ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଗାଦି ଛାଡିବା ପରେ ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥା ଏବଂ ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ କେଉଁ ଭୂମିକା ରହିବ ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। ଯହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 


COMMERCIAL BREAK
SCROLL TO CONTINUE READING

ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ପଦ ଏବଂ କଂଗ୍ରେସ (Congress) ଛାଡିବା ପରେ ମୁଖ୍ୟ ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ (Punjab Assembly Election 2022) ପୂର୍ବରୁ ନୂଆ ଦଳ ଗଢିବାକୁ ଘୋଷଣା କରିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh)। ଏହି ନିର୍ବାଚନରେ ବିଜେପି ସହ ମେଣ୍ଟ ଗଠନ କରିବା ନେଇ ମଧ୍ୟ ଇସାରା ଦେଇଛନ୍ତି। ଏ ସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି ତାଙ୍କର ଗଣମାଧ୍ୟମ ପରାମର୍ଶଦାତା ରବୀନ ଠୁକରାଲ। 


ଏନେଇ ଟ୍ୱିଟ କରି କୁହାଯାଇଛି ପଞ୍ଜାବର ଭବିଷ୍ୟତ ପାଇଁ ସଂଗ୍ରାମ ଚାଲିଛି। ପ୍ରାୟ ବର୍ଷେ କାଳରୁ ଅଧିକ ସମୟ ଧରି ରାଜ୍ୟର କୃଷକ ତଥା ପଞ୍ଜାବ ଲୋକଙ୍କ ସ୍ୱାର୍ଥ ପାଇଁ ଏକ ନୂଆ ରାଜନୈତିକ ଦଳ ଗଠନ କରାଯିବ। ଯଦି କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷକଙ୍କ ଆନ୍ଦୋଳନର ସମାଧାନ ହୋଇଯାଏ ତାହେଲେ ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରାଯିବ। ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ଆଣିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦି କୃଷକଙ୍କ ଆନ୍ଦୋଳନ ସେମାନଙ୍କ ସ୍ୱାର୍ଥରେ ସମାଧାନ ହୁଏ ତାହେଲେ ରାଜ୍ୟରେ ବିଜେପି ସହ ମେଣ୍ଟ ହେବାର ଆଶା ରହିଛି।


Also Read: ଭବିଷ୍ୟତର ଯୋଜନା ପାଇଁ ଏହି ପଦକ୍ଷେପ ନେଇପାରନ୍ତି Amarinder Singh


 


ଶିରୋମଣି ଅକାଳୀ ଦଳ (Shiromani Akali Dal) ଏସଏଡି (SAD) ଠାରୁ ଅଲଗା ହୋଇଥିବା ଢିଣ୍ଡସା ଏବଂ ବ୍ରହ୍ମପୁରା ଗୋଷ୍ଠୀ ସହ ମେଣ୍ଟ କରିବା ଉପରେ ବିଚାର କରାଯିବ। ଢିଣ୍ଡସା ଶିରୋମଣି ଅକାଳୀ ଦଳ ଗଣତାନ୍ତ୍ରିକ (Shiromani Akali Dal (Democratic)) ଗଠନ କରିଥିବାବେଳେ ବ୍ରହ୍ମପୁରା ଗୋଷ୍ଠୀ  ଶିରୋମଣି ଅକାଳୀ ଦଳ ତକସାଲି (Shiromani Akali Dal (Taksali)) ଗଠନ କରିଥିଲା। ପରେ ଉଭୟ ନେତା ୟୁନାଇଟେଡ୍ ଏସଏଡି଼ (Shiromani Akali Dal (Sanyukt)) ଗଠନ କରିଥିଲେ।


ଯେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ମୁଁ ମୋର ଲୋକ ତଥା ମୋ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନକରିଛି ସେ ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବି ନାହିଁ। ପଞ୍ଜାବକୁ ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦରୁ ସୁରକ୍ଷା ଦିଆଯିବା ଆବଶ୍ୟକ। ମୁଁ ମୋର ଲୋକଙ୍କୁ ପ୍ରତିଶୃତି ଦେଉଛି ଯେ ଏହାର ଶାନ୍ତି ଏବଂ ନିରାପତ୍ତା ନିଶ୍ଚିତ କରିବା ପାଇଁ ଯାହା ଦରକାର ତାହା କରିବି। ଯାହା ଆଜି ବିପଦରେ ରହିଛି।


କ୍ୟାପ୍ଟେନଙ୍କ ଏଭଳି ଘୋଷଣା ପରେ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ନେତୃତ୍ୱାଧିନ ଏନଡି଼ଏ ମେଣ୍ଟର ପୂର୍ବତନ ସହଯୋଗୀ ତଥା ଅକାଳୀ ଦଳ ନେତ୍ରୀ ହରସିମରତ କୌର ବାଦଲ (SAD Leader Harsimrat Kaur Badal) କହିଛନ୍ତି କିଛି ଦିନ ପରେ କ୍ୟାପ୍ଟେନଙ୍କ ଦଳ ବିଜେପି ବି-ଟିମ ଦଳ ବୋଲି ପ୍ରମାଣିତ ହେବ। 


Also Read: Punjab Politics:ଏବେ BJP ହାତ ଧରିବେନି Captain, ଜାଣନ୍ତୁ କାରଣ


ନୂଆ ଦଳ ସହ ମେଣ୍ଟ ଗଠନ ନେଇ କ୍ୟାପ୍ଟେନଙ୍କ ପକ୍ଷରୁ ଘୋଷଣା କରାଯିବା ପରେ ପ୍ରତିକ୍ରିୟା ରଖିଛି ବିଜେପି। ଏନେଇ ମତ ରଖି ଦଳର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଗୌତମ କହିଛନ୍ତି ଅମରିନ୍ଦର ସିଂହ ଜଣେ ଦେଶପ୍ରେମୀ। ଯେଉଁମାନେ ଦେଶର ସ୍ୱାର୍ଥକୁ ପ୍ରଥମ ସ୍ଥାନ ଦେଇଅନ୍ତି। ସେମାନଙ୍କ ସହ ମେଣ୍ଟ କରିବାକୁ ଦଳ ପ୍ରସ୍ତୁତ ଅଛି। ଦେଶ ଏବଂ ଜାତୀୟତାବାଦ ହେଉଛି ମୁଖ୍ୟ ପ୍ରସଙ୍ଗ। ଏହି ଏଜେଣ୍ଡାରେ ଆମ ସହିତ ମେଣ୍ଟ ଗଠନ କରିବାକୁ ଚାହୁଁଥିବା ଦଳକୁ ସ୍ୱାଗତ କରୁଛୁ। ସେ ଜଣେ ସୈନିକ ଥିଲେ। ଦେଶକୁ କିପରି ସୁରକ୍ଷିତ ରଖାଯିବ ତାହା କ୍ୟାପ୍ଟେନ ଭଲ ଭାବେ ଜାଣିଛନ୍ତି। ସେ ଜଣେ ଦେଶପ୍ରେମୀ। ଯେତେବେଳେ ରାଷ୍ଟ୍ରୀୟ ସୁରକ୍ଷା କଥା ଉଠେ ସେତେବେଳେ ତାଙ୍କର ଆଭିମୁଖ୍ୟ ବେଶ ପ୍ରଂଶସାଯୋଗ୍ୟ। ଜାତୀୟତାବାଦୀ ଚିନ୍ତାଧାରା ରଖିଥୁବା ଲୋକ ଦଳ ପାଇଁ ଅସ୍ପୃଶ୍ୟ ନୁହଁନ୍ତି।


ନୂଆ ଦଳ ଗଠନ କରିବା ପ୍ରସଙ୍ଗରେ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବ ଉପମୁଖ୍ୟମନ୍ତ୍ରୀ (Punjab Deputy CM) ସୁଖଜିନ୍ଦର ସିଂ ରନ୍ଧୱା (Sukhjinder Singh Randhawa)। କ୍ୟାପ୍ଟେନଙ୍କୁ ଦୋଷାରୋପ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଘୋଷଣା କଂଗ୍ରେସ ପାଇଁ ପଛପଟୁ ଛୁରୀ ମାରିବା ସଦୃଶ୍ୟ। ରାଜ୍ୟର ସ୍ୱାର୍ଥ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତାଙ୍କର ବିଶ୍ୱାସଘାତକତା ରାଜ୍ୟ ପାଇଁ ବିପଦ। ତାଙ୍କୁ ତାଙ୍କର ନିଷ୍ପତ୍ତି ଫେରାଇ ନେବା ଆବଶ୍ୟକ।  


Also Read: Congress ରେ ରହିବେନି, BJP ରେ ଯୋଗ ଦେବେନି; କଣ କରିବେ Amarinder Singh?


ଯେତେବେଳେ ଏସଏଡି଼ ତାଙ୍କ ଠାରୁ ଦୂରେଇ ଯାଇଥିଲା ସେତେବେଳେ କଂଗ୍ରେସ ତାଙ୍କ ହାତ ଧରିଥିଲା। ଯଦି କଂଗ୍ରେସ ତାଙ୍କ ହାତ ଧରିନଥାନ୍ତି  ତାହେଲେ ସେ ୯ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ହୋଇ ପାରିନଥାନ୍ତେ। ପଞ୍ଜାବ ହେଉଛି ଏକ ସୀମାନ୍ତବର୍ତ୍ତୀ ରାଜ୍ୟ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍ ଏବଂ ଅସ୍ତ୍ରଶସ୍ତ୍ରକୁ କାହିଁକି ବନ୍ଦ କରିନଥିଲେ। କୃଷକ ଆନ୍ଦୋଳନ ସମୟରେ ସେ କାହାକୁ ଭେଟିବାକୁ ଯାଇନାହାଁନ୍ତି। ରାଜ୍ୟରେ ବିଏସଏଫ କ୍ଷେତ୍ର ପରିସରକୁ ୫୦ କିମିକୁ ବୃଦ୍ଧି କରାଯାଇଛି। ଯାହା ତାଙ୍କ କାରଣରୁ ହୋଇଛି।