କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର; ବିରୋଧିଙ୍କ ଉଦ୍ୟମ ପଣ୍ଡ କରିଦେଲେ ମୋଦି ସରକାର
Advertisement
Article Detail0/zeeodisha/odisha1031834

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର; ବିରୋଧିଙ୍କ ଉଦ୍ୟମ ପଣ୍ଡ କରିଦେଲେ ମୋଦି ସରକାର

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ ବିରୋଧି। 

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର; ବିରୋଧିଙ୍କ ଉଦ୍ୟମ ପଣ୍ଡ କରିଦେଲେ ମୋଦି ସରକାର

ଲକ୍ଷ୍ନୌ: ଆସନ୍ତା ବର୍ଷ  ହେବାକୁ ଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ମୋଦି ସରକାର। କେନ୍ଦ୍ରରେ କ୍ଷମତାସୀନ ବିକେପି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯିବା ପରେ ଏଥିରୁ ଫାଇଦା ଉଠାଇବା ପାଇଁ ବିରୋଧିଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।  

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ବର୍ଷେ କାଳ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନ୍ଦୋଳନ ମାଧ୍ୟମରେ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ ବିରୋଧି। ହେଲେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ପକ୍ଷରୁ ଏନେଇ ନିଆଯାଇଥିବା ନିଷ୍ପତ୍ତି କୃଷକ ଆନ୍ଦୋଳନରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିରୋଧିଙ୍କ ପକ୍ଷରୁ କରାଯାଇଥିବା ଉଦ୍ୟମକୁ ବିଫଳ କରିଦେଇଛି।     

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରାଯାଉଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଘୋଷଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହାକୁ ସ୍ୱାଗତ କରିଥିଲେ ବିଏସପି ସୁପ୍ରିମୋ ମାୟାବତୀ। ହେଲେ ଏମଏସପି ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି ସେ। କେବଳ ରାଜନୀତି ଏବଂ ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏପରି କରିଥିବା ଚର୍ଚ୍ଚା ହେଉଛି। 

Also Read: ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ

ଅନ୍ୟପକ୍ଷେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସମାଜବାଦ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଏସପି ସୁପ୍ରିମୋଙ୍କ ଠାରୁ ପାଦେ ଆଗେଇ ସେ ଅଖିଳେଶ ଯାଦବ କହିଛନ୍ତି ଯେ କୃଷି ଆଇନ ବିରୁଦ୍ଧରେ କରାଯାଇଥିବା ଆନ୍ଦୋଳନରେ ସମାଜବାଦ ପାର୍ଟି କର୍ମକର୍ତ୍ତା ଆଗରେ ରହିବା ସହ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।       

ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ ପରେ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କେନ୍ଦ୍ରର ମୋଦ ସରକାରଙ୍କ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହଁନ୍ତି। ଏହା ବ୍ୟତୀତ ଅଖିଳେଶ ଯାଦବଙ୍କ ନୂତନ ସହଯୋଗୀ ତଥା ସୁହଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ଏବଂ ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱେସି ମଧ୍ୟ ଏ ପ୍ରସଙ୍ଗରେ ରାଜନୀତି କରିବାରୁ ବାଦ୍ ପଡିନାହାଁନ୍ତି। ଗୋଟିଏ ପଟେ କୃଷକ କୃଷି ଆଇନ ପ୍ରତ୍ୟାହାର କରାଯାଇଥିବାରୁ ଖୁସି ମନାଉଥିବା ବେଳେ ଅନ୍ୟ ପଟେ ବିରୋଧି ଏଥିରୁ ରାଜନୈତିକ ଲାଭ କ୍ଷତି ଦେଖୁଛନ୍ତି। 

Also Read: କୃଷି ଆଇନ ପ୍ରତ୍ୟାହାର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ କ'ଣ ରହିଛି ଏହାର ସମ୍ପର୍କ?

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅଖିଳେଶ ଯାଦବ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ନୀତି ଉପରେ ତାଙ୍କର ବିଶ୍ୱାସ ନାହିଁ। ସେମାନେ ବର୍ତ୍ତମାନ ଏହି ଆଇନ ପ୍ରତ୍ୟାହାର କରିଛନ୍ତି ହେଲେ ନିର୍ବାଚନ ପରେ ସେମାନେ ପୁନର୍ବାର ଏହାକୁ ଆଣିବେ। ମୁଁ ଦେଶର ସମସ୍ତ କୃଷକଙ୍କୁ ଅଭିନନ୍ଦନ ଜଣାଉଛି। ଯେଉଁମାନଙ୍କ କ୍ରମାଗତ ଆନ୍ଦୋଳନରୁ ଏପରି ତିନୋଟି କଳା ଆଇନ ପ୍ରତ୍ୟାହାର କରାଯାଇଛି। ଏହାର ପରାଜୟ ହେଉଛି ଅହଂକାରର ପରାଜୟ। ଲୋକେ ସେମାନଙ୍କୁ କ୍ଷମା କରିବେ ନାହିଁ।  ସରକାର କୃଷକଙ୍କୁ ଅପମାନିତ କରିଛନ୍ତି। ଯେଉଁମାନେ କ୍ଷମା ମାଗିଛନ୍ତି ସେମାନେ ରାଜନୀତି ଛାଡିଦେବା ଆବଶ୍ୟକ। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନକୁ ଡରି ଭୋଟ ପାଇଁ ଏଭଳି ଆଇନକୁ ପ୍ରତ୍ୟାହର କରାଯାଇଛି।

Also Read: କାହିଁକି ପ୍ରତ୍ୟାହାର କରାଗଲା କେନ୍ଦ୍ରୀୟ କୃଷି ଆଇନ? ସାମ୍ନାକୁ ଆସିଲା ଏହାର ରାଜନୈତିକ କାରଣ

କୃଷି ଆଇନ ବିରୁଦ୍ଧରେ କରାଯାଇଥିବା ଆନ୍ଦୋଳନରେ ଭାଗ ନେଇଥିବା ସମାଜବାଦ ପାର୍ଟି କର୍ମକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି। ଅନେକ କୃଷକ ଚାଷୀ ଆନ୍ଦୋଳନ ବେଳେ ଅନେକ କୃଷକ ପ୍ରାଣ ହରାଇଛନ୍ତି। ସରକାର ସେମାନଙ୍କୁ ସହଯୋଗ କରନ୍ତୁ। ଉଦ୍ୟୋଗପତିଙ୍କ ଲାଗି ଏଭଳି ଆଇନ ଅଣାଯାଇଛି। ମଣ୍ଡିକୁ ସଜାଡି଼ବା ପାଇଁ କୌଣସି ଟଙ୍କା ଦିଆଯାଇନାହିଁ। ଉତ୍ତର ପ୍ରଦେଶରେ ଧାନ କିଣାଯାଉନାହିଁ। ଉତ୍ତର ପ୍ରଦେଶରେ ଧାନ କିଣିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଖତ ସାର ପାଇଁ କୃଷକ ପ୍ରାଣ ହରାଉଛନ୍ତି। ସରକାର ଚାଷୀଙ୍କ ପାଇଁ କିଛି କରିନାହାଁନ୍ତି।