Asaduddin Owaisi: ବିହାର-ଉତ୍ତରପ୍ରଦେଶ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବ AIMIM
Advertisement
Article Detail0/zeeodisha/odisha1029745

Asaduddin Owaisi: ବିହାର-ଉତ୍ତରପ୍ରଦେଶ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବ AIMIM

ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ  ବେଶ ଆଶାବାଦୀ ରହିଛି ଏଆଇଏମ୍ଆଇଏମ୍। 

Asaduddin Owaisi: ବିହାର-ଉତ୍ତରପ୍ରଦେଶ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବ AIMIM

ନୂଆଦିଲ୍ଲୀ: ବିହାର ଏବଂ ଉତ୍ତର ପ୍ରଦେଶ ପରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବ ଏଆଇଏମ୍ଆଇଏମ୍। ଏନେଇ ପ୍ରତିକ୍ରିୟା ରଖି ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ଖୁବ ଶୀଘ୍ର  ଏଠାରେ ଦଳୀୟ ସଙ୍ଗଠନ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ମାସେ ଦେଢ ମାସ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ କରାଯିବ। ଆମେ ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ (Rajasthan Assembly Election 2023) ଲଢିବା ଉପରେ ପ୍ରତିକ୍ରିୟା ରଖି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi)। କହିଛନ୍ତି ଆମେ ସେଠାକାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦଳୀୟ କାର୍ଯ୍ୟ ଆରମ୍ଭ କରିବୁ। ଦଳ ଆଗାମୀ ନିର୍ବାଚନରେ କେତୋଟି ଆସନରେ ଲଢିବ ସେ ନେଇ ଜବାବ ରଖି ସେ କହିଛନ୍ତି ନିର୍ବାଚନ ଲଢିବା ପାଇଁ ଦଳୀୟ ସଙ୍ଗଠନ ଗଠନ କରୁଛୁ। ପ୍ରଥମେ ଦଳ ସଙ୍ଗଠନ କରିବା ପରେ ଏ ବାବଦରେ ନିଷ୍ପତ୍ତି ନେବ। 

Also Read: Kangana Ranaut ଏବଂ Hindutva ପ୍ରସଙ୍ଗରେ Entry ମାରିଲେ Asaduddin Owaisi

ଆମେ ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (UP Assembly Election 2022) ପାଇଁ ବ୍ୟସ୍ତ ଅଛୁ। ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବା ପ୍ରସଙ୍ଗରେ ଆଗାମୀ ମାସେ ମଧ୍ୟରେ ଚିତ୍ର ସ୍ପଷ୍ଟ  ହୋଇଯିବ। ଉତ୍ତର ପ୍ରଦେଶ ଠାରେ ତାଙ୍କ ଦ୍ୱାରା ହେବାକୁ ଥିବା ଦଳୀୟ ବୈଠକ ନହୋଇ ପାରିବା ଉପରେ କହିଛନ୍ତି ଓୱେସି କହିଛନ୍ତି ମେରଠ ଠାରେ ସେ ଏକ ଦଳୀୟ ନିର୍ବାଚନୀ ବୈଠକ କରିବେ। 

ମିଡିଆ ରିପୋର୍ଟ ମୁତାବକ ବିଜେପି-କଂଗ୍ରେସ ଦବଦବା ଥିବା ରାଜସ୍ଥାନରେ ଏଆଇଏମ୍ଆଇଏମ୍ ପ୍ରବେଶକୁ ନେଇ ଗତ ବର୍ଷ ଠାରୁ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଏଭଳି ରାଜନୈତିକ ଚର୍ଚ୍ଚା ଆହୁରି ପ୍ରସାରିତ ହୋଇଥିଲା। ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ଏବଂ ନଗର ନିଗମ ନିର୍ବାଚନ ପରେ ମୁସଲମାନ ଭୋଟର କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଅନେକ ମୁସଲମାନ ନେତାଙ୍କ ପକ୍ଷରୁ ଦାବି କରାଯାଇଛି ଭଳି ଦଳକୁ ଏଆଇଏମ୍ଆଇଏମ୍  ମଜବୁତ କରାଯିବାର ଆବଶ୍ୟକତା ରହିଛି। 

Also Read: UP Election 2022: ଦଳୀୟ ସଭା ପୂର୍ବରୁ AIMIM ବ୍ୟାନର ପୋଷ୍ଟର ହଟାଇଦେଲା ପ୍ରଶାସନ

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2022) ଏଆଇଏମ୍ଆଇଏମ୍ ୨୦ ଆସନରେ ନିର୍ବାଚନ ଲଢି ୫ ସିଟ୍ ହାତେଇଥିଲା। ସେହିପରି ଚଳିତ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Election 2021) ଦଳ ୬ ଆସନରେ ନିର୍ବାଚନ ଲଢିଥିଲେ ମଧ୍ୟ ଖାତା ଖୋଲି ପାରିନଥିଲା। 

Also Read: Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ

ଅନ୍ୟପଟେ ଗତ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2017) ପ୍ରଥମ ଥର ଲାଗି  ପ୍ରତିଦ୍ୱନ୍ଦ୍ୱିତା କରି ରାଜ୍ୟ ରାଜନୀତିରେ ପ୍ରବେଶ କରିଥିଲା ଏଆଇଏମ୍ଆଇଏମ୍। ଏହି ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନକୁ ଦଳ ବେଶ ଆଶାବାଦୀ ରହିଛି। ଏପରିକି ରାଜ୍ୟରେ ପ୍ରାୟ ୧୦୦ ବିଧାନସଭା ଆସନରେ ନିର୍ବାଚନ ଲଢିବାକି ପ୍ରସ୍ତୁତି ଚଳାଇଛି ଦଳ।