Punjab Politics:ଏବେ BJP ହାତ ଧରିବେନି Captain, ଜାଣନ୍ତୁ କାରଣ
Advertisement

Punjab Politics:ଏବେ BJP ହାତ ଧରିବେନି Captain, ଜାଣନ୍ତୁ କାରଣ

କଂଗ୍ରେସ ଛାଡିବା ପରେ ସେ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହା ଉପରେ ପଡିଯାଇଛି ପୂର୍ଣ୍ଣଚ୍ଛେଦ। 

Punjab Politics:ଏବେ BJP ହାତ ଧରିବେନି Captain, ଜାଣନ୍ତୁ କାରଣ

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଦଳ ସହ ରହିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ସାରିଛନ୍ତି ପଞ୍ଜାବ ରାଜନୀତିରେ କ୍ୟାପ୍ଟେନ ଭାବେ ଜଣାଶୁଣା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। କଂଗ୍ରେସ ଛାଡିବା ପରେ ସେ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହା ଉପରେ ପଡିଯାଇଛି ପୂର୍ଣ୍ଣଚ୍ଛେଦ। 

ଏ ସମ୍ପର୍କରେ ମିଳିଥିବା ଖବର ଅନୁସାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Punjab CM) ଅମରିନ୍ଦର ସିଂହ (Amarinder Singh) ଏବେ ବିଜେପି (BJP) ହାତ ଧରିବେ ନାହିଁ। କାରଣ ଏହା ଦ୍ୱାରା କୋଣସି ପକ୍ଷକୁ ଲାଭ ମିଳିବ ନାହିଁ। ବରଂ ଏହା ଦ୍ୱାରା କ୍ୟାପ୍ଟେନଙ୍କୁ କ୍ଷତି ସହିବାକୁ ପଡି଼ପାରେ। କାରଣ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୧୧ ମାସ ଧରି ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। କୃଷି ଆନ୍ଦୋଳନକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ କ୍ରମାଗତ ଭାବେ ଟାର୍ଗେଟ କରି ଆସୁଛନ୍ତି ବିରୋଧି।

Also Read: Amarinder Singh: କେନ୍ଦ୍ରମନ୍ତ୍ରୀ ହେବେ ନାଁ ନୂଆ ଦଳ ଗଢିବେ?

ବର୍ତ୍ତମାନ ସମୟରେ କ୍ୟାପ୍ଟେନ ବିଜେପି ହାତ ଧରନ୍ତି ତାହେଲେ ଏହାର ଫାଇଦା ବିରୋଧି କଂଗ୍ରେସ ଉଠାଇପାରେ। ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହୋଇପାରେ ଯେ ସେ କୃଷକ ବିରୋଧି ଦଳରେ ସାମିଲ ହୋଇଗଲେ। ଏହାର ଫାଇଦା ଉଠାଇ ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟରେ ପୁନର୍ବାର ସରକାରକୁ ଫେରିବା କଂଗ୍ରେସ ପାଇଁ ସହାୟକ ହୋଇପାରେ।

ଅନ୍ୟପଟେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଅମରିନ୍ଦର ସିଂହଙ୍କ ସହାୟତାରେ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନର ସମାଧାନ କରିବାକୁ ସକ୍ଷମ ହୁଏ ତାହେଲେ ଏହା ଦ୍ୱାରା ଉଭୟ ପକ୍ଷକୁ ଲାଭ ମିଳିବ। ଏହା ପରେ ଯଦି ସେ ବିଜେପି ହାତ ଧରନ୍ତି ତାହେଲେ ଏହା ଦ୍ୱାରା କାହାର କ୍ଷତି ହେବ ନାହିଁ।   

ଚାଷୀଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ନେଇ ଯଦି କୌଣସି ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି ତାହେଲେ ଏହା ଦ୍ୱାରା ପଶ୍ଚିମ ଉତ୍ତର ପ୍ରଦେଶ ସମେତ ପଞ୍ଜାବ, ହରିୟାଣା ଭଳି ରାଜ୍ୟରେ ବିଜେପିକୁ କୃଷକ ବିରୋଧି ଭାବମୂର୍ତ୍ତୀରୁ ରକ୍ଷା ମିଳିଯିବ। ଏହା ସହିତ ଆସନ୍ତାବର୍ଷ ହେବାକୁ ଯାଉିଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିକୁ ଅଧିକ ସଂଖ୍ୟାରେ ଜାଟ ଭୋଟ ମିଳିବା ସମ୍ଭବନା ବଢିଯିବ।   

Also Read: Congress ରେ ରହିବେନି, BJP ରେ ଯୋଗ ଦେବେନି; କଣ କରିବେ Amarinder Singh?

ଏଭଳି ପରିସ୍ଥିତିରେ ଅମରିନ୍ଦର ସିଂହଙ୍କୁ ଦୁଇ ପଟୁ ଫାଇଦା ମିଳିବ। ସେ ପଞ୍ଜାବରେ ଆନ୍ଦୋଳନକରୁଥିବା କୃଷକଙ୍କ ଲାଗି ସବୁଠାରୁ ବଡ ନେତା ଭାବେ ଉଭା ହେବେ। ଏହା ସହିତ କୃଷକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ବଢିବ। ଏହାକୁ ଆଧାର କରି ସେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନବଜୋତ ସିଂ ମଧ୍ୟ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖିବାରେ ସକ୍ଷମ ହେବେ।  

କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଅମରିନ୍ଦର ସିଂହଙ୍କ ପ୍ରସ୍ତାବରେ ଯଦି ସରକାର ସହମତ ହୁଅନ୍ତି ତାହେଲେ ତାଙ୍କର ପ୍ରଭାବରେ ଅନ୍ୟ କଂଗ୍ରେସ ନେତା ମଧ୍ୟ ବିଜେପି ହାତ ଧରିପାରନ୍ତି। ଏପରି କରିବା କ୍ୟାପ୍ଟେଟ କିମ୍ବା ତାଙ୍କର ସହଯୋଗୀଙ୍କୁ ନୂଆ ଦଳ ଗଢିବା ଚିନ୍ତାରୁ ମୁକ୍ତି ମିଳିଯିବ। ଏପରିକି ସେ ୨୦୨୨ ପଞ୍ଜାବର ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ମଧ୍ୟ ନେଇପାରନ୍ତି।

Also Read: Navjot Singh Sidhu ଜଣେ ଦେଶ ବିରୋଧି ଲୋକ: Amarinder Singh

ବାସ୍ତବରେ ଯଦି ଅମରିନ୍ଦର ସିଂହ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦାନ କରନ୍ତି ତାହେଲେ ଏହା ଦ୍ୱାରା ଦଳକୁ ଜଣେ ରାଷ୍ଟ୍ରବାଦୀ ନେତା ମିଳିଯିବ ବୋଲି ଅନୁଭବ କରୁଛନ୍ତି ଅନେକ ବିଜେପି ନେତାଙ୍କ ସହ ଦଳୀୟ ସମର୍ଥକ। ଏପରିକି ଦଳକୁ କୃଷକଙ୍କ ସମର୍ଥନ ମିଳିବା ସହଜ ହୋଇଯିବ। ପଞ୍ଜାବ ରାଜନୀତିରେ ଚତୁର୍ଥ ସ୍ଥାନରେ ରହିଥିବା ବିଜେପି କ୍ୟାପ୍ଟେନ ନେତୃତ୍ୱରେ ରାଜ୍ୟର ପ୍ରଥମ ଦଳ ଭାବେ ଉଭା ହୋଇପାରେ।