ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଚଳିତ ମାସର ଦରମା ସହିତ ମିଳିବ ୩୮,୬୯୨ ଟଙ୍କାର ବକେୟା ରାଶି!

7th Pay Commission, DA Hike, DA Arrear: ଔଦ୍ୟୋଗିକ ଶ୍ରମିକମାନଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI Index) ର ଡିସେମ୍ବର ୨୦୨୧ ସୂଚକାଙ୍କରେ ଗୋଟିଏ ପଏଣ୍ଟ ହ୍ରାସ ଘଟିଛି । ଆପଣଙ୍କୁ କହି ରଖୁଛୁ ଯେ ମହଙ୍ଗା ଭତ୍ତା ପାଇଁ ୧୨ ମାସର ସୂଚକାଙ୍କର ହାରାହାରି ୩୫୧.୩୩ ହୋଇଛି, ଯାହାର ହାରାହାରି ୩୪.୦୪% (DA) ଅଛି । କିନ୍ତୁ, ମହଙ୍ଗା ଭତ୍ତା ସର୍ବଦା ପୂର୍ଣ୍ଣାକ ସଂଖ୍ୟାରେ ଦିଆଯାଏ ।

Wed, 06 Apr 2022-7:04 pm,
1/10

ନୂଆଦିଲ୍ଲୀ:  7th Pay Commission, DA Hike, DA Arrear: କେନ୍ଦ୍ର କର୍ମଚାରୀଙ୍କ ପାଇଁ ହୋଲି (Holi) ର ପର୍ବ ଜବରଦସ୍ତ ରହିବ । କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ବଡ଼ ଖୁସି ଖବର ଅଛି । ଦୀର୍ଘ ସମୟ ଅପେକ୍ଷା ପରେ ମହଙ୍ଗା ଭତ୍ତା (Dearness Allowance) ରେ ୩ ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି । ଅର୍ଥାତ ବର୍ତ୍ତମାନ କର୍ମଚାରୀ ଓ ପେନସନଭୋଗୀମାନେ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା (DA Hike) ପାଇବେ ।

2/10

ଔଦ୍ୟୋଗିକ ଶ୍ରମିକମାନଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI Index) ର ଡିସେମ୍ବର ୨୦୨୧ ସୂଚକାଙ୍କରେ ଗୋଟିଏ ପଏଣ୍ଟ ହ୍ରାସ ଘଟିଛି । ଆପଣଙ୍କୁ କହି ରଖୁଛୁ ଯେ ମହଙ୍ଗା ଭତ୍ତା ପାଇଁ ୧୨ ମାସର ସୂଚକାଙ୍କର ହାରାହାରି ୩୫୧.୩୩ ହୋଇଛି, ଯାହାର ହାରାହାରି ୩୪.୦୪% (DA) ଅଛି । କିନ୍ତୁ, ମହଙ୍ଗା ଭତ୍ତା ସର୍ବଦା ପୂର୍ଣ୍ଣାକ ସଂଖ୍ୟାରେ ଦିଆଯାଏ । ଅର୍ଥାତ ଜାନୁଆରୀ ୨୦୨୨ରୁ ମୋଟ ମହଙ୍ଗା ଭତ୍ତା ୩୪ ପ୍ରତିଶତ ମିଳିବା ସ୍ଥିର ହୋଇଯାଇଛି ।

3/10

ଜାଣନ୍ତୁ କେବେ ହେବ ଘୋଷଣା

ବର୍ତ୍ତମାନ କର୍ମଚାରୀଙ୍କୁ ୩୧ ପ୍ରତିଶତ ମହଙ୍ଗା ଭତ୍ତା (DA) ମିଳୁଛି । କିନ୍ତୁ ଜାନୁଆରୀ ୨୦୨୨ରୁ ଆପଣ ୩ ପ୍ରତିଶତ ଆହୁରି ମହଙ୍ଗା ଭତ୍ତାର ଲାଭ ପାଇବେ । ସପ୍ତମ ବେତନ ଆୟୋଗ  (7th Pay Commission) ର ସୁପାରିଶ ଅନୁଯାୟୀ, ମହଙ୍ଗା ଭତ୍ତା କେବଳ ବେସିକ ବେତନ ଉପରେ ଦିଆଯାଏ । ମାର୍ଚ୍ଚରେ ଏହା ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି । ବାସ୍ତବରେ, ନିର୍ବାଚନ କାରଣରୁ ଆଚରଣ ସଂହିତା ଲାଗୁ କରାଯାଇଛି ଓ ତେଣୁ ସରକାର ଏହାକୁ ଘୋଷଣା କରିବେ ନାହିଁ ।

4/10

ଡିସେମ୍ବରରେ AICPI-IW ଆସିଛି କମି

ଉଲ୍ଲେଖନୀୟ ବିଷୟ ହେଉଛି ଯେ, ସରକାରଙ୍କ ଏହି ନିଷ୍ପତ୍ତି ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହା ପରେ ଜୁଲାଇ ୨୦୨୨ରେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଗଣନା କରାଯିବ । ଡିସେମ୍ବର ୨୦୨୧ ପାଇଁ AICPI-IW (All India Consumer Price Index for Industrial Workers) ତଥ୍ୟ ଜାରି କରିଦେଇଛି । ଏହି ଆକଳନ ଅନୁଯାୟୀ, ଡିସେମ୍ବରରେ ଏହି ସଂଖ୍ୟା ୦.୩ ପଏଣ୍ଟ ହ୍ରାସ ପାଇ ୧୨୫.୫ ପଏଣ୍ଟରେ ପହଞ୍ଚିଛି । ନଭେମ୍ବରରେ ଏହି ତଥ୍ୟ ୧୨୫.୭ ପଏଣ୍ଟରେ ଥିଲା ଓ ଡିସେମ୍ବରରେ ୦.୨୪ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ, ଏଥିରୁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ପ୍ରଭାବ ପକାଇ ନାହିଁ । ଶ୍ରମ ମନ୍ତ୍ରଣାଳୟର AICPI IW ର ଆକଳନ ପରେ ନିଷ୍ପତ୍ତି ନିଆଯାଇଛି ଯେ ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇବ ।

5/10

ନଭେମ୍ବରରେ ହୋଇଥିଲା ବୃଦ୍ଧି

ଶ୍ରମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୧ରେ AICPI-IW ସୂଚକାଙ୍କ ୦.୮ ପ୍ରତିଶତ ବୃଦ୍ଧି ପାଇ ୧୨୫.୭ରେ ପହଞ୍ଚିଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହେବ । ବର୍ତ୍ତମାନ ଯଦିଓ ଡିସେମ୍ବର ୨୦୨୧ର ଆକଳନରେ ସାମାନ୍ୟ ହ୍ରାସ ଘଟିଛି, କିନ୍ତୁ ଜାନୁୟାରୀ ୨୦୨୨ରେ ଡିଏରେ ୩ ପ୍ରତିଶତ ହାରରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀଙ୍କ DA ବର୍ତ୍ତମାନ ୩୧ ପ୍ରତିଶତ ରହିଛି । ବର୍ତ୍ତମାନ ୩ ପ୍ରତିଶତ ବୃଦ୍ଧି ପରେ ଏହା ୩୪ ପ୍ରତିଶତରେ ପହଞ୍ଚିବ ।

6/10

ଜୁଲାଇ ୨୦୨୧ ଠାରୁ DA କାଲକୁଲେଟର

ମାସ                   ଅଙ୍କ         DA ପ୍ରତିଶତ

ଜୁଲାଇ ୨୦୨୧       ୩୫୩        ୩୧.୮୧%  ଅଗଷ୍ଟ ୨୦୨୧        ୩୫୪        ୩୨.୩୩%  ସେପ୍ଟେମ୍ବର ୨୦୨୧  ୩୫୫        ୩୨.୮୧%  ନଭେମ୍ବର ୨୦୨୧   ୩୬୨.୦୧୬  ୩୩%  ଡିସେମ୍ବର ୨୦୨୧    ୩୬୧.୧୫୨  ୩୪% 

7/10

DA ଅଙ୍କର ଗଣନା

ଜୁଲାଇ ପାଇଁ କେଲକୁଲେଶନ-୧୨୨.୮ X ୨.୮୮=୩୫୩.୬୬୪ ଅଗଷ୍ଟ ପାଇଁ ସମୁଦାୟ -୧୨୩X ୨.୮୮=୩୫୪.୨୪ ସେପ୍ଟେମ୍ବର ପାଇଁ କେଲକୁଲେଶନ-୧୨୩.୩ X ୨.୮୮=୩୫୫.୧୦୪ ନଭେମ୍ବର ପାଇଁ କେଲକୁଲେଶନ- ୧୨୫.୭ X ୨.୮୮ =୩୬୨.୦୧୬ ଡିସେମ୍ବର ପାଇଁ କେଲକୁଲେଶନ- ୧୨୫.୪ X ୨.୮୮ = ୩୬୧.୧୫୨

8/10

୩୪ ପ୍ରତିଶତ DA ଉପରେ କେଲକୁଲେଶନ

ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବା ପରେ ମୋଟ DA ୩୪% ହେବ । ବର୍ତ୍ତମାନ ୧୮,୦୦୦ ଟଙ୍କା ବେସିକ ବେତନ ଉପରେ ବାର୍ଷିକ ବାର୍ଷିକ ମହଙ୍ଗା ଭତ୍ତା ୭୩,୪୪୦ ଟଙ୍କା ହେବ । କିନ୍ତୁ ଅନ୍ତର ବିଷୟରେ କହିବାକୁ ଗଲେ ବାର୍ଷିକ ଦରମାରେ ବୃଦ୍ଧି ୬,୪୮୦ ଟଙ୍କା ହେବ ।

ଏହା ବି ପଢ଼ନ୍ତୁ:-ଯୁଦ୍ଧରେ ଋଷର ୫ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ! ୟୁକ୍ରେନ ସେନା ଦ୍ୱାରା ଧ୍ୱଂସ ହେଲାଣି ୨୯ ଯୁଦ୍ଧ ବିମାନ, ୧୯୧ ଟ୍ୟାଙ୍କ...

ଏହା ବି ପଢ଼ନ୍ତୁ:-ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର

ଏହା ବି ପଢ଼ନ୍ତୁ:-ବୟଫ୍ରେଣ୍ଡ ସହ ରୋମାନ୍ସ କରୁଥିଲେ ଯୁବତୀ, ଯିବାକୁ ପଡିଲା ହସ୍ପିଟାଲ

ଏହା ବି ପଢ଼ନ୍ତୁ:-ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହେବା ସମୟରେ ୱାଶିଂ ମେସିନ୍ ଧରି ପଳାଇଥିଲେ ପୁଟିନ, ୟୁକ୍ରେନଠାରୁ ପ୍ରତିଶୋଧ ନେବାକୁ କରିଥିଲେ ପ୍ରତିଜ୍ଞା

9/10

ସର୍ବନିମ୍ନ ବେସିକ ଦରମା ଉପରେ କେଲକୁଲେଶନ

୧. କର୍ମଚାରୀଙ୍କ ବେସିକ ଦରମା         ୧୮,୦୦୦ ଟଙ୍କା  ୨. ନୂତନ ମହଙ୍ଗା ଭତ୍ତା (୩୪%)        ୬୨୦ ଟଙ୍କା / ମାସ  ୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୧%)   ୫୮୦ ଟଙ୍କା / ମାସ  ୪. କେତେ ମହଙ୍ଗା ଭତ୍ତା ବଢ଼ିଛି          ୬୧୨୦-୫୫୮୦= ମାସରେ ୫୪୦ ଟଙ୍କା  ୫. ବାର୍ଷିକ ଦରମାରେ ବୃଦ୍ଧି                  ୫୪୦X୧୨=୬,୪୮୦ ଟଙ୍କା

10/10

ସର୍ବାଧିକ ବେସିକ ଦରମା ଉପରେ କେଲକୁଲେଶନ

୧. କର୍ମଚାରୀଙ୍କ ବେସିକ ଦରମା          ୫୬,୯୦୦ ଟଙ୍କା  ୨. ନୂତନ ମହଙ୍ଗା ଭତ୍ତା (୩୪%)        ୧୯,୩୪୬ ଟଙ୍କା / ମାସ  ୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୧%)    ୧୭,୬୩୯ ଟଙ୍କା / ମାସ  ୪. କେତେ ମହଙ୍ଗା ଭତ୍ତା ବଢ଼ିଛି          ୧୯,୩୪୬-୧୭,୬୩୯= ମାସରେ ୫୪୦ ଟଙ୍କା  ୫. ବାର୍ଷିକ ଦରମାରେ ବୃଦ୍ଧି                ୧,୭୦୭X୧୨=୨୦,୪୮୪ ଟଙ୍କା

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link