Prophet Muhammad Row: ବିଜେପି ବିଧାୟକ ରାଜା ସିଂହଙ୍କ ବୟାନକୁ ନେଇ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ
Prophet Muhammad Row: ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ସେ ବିଜେପି ବିଧାୟକଙ୍କ ବିବୃତ୍ତିକୁ ନିନ୍ଦା କରୁଛନ୍କି। ହାଇଦ୍ରାବାଦ ସହରରେ ଶାନ୍ତି ହେଉ ତାହା ବିଜେପି ଚାହୁଁନାହିଁ। ବିଜେପି ପୈଗମ୍ବର ମହମ୍ମଦ ଏବଂ ମୁସଲମାନଙ୍କୁ ଘୃଣା କରେ। ସେମାନେ ଭାରତର ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ଚାହୁଁଛନ୍ତି।
Asaduddin Owaisi targets Raja Singh: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ତେଲେଙ୍ଗାନା ଗୋସମାହାଲ ବିଧାନସଭା ଆସନର ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ତାତି ଉଠିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଅସାଦୁଦ୍ଦିନ ଓୱେସି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ବିଜେପି ପୈଗମ୍ବର ମହମ୍ମଦ ଏବଂ ମୁସଲମାନଙ୍କୁ ଘୃଣା କରେ। ବିଜେପି ବିଧାୟକ ରାଜା ସିଂହ ଇସଲାମ ସଂସ୍ଥାପକଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ତାଙ୍କୁ ଅପମାନିତ କରିଥିବାର ଅଭିଯୋଗ ହୋଇଛି।
ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ (Founder of Islam Prophet Muhammad) ବାବଦରେ ତେଲେଙ୍ଗାନା ଗୋସମାହାଲ ବିଧାନସଭା ଆସନର ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନ ବିରୋଧରେ ସୋମବାର ସନ୍ଧ୍ୟାରୁ ହାଇଦ୍ରାବାଦ ସହରରେ ମୁସଲମାନ ସମ୍ପ୍ରଦାୟ (Hyderabadi Muslim Community) ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଯଦିଓ ଏହି ଘଟଣାରେ ତେଲେଙ୍ଗାନା ପୋଲିସ (Telangana Police) ବିଜେପି ବିଧାୟକଙ୍କୁ ପ୍ରଥମେ ଅଟକ ରଖିବା ପରେ ଗିରଫ କରିଥିଲା।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ମୁଖ୍ୟ (AIMIM Chief) ତଥା ହାଇଦ୍ରାବାଦ ଲୋକସଭା (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି ଯେ ସେ ବିଜେପି ବିଧାୟକଙ୍କ ବିବୃତ୍ତିକୁ ନିନ୍ଦା କରୁଛନ୍କି। ହାଇଦ୍ରାବାଦ ସହରରେ ଶାନ୍ତି ହେଉ ତାହା ବିଜେପି ଚାହୁଁନାହିଁ। ବିଜେପି ପୈଗମ୍ବର ମହମ୍ମଦ ଏବଂ ମୁସଲମାନଙ୍କୁ ଘୃଣା କରେ। ସେମାନେ ଭାରତର ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ଚାହୁଁଛନ୍ତି।
Also Read: Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ
ଅନ୍ୟପଟେ ତେଲେଙ୍ଗାନ କଂଗ୍ରେସ ନେତା ରସିଦ ଖାନ (Telangana Congress Leader Rashid Khan) ଧମକ ଦେଇଛନ୍ତି ଯେ ଯଦି ଗୋଟିଏ ଦିନ ମଧ୍ୟରେ ଯଦି ବିଜେପି ବିଧାୟକ ରାଜା ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହେଲେ ଆଇନକୁ ହାତକୁ ନିଆଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଇସଲାମ ସଂସ୍ଥାପକଙ୍କ ବାବଦରେ ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନ ସମୟରେ ବିଜେପି ବିଧାୟକଙ୍କ ମୁଣ୍ଡ କାଟ କରିବା ଭଳି ନାରାବାଜି କରାଯିବା ସହ ମୁର୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ବିଜେପି ବିଧାୟକଙ୍କ ବିରୋଧରେ ଅନେକ ଅଭିଯୋଗ ଦାଏର କରାଯାଇଛି। ଦବୀରପୁର, ଭବାନୀ ନଗର, ରେନ ବଜାର, ମିରୋଚୌକ ଥାନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀ କହିଛନ୍ତି ଯେ ବିଜେପି ବିଧାୟକ ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ।
ନିଜ ବୟାନ ଉପରେ ସଫେଇ ଦେବାକୁ ଯାଇ ତେଲେଙ୍ଗାନା (Telangana) ଗୋସମାହାଲ ବିଧାନସଭା ଆସନର (Goshamahal Assembly Constituency) ବିଜେପି ବିଧାୟକ ଟି.ରାଜା ସିଂହ (BJP MLA Tiger Raja Singh) କହିଛନ୍ତି ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି। ମୋ ବିରୋଧରେ ଏକ ମାମଲା କାହିଁକି ପଞ୍ଜୀକୃତ ହେଲା? ଆମର ରାମ, ରାମ ନୁହେଁ? ମାତା ସୀତା ଆମର ମାତା ନୁହଁନ୍ତି।