ହେଲେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ ଅଜବ କାରନାମା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସମାଜବାଦୀ ପାର୍ଟି କର୍ମକର୍ତ୍ତା।
Trending Photos
ଲକ୍ଷ୍ନୌ: ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ରାଜ୍ୟରେ କେଉଁ ଦଳ ଗଢିବ ସରକାର ତାହାର ଚିତ୍ର ଆସନ୍ତାକାଲି ସ୍ପଷ୍ଟ ହୋଇଯିବ। ଏହି ନିର୍ବାଚନରେ ଦଳୀୟ ବିଜୟକୁ ନେଇ ଆଶାବାଦୀ ଅଛନ୍ତି ପ୍ରାୟ ସମସ୍ତ ରାଜନୈତିକ ଦଳ। ହେଲେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ ଅଜବ କାରନାମା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସମାଜବାଦୀ ପାର୍ଟି କର୍ମକର୍ତ୍ତା।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ଦଳୀୟ ସଭାପତି ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ସମାଜବାଦୀ ପାର୍ଟି କର୍ମକର୍ତ୍ତା। ଏହି ନିର୍ବାଚନକୁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅହେତୁକ ଉତ୍ସାହ ରହିଛି। ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମଧ୍ୟ ଦଳର କେତେକ କର୍ମକର୍ତ୍ତା ଦଳୀୟ ସଭାପତିଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ପ୍ରମାଣ। ଏଠାକାର ବିଭିନ୍ନ ସ୍ଥାନରେ ହୋର୍ଡିଂ, ପୋଷ୍ଟର, ବ୍ୟାନର ପ୍ରଭୃତି ଲଗାଯାଇଛି ଯେଉଁଥିରେ ଲେଖା ଅଛି ଯେ "ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଅଖିଳେଶ ଯାଦବଙ୍କୁ ଅଭିନନ୍ଦନ ଜଣାଉଛୁ। "
Also Read: ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav
ଏଭଳି ପୋଷ୍ଟର ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ନେତା କାସୀମ ଚୌଧୁରୀ। ସମାଜାବାଦୀ ପାର୍ଟି କର୍ମକର୍ତ୍ତା ନିର୍ବାଚନକୁ ନେଇ ଏତେ ଉତ୍ସାହିତ ହୋଇଉଠିଛନ୍ତି ଯେ ଭୋଟ୍ ଗଣନ ହେବାର ୨ ଦିନ ପୂର୍ବରୁ ସେମାନେ ଏକତ୍ରୀତ ହୋଇ ମତଦାନ କେନ୍ଦ୍ର ସମ୍ମୁଖରେ ଏକାଠି ହୋଇଛନ୍ତି। ସେମାନେ ଇଭିଏମ୍ ଟାମ୍ପରିଂ (EVM Tampering) ସନ୍ଦେହରେ ଆଗୁଆ ସତର୍କ ହୋଇଉଠିଛନ୍ତି।
ମତ ଗଣନା ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ଏହି ନିର୍ବାଚନରେ ଗଡ଼ବଡ଼ କରିବାକୁ ଚେଷ୍ଟା କରାଯାଉଛି। ବାରାଣାସୀରେ ୩ ଇଭିଏମ୍ ଗୋଟିଏ ଗାଡ଼ିରୁ ଧରାପଡିଛି। ଏହା ସହିତ ବରେଲି ଠାର ଡଷ୍ଟବିନ ରଖାଯାଇଥିବା ସ୍ଥାନରୁ ବାଲାଟ ପେପର ବାକ୍ସ ପଡ଼ିଥିବାର ଦେଖିବାକୁ ମିଳିଛି।
Also Read: UP Election 2022 ଫଳାଫଳ ଆସିବା ପୂର୍ବରୁ ବଡ଼ ଦାବି କଲେ Akhilesh Yadav
ଇଭିଏମ୍ ମେସିନ ସୁରକ୍ଷା ଉପରେ ଜବାବ ରଖି ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ମତଦାନରେ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ ଷ୍ଟ୍ରଙ୍ଗରୁମ ଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିସିଟିଭି ତଦାରଖରେ ରଖାଯାଇଛି। ଏଠାକାର ପରିସ୍ଥିତି ସମ୍ପର୍କରେ ବିଧାନସଭା ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରତିନିଧିଙ୍କୁ ଅବଗତ କରାଯାଉଛି।