ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ନିର୍ବାଚନ ମୈଦାନରେ ପରସ୍ପରକୁ ଟାର୍ଗେଟ କରିବାରେ ବିଭିନ୍ନ ରାଜନୈତିକ ଦଳ। 


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲାଗି ଦଳ ପକ୍ଷରୁ ପ୍ରଚାର କରିବା ଅବସରରେ ରବିବାର ରାଜ୍ୟର ବାରବାଙ୍କୀ ଠାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏଆଇଏମଆଇଏମ ମୁଖ୍ୟ (AIMIM Chief) ଆସାଦୁଦ୍ଦିନ ଓୱେସି (Asaduddin Owaisi) ଚେତାବନୀ ଦେଇ କହିଛନ୍ତି ଯଦି ସରକାର ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର (National Population Register) ଏନପିଆର (NPR) ଏବଂ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (National Register of Citizens) ଏନଆରସି (NRC) ଆଇନ ଆଣନ୍ତି ତାହେଲେ ଏହା ବିରୁଦ୍ଧରେ ଆମେ ଆଉ ଏକ ନୂତନ ଶାହୀନବାଗ ସୃଷ୍ଟି କରିବୁ। 


ନାଗରିକତ୍ୱ ସଂଶୋଧନ ଅଧିନିୟମ (Citizenship (Amendment Act) ସିଏଏ (CAA) ବିରୋଧରେ ଦିଲ୍ଲୀସ୍ଥିତ ଶାହୀନ୍ ବାଗ (Shaheen Bagh Protest) ଠାରେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ହଜାର ହଜାର ଲୋକ ଧାରଣା ଦେଇଥିଲେ।


Also Read: କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର; ବିରୋଧିଙ୍କ ଉଦ୍ୟମ ପଣ୍ଡ କରିଦେଲେ ମୋଦି ସରକାର


ଏହି ଜନସଭାକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ (Modi Govt) ଉଦ୍ଦେଶ୍ୟରେ ଟାର୍ଗେଟ କରି ଏଆଇଏମଆଇଏମ ମୁଖ୍ୟ ଓୱେସି କହିଛନ୍ତି ଯଦି ଦେଶରେ ଏନପିଆର କିମ୍ବା ଏନଆରସି ଆଇନ ଲାଗୁ କରାଯାଏ ତାହେଲେ ତାହେଲେ ଏହା ବିରୁଦ୍ଧରେ ଶାହୀନ୍ ବାଗ ଭଳି ଅନ୍ୟ ଏକ ଆନ୍ଦୋଳନ କରାଯିବ। ଏହା ସହିତ କେନ୍ଦ୍ରୀୟ କୃଷି ଆଇନ ଭଳି ସିଏଏ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। କାରଣ ଏହା ସମ୍ବିଧାନ ବିରୋଧି।  


ରାମପୁର ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅଆବସରରେ ଓୱେସି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦେଶର ସବୁଠାରୁ ବଡ ଅଭିନେତା ଏବଂ ସେ ହଠାତ୍ ରାଜନୀତିରେ ପ୍ରବେଶ କରିଛନ୍ତି। ନଚେତ୍ ସିନେମା ସହ ଜଡିତ ଲୋକଙ୍କ ସହ କ’ଣ ହୋଇଥାନ୍ତା, ସମସ୍ତ ପୁରସ୍କାର ସେ ଜିତି ଯାଇଥାନ୍ତେ। ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋର ତପସ୍ୟାର କେଉଁଠି ଅଭାବ ରହିଛି। ଆମ ଦେଶର ପ୍ରଧାନମନ୍ତ୍ରୀ କେତେ ବଡ ଅଭିନେତା ତାହା  ଏହା ସ୍ପଷ୍ଟ ଭାବେ ଦର୍ଶାଉଛି। କୃଷକ ଆନ୍ଦେୋଳନରେ ୭୫୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ନିଜକୁ ନାୟକ ଭାବେ ଦର୍ଶାଇବା ପାଇଁ ପ୍ରଧାନମନ୍ତ୍ରୀ କୌଣସି ସୁଯୋଗ ହାତ ଛଡା କରିନାହାଁନ୍ତି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା  ନିର୍ବାଚନକୁ ନଜରରେ ରଖି ମୋଦି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି।


Also Read: '୧୦୦ ନୁହେଁ ୧୦ ଆସନରେ ଲଢ ନିର୍ବାଚନ; ନହେଲେ ସବୁ ଆସନରେ ହାରିଯିବ ଦଳ'


ସେହିପରି ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଓୱେସୀ କହିଛନ୍ତି ତାଙ୍କ ଦଳ ରାଜ୍ୟର ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ସେହିପରି ସୁହଲଦେବେ ସମାଜ ପାର୍ଟି ସହ ମେଣ୍ଟ ହେବା ପ୍ରସଙ୍ଗରେ ମତ ରଖି ସେ ଏହି ଦଳର ମୁଖ୍ୟ ଓମ ପ୍ରକାଶ ରାଜଭରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଆମ ପାଖକୁ ଅନେକ ଲୋକଙ୍କ ଯିବା ଆସିବା କରିଥାନ୍ତି ଦଳ ଆଗାମୀ ନିର୍ବାଚନ ପାଇଁ କାହା ସହ ମେଣ୍ଟ କରିବ ତାହାର ଜବାବ ରଖି ଓୱେସୀ କହିଛନ୍ତି ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।    


Also Read: Asaduddin Owaisi: ବିହାର-ଉତ୍ତରପ୍ରଦେଶ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବ AIMIM


ଗତ ୨୦୧୭ ବିଧାନସଭା ନିର୍ବାଚନରେ ଦଳ ପ୍ରଥମ ଥର ଲାଗି ନିର୍ବାଚନ ଲଢିଥିଲା। ହେଲେ ଗତ ୫ ବର୍ଷରେ ଅନେକ ପରିବର୍ତ୍ତନ ହୋଇଛି। ଗତ ନିର୍ବାଚନ ବେଳେ ଦଳର ଯାହା ସ୍ଥିତି ଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଏଥର ଫଳାଫଳରେ ଉନ୍ନତି ଆସିବ। ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପରିଣାମ କ'ଣ ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ଅଖିଲେଶ ଯାଦବ ବିଏସପି ସହ ମେଣ୍ଟ କରିଥିଲେ। ରାଜ୍ୟର ପ୍ରାୟ ୭୫ ଭାଗ ମୁସଲମାନ ଭୋଟ ସମାଜବାଦୀ ପାର୍ଟି ଖାତାକୁ ଯାଇଥିଲେ ମଧ୍ୟ ଦଳ କେବଳ ୫ ଆସନ ପାଇଥିଲା। କେବଳ ଏତିକି ନୁହେଁ ଏହି ତାଙ୍କ ପରିବାରର ୩ ଜଣ ଲୋକ ନିର୍ବାଚନରେ ହାରିଯାଇଥିଲେ।