ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav
Advertisement

ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ ଆସିବା ପୂର୍ବରୁ ମତଗଣନାକୁ ନେଇ ସତର୍କ ହୋଇଉଠିଛି ସମାଜବାଦୀ ପାର୍ଟି। 

ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ସମସ୍ତ ୭ ପର୍ଯ୍ୟାୟ ଲାଗି ଭୋଟ ଗ୍ରହଣ। ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇସାରିଛି।

ଏହି ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ମତଗଣନାକୁ ନେଇ ସତର୍କ ହୋଇଉଠିଛି ସମାଜବାଦୀ ପାର୍ଟି (Samajwadi Party)। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (Electronic Voting Machine) ଇଭିଏମ୍ (EVM)  ମେସିନ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି।

Also Read: UP Election 2022: Exit Poll ଉପରେ ସହମତ ନୁହଁନ୍ତି RLD ମୁଖ୍ୟ ଜୟନ୍ତ ଚୌଧୁରୀ

ମଙ୍ଗଳବାର ରାଜଧାନୀ ଲକ୍ଷ୍ନୌ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ଅଖିଳେଶ ଯାଦବ କହିଛନ୍ତି, "ବିନା ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍ ସ୍ଥାନାନ୍ତର କରାଯାଉଛି। ପ୍ରାର୍ଥୀଙ୍କ ସୂଚନା ବିନା ଆପଣ ଇଭିଏମ୍ ଘୁଞ୍ଚାଇ ପାରିବେ ନାହିଁ। ଯଦି ଆପଣ ଇଭିଏମ୍ ସ୍ଥାନାନ୍ତରଣ କରୁଛନ୍ତି ତାହେଲେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଥିବା ଲୋକଙ୍କୁ ଜଣାଇବା ଆବଶ୍ୟକ।"

Also Read: UP Election 2022 ଫଳାଫଳ ଆସିବା ପୂର୍ବରୁ ବଡ଼ ଦାବି କଲେ Akhilesh Yadav

ତୃଣମୂଳସ୍ତରରେ ଯେଉଁ ନିର୍ବାଚନ ଚାଲିଛି ତାହା ବିଜେପି ବିରୋଧରେ ଥିଲା। Exit Poll ଆସିସାରିଛି ହେଲେ ମୁଁ ଏହା ଉପରେ କିଛି କହିବାକୁ ଚାହୁଁନଥିଲି। ଏହା ହେଉଛି ଗଣତନ୍ତ୍ରର ଶେଷ ଲଢେଇ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେଉଛି ଗଣତନ୍ତ୍ରର ଶେଷ ନିର୍ବାଚନ। ଏହା ପରେ ଲୋକଙ୍କୁ ଏକ ବିପ୍ଳବ କରିବାକୁ ହେବ କେବଳ ସେତେବେଳେ ପରିବର୍ତ୍ତନ ଘଟିବ। ମତଗଣନା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଯେଉଁଠାରେ ଭଭିଏମ ରଖାଯାଇଛି ସେଠାକୁ କେହି ଯିବା ଆସିବା କରିବା ଠିକ୍ ନୁହେଁ।

Also Read: UP Election 2022: ମତଗଣନାକୁ ନେଇ ସତର୍କ ହୋଇଉଠିଲେ BSP-SP-RLD

ଯେତେ ExIt Poll ହୋଇଛି ତାହା ଏଥିପାଇଁ କରାଯାଇଛି କାରଣ ସେମାନେ ଅର୍ଥାତ ବିଜେପି ଯେତେ ଚୋରି କଲେ ମଧ୍ୟ କେହି ଜାଣି ପାରିବେ ନାହିଁ। ଯେଉଁଠାରେ ବିଜେପି ପରାସ୍ତ ହେଉଛି ସେଠାରେ ଧିରସ୍ଥିର ଭାବରେ ମତ ଗଣନା ହେବ ଏବଂ ରାତି ପର୍ଯ୍ୟନ୍ତ ଗଣନା କରାଯିବା ଆବଶ୍ୟକ। ଅନ୍ତତଃପକ୍ଷେ ମତଗଣନା ଶେଷ ହେବା ପର୍ଯ୍ୟନ୍ତ ଇଭିଏମ୍ ରହିଥିବା ସ୍ଥାନକୁ ସୁରକ୍ଷା ଦେବା ପାଇଁ ମୁଁ ଯୁବକଙ୍କୁ ନିବେଦନ କରୁଛି।