ଲକ୍ଷ୍ନୌ: ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ। ହେଲେ ଫଳାଫଳ ଆସିବା ପୂର୍ବରୁ ମତଦାନରେ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ ସୁରକ୍ଷାକୁ ନେଇ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। 


COMMERCIAL BREAK
SCROLL TO CONTINUE READING

ଏହିକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଇଭିଏମ୍ ସହ କୌଣସି ପ୍ରକାର ଗଡ଼ବଡ଼ କରି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ପ୍ରୟାସ କରାଯାଉଥିବା ନେଇ ଆଣିଛନ୍ତି ଅଭିଯୋଗ। ଏହି ପରିପ୍ରେକ୍ଷୀରେ ଭୋଟ ଗଣତି ଶେଷ ନହେବା ପର୍ଯ୍ୟନ୍ତ ଦଳୀୟ ସମର୍ଥକଙ୍କୁ ସେ ଇଭିଏମ୍ ମେସିନ ରଖାଯାଇଥିବା ଷ୍ଟ୍ରଙ୍ଗରୁମ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 


Also Read: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଚର୍ଚ୍ଚାରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ କାରନାମା


ଏନେଇ ଟ୍ୱିଟ କରି ଦଳୀୟ ସମର୍ଥକଙ୍କ ଉଦ୍ଦେଶ୍ୟରେ ଅଖିଲେଶ ଯାଦବ କହିଛନ୍ତି ମତଗଣନା କେନ୍ଦ୍ରକୁ ଗଣତନ୍ତ୍ରର ତୀର୍ଥସ୍ଥାନ ବିବେଚନା କରି ସେଠାରେ ମଜବୁତ ଭାବେ ଉପସ୍ଥିତ ରୁହନ୍ତୁ। ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଶାସକ ଦଳର ପ୍ରତ୍ୟେକ ଷଡଯନ୍ତ୍ରକୁ ବିଫଳ କରନ୍ତୁ! ରାଜ୍ୟରେ ସମାଜବାଦୀ ମେଣ୍ଟ ନିର୍ବାଚନ ଜିତୁଛି। ଏହି କାରଣରୁ ବିଜେପି ନିର୍ବାଚନ ଫଳାଫଳ ଉପରେ ବଡ ଧରଣର ଷଡ଼ଯନ୍ତ୍ର କରିବାକୁ ଚେଷ୍ଟା କରୁଛି। 


Also Read: ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav


ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମତଦାନ ଶେଷ ହେବା ପରଠାରୁ ସମାଜବାଦୀ ପାର୍ଟି ଇଭିଏମ୍ ବାବଦରେ ପ୍ରଶ୍ନ ଉଠାଇବାରେ ଲାଗିଛି। ଶେଷ ପର୍ଯ୍ୟାୟରେ କିଛି ମତଦାନ କେନ୍ଦ୍ରରେ ଇଭିଏମ୍ ରିଗିଂ କରାଯାଇଥିବା ନେଇ ଦଳ ଅଭିଯୋଗ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀ ଠାରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ବାହାରେ ସମାଜବାଦୀ ପାର୍ଟି କର୍ମକର୍ତ୍ତା ହଙ୍ଗାମା କରିଥିଲେ। ଏହି ଘଟଣାରେ ବାରାଣାସୀ ଅତିରିକ୍ତ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଯାଇଥିଲା।


Also Read: UP Election 2022 ଫଳାଫଳ ଆସିବା ପୂର୍ବରୁ ବଡ଼ ଦାବି କଲେ Akhilesh Yadav


ଏହି ନିର୍ବାଚନ ଲାଗି ହେବାକୁ ଯାଉଥିବା ଭୋଟଗଣତି ପୂର୍ବରୁ ସମାଜବାଦୀ ପାର୍ଟି କର୍ମକର୍ତ୍ତା ବାଲାଟ ପେପର ସହ ଗଡ଼ବଡ଼ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। ରାଜ୍ୟର ସନ୍ଥ କବୀର ନଗର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ଜିଲ୍ଲାପାଳ ଜଣେ ଲେଖପାଲଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଲେଖପାଳଙ୍କ ପାଖରୁ ବାଲାଟ ପେପର ଜବତ କରିଥିଲେ ସମାଜବାଦୀ ପାର୍ଟି ନେତା। ଲେଖପାଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସୋନଭଦ୍ରା ଜିଲ୍ଲାରେ ଜଣେ ଉପଜିଲ୍ଲାପାଳଙ୍କୁ ହଟାଯାଇଛି।