ଲକ୍ଷ୍ନୌ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ୨ ଅଭିଯୁକ୍ତ ସଚିନ ବାଦଲପୁର ଏବଂ ଶୁଭମଙ୍କ ଗିରଫ କରି ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛି ଉତ୍ତରପ୍ରଦେଶ ପୋଲିସ। ହେଲେ ଅଭିଯୁକ୍ତ ସଚିନଙ୍କୁ ଜେରା କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ।


COMMERCIAL BREAK
SCROLL TO CONTINUE READING

ଜେରା ବେଳେ ଅଭିଯୁକ୍ତ ସଚିନ ପୋଲିସକୁ କହିଛି ଯେ ସେ ଜଣେ ବଡ଼ ନେତା ହେବାକୁ ଚାହୁଁଥିଲା। ବିଭିନ୍ନ ପ୍ରସଙ୍ଗରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ରଖୁଖିବା ବୟାନକୁ ନେଇ ସେ ତାତି ଉଠିଥିଲା। ଏହି କାରଣରୁ ସଚିନ ନିଜ ବନ୍ଧୁ ଶୁଭମ ସହ ମିଶି ହତ୍ୟା ଷଡଯନ୍ତ୍ର ରଚିଥିଲା ଏବଂ ମେରେଠ ଅଞ୍ଚଳର ବନ୍ଧୁ ଆଲିମକୁ ଫୋନ କରି ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କରିଥିଲା।


Also Read: Z Category ସୁରକ୍ଷା ନେବେ ନାହିଁ Asaduddin Owaisi; ସରକାରଙ୍କ ପାଖରେ ରଖିଲେ ୨ ଦାବି


ଏହି ଘଟଣାର ମାଷ୍ଟରମାଇଣ୍ଡ ସଚିନ କହିଛି ଯେତେବେଳେ ମୁଁ ମୋ ବନ୍ଧୁ ଆଲିମ ଠାରୁ ଅସ୍ତ୍ର ଆଣିଥିଲି ସେତେବେଳେ ସେ ମୋତେ ପଚାରିଥିଲା ଏହାକୁ ନେଇ କ'ଣ କରିବ? ଏହାର ଜବାବରେ ମୁଁ ବନ୍ଧୁ ଆଲିମକୁ କହିଥିଲି ଅସାଦୁଦ୍ଦିନ ଓୱେସିଙ୍କୁ ହତ୍ୟା କରିବାକୁ ହେବ। ଏହା ପରେ ସଚିନ ଏ ଘଟଣାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। ଯେତେବେଳେ ଓୱେସିଙ୍କ ଉପରେ ଗୁଳି ଚଳାଗଲା ସେତେବେଳେ ସେ ତଳକୁ ନଇଁ ପଡି଼ଥିଲେ। ଏହା ପରେ ସେ ତଳକୁ ଗୁଳି ଚଳାଇଥିଲା। ଏହା ପରେ ସଚିନ ଅନୁଭବ କରିଥିଲା ଯେ ଗୁଳି ଓୱେସିଙ୍କୁ ଲାଗିଛି। ଗୁଳିମାଡ଼ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। 


ଅଭିଯୁକ୍ତ ସଚିନ ଆହୁରି ମଧ୍ୟ କହିଛି ଓୱେସିଙ୍କୁ ହତ୍ୟା କରିବା ଲାଗି ବେଶ କିଛି ଦିନ ଧରି ଷଡଯନ୍ତ୍ର କରାଯାଉଥିଲା। ସେ ଲଗାତାର ଭାବେ ସୋସିଆଲ ମିଡିଆ ମାଧ୍ୟମରେ ଓୱେସି କେଉଁଠାକୁ ଯାଉଛନ୍ତି ଆଉ କ'ଣ କରୁଛନ୍ତି ତାହାର ଖବର ନେଉଥିଲେ। ଓୱେସି କେଉଁ ଦିନ କେଉଁ ଠାରେ ବୈଠକ କରିବେ ତାହାର ଖବର ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ପାଉଥିଲା। ଅଭିଯୁକ୍ତ ସଚିନ ଓୱେସିଙ୍କ ଅନେକ ସଭାରେ ଯୋଗ ଦେଇଥିଲା ମାତ୍ର ସେଠାରେ ବହୁସଂଖ୍ୟାରେ ଲୋକ ଏକାଠି ହୋଇଥିବାରୁ ସେମାନେ ଆକ୍ରମଣ କରିବାକୁ ସକ୍ଷମ ହୋଇନଥିଲେ।


Also Read: ଗୁଳିମାଡ଼ ପରେ AIMIM ମୁଖ୍ୟ Asaduddin Owaisi ଙ୍କୁ ମିଳିବ Z Category ସୁରକ୍ଷା


ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଓୱେସି ତାଙ୍କ ଦଳର ପ୍ରାର୍ଥୀ ଆରିଫଙ୍କ ପାଇଁ ପ୍ରଚାର କରିବାକୁ ମେରଠ ଆସୁଛନ୍ତି ସେତେବେଳେ ସେମାନେ ମେଠାରେ ପହଞ୍ଚିଥିଲେ। ହେଲେ ମେରଠ ଠାରେ ଆୟୋଜିତ ହୋଇଥିବା ସଭାରେ ଲୋକଙ୍କ ଭିଡ଼ ହେତୁ ସେମାନେ ହତ୍ୟା ଯୋଜନାକୁ ବଦଳାଇ ଦେଇଥିଲେ। ଏହା ପରେ ସେମାନେ ଜାଣିବାକୁ ପାଇଲେ ଯେ ଓୱେସୀ ମେରଠ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବେ। ଯେତେବେଳେ ଓୱେସୀ ଗାଜିଆବାଦ ଜିଲ୍ଲାର ପିଲଖୁୱା ଟୋଲ ଗେଟ ଠାରେ ପହଞ୍ଚିଥିଲେ ସେତେବେଳେ ସେମାନେ ତାଙ୍କ କାର ଉପରେ ଗୁଳି ଚଳାଇ ଥିଲେ।