାୟୀ ରହିବ।  ବିଶେଷକରି ବ୍ୟବସାୟୀ ବ୍ୟବସାୟରେ ଅଗ୍ରଗତି କରିବେ। କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ଯଦି ପ୍ରେମ ସମ୍ପର୍କରେ କୌଣସି ଫାଟ ସୃଷ୍ଟି ହୋଇଛି। ତାହା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା।  ପୁରୁଣା ରୋଗରୁ ମୁକ୍ତି ମିଳିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)