Punjab Political Crisis: BJP ହାତ ଧରିବେକି ବିଦାୟୀ CM Amarinder Singh?
ପଦ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଦଳରେ ରହି ସେ ବିଭିନ୍ନ ସମୟରେ ଅପମାନିତ ହୋଇଛନ୍ତି।
ଚଣ୍ଡିଗଡ଼: ଅନେକ ଛକାପଞ୍ଜା ପରେ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳର ପତ୍ତନ ହୋଇଛି। ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ରାଜଭବନ ଠାରେ ସାକ୍ଷାତ କରି ସେ ଆଜି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ତାଙ୍କ ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏଆଇସିସି (AICC) ନିର୍ଦ୍ଦେଶକ୍ରମେ ଆଜି (୧୮ ସେପ୍ଟେମ୍ବର) ସନ୍ଧ୍ୟାରେ ଡକାଯାଇଛି ବିଧାୟକ ଦଳ ବୈଠକ। ଏହି ବୈଠକରେ ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress In Charge) ହରିଶ ରାୱତଙ୍କ (Harish Rawat) ସହ ଅଜୟ ମାକେନ (Ajay Maken), ହରିଶ ଚୌଧୁରୀ (Harish Chowdhry) ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ।
ପଦ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh) କହିଛନ୍ତି ଦଳରେ ରହି ସେ ବିଭିନ୍ନ ସମୟରେ ଅପମାନିତ ହୋଇଛନ୍ତି। ହେଲେ କୌଣସି ପରସ୍ଥିତିରେ ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। 'ଦଳରେ ଚାଲିଥିବା ବିବାଦ କାରଣରୁ ବିଗତ ୩ ମାସ ଧରି ସେ ଅପମାନିତ ହେବା ସହ ମାନସିକ ନିର୍ଯାତନା ଭୋଗୁଥିଲେ ବୋଲି କହିଛନ୍ତି। ଏପରିକି ପଦ ଛାଡିବା ନେଇ ସେ ସୋନିଆ ଗାନ୍ଧୀ ଏବଂ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରିସାରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
Also Read: Punjab Politics: ପଦଛାଡି଼ବେ Amarinder Singh, ମୁଖ୍ୟମନ୍ତ୍ରୀ ଦୌଡରେ ଏହି ୩ ନେତା
ତେବେ କଂଗ୍ରେସ ଛାଡିବା ନେଇ ଅମରିନ୍ଦର ସିଂହ ପୂର୍ବରୁ ଆଭାସ ମଧ୍ୟ ଦେଇଛନ୍ତି। କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ନେଇ ଦଳ ସହ ମୁହାଁମୁହିଁ ହୋଇଥିଲେ ବିଦାୟୀ ମୁଖ୍ୟମନ୍ତ୍ରୀ। ପଞ୍ଜାବରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସିଂହ କହିଛନ୍ତି ଦୀର୍ଘ ଦିନ ଧରି ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନ କାରଣରୁ ରାଜ୍ୟର ପ୍ରଭୂତ ଆର୍ଥିକ କ୍ଷତି ହୋଇଛି। ଯେତେବେଳେ କଂଗ୍ରେସ ସରକାର ବିବାଦୀୟ କୃଷି ଆନ୍ଦୋଳନକୁ ସମର୍ଥନ କରୁଛି ସେହି ସମୟରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିବା ପରସ୍ପର ବିରୋଧଭାଷୀ। ଦ୍ୱିତୀୟ କ୍ଷେତ୍ରରେ ପଦ ଛାଡିବା ପୂର୍ବରୁ ଦଳକୁ ଟାର୍ଗେଟ କରି ଅମରିନ୍ଦର ସିଂହ କହିଛନ୍ତି ଗତ ୧୯୮୪ ମସିହାରେ ହୋଇଥିବା ଶିଖ୍ ବିରୋଧି ଦଙ୍ଗା କଂଗ୍ରେସ ଇସାରାରେ ହୋଇଥିଲା। ଏ ଘଟଣାରେ ଜଡିତ ରହିଥିବା ୫ ଜଣ ଲୋକଙ୍କୁ ସେ ଜାଣିଛନ୍ତି। ସେତେବେଳେ ପଞ୍ଜାବ ପୋଲିସ ଏ ଘଟଣାରେ ତତ୍କାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲ ଏବଂ ବିଳମ୍ବରେ ଭାରତୀୟ ସେନାବାହିନୀକୁ ଡକାଯାଇଥିଲା।
ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଅମରିନ୍ଦର ସିଂହ କଂଗ୍ରେସ ଛାଡି ବିଜେପି ହାତ ଧରିପାରନ୍ତି। କାରଣ କଂଗ୍ରେସ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଆମ ଆଦମୀ ପାର୍ଟିର (Aam Aadmi Party) କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛି। ଏଥିପାଇଁ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଜଣେ ଅଣ ଶିଖ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ (Non Sikh Chief Minister) ଏବଂ ଜଣେ ଶିଖଙ୍କୁ ଦଳର ନେତା ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି। ତେଣୁ ମୁଖ୍ୟମନ୍ତ୍ରୀ ପଦ ଲାଗି ସର୍ବାଗ୍ରେ ରହିଛନ୍ତି ଅଣ ଶିଖ୍ କଂଗ୍ରେସ ନେତା ସୁନୀଲ ଜାଖଡ଼ ଏବଂ ଦଳର ସାଙ୍ଗଠନିକ ଦାୟିତ୍ୱରେ ପୂର୍ବରୁ ରହିସାରିଛନ୍ତି ନବଜୋତ ସିଂହ ସିଦ୍ଧୁ।
ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟିର ଦ୍ୱାର ଅମରିନ୍ଦର ସିଂହଙ୍କ ପାଇଁ ପ୍ରାୟତଃ ବନ୍ଦ ହୋଇଥିବା ବେଳେ ତାଙ୍କ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ରହିଛି। ଖବର ମିଳୁଛି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଯୋଗରେ ରହିଛି ବିଜେପି। ଯଦି କେନ୍ଦ୍ରୀୟ କୃଷି ଆଇନକୁ (Farm Act 2020) ନେଇ ତାଙ୍କର ବିଜେପି (BJP) ସହ ଯଦି କୌଣସି ବୁଝାମଣା ହୁଏ ତାହାଲେ ସେ ଦଳରେ ମଧ୍ୟ ଯୋଗଦାନ କରିପାରନ୍ତି। ଏପରିକି ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ (Punjab Assembly Election 2022) ସେ ଦଳର ଚେହେରା ମଧ୍ୟ ହୋଇପାରନ୍ତି (Punjab BJP Face) ଅମରିନ୍ଦର ସିଂହ।
Also Read: ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?
ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ସେ ବର୍ତ୍ତମାନ କଂଗ୍ରେସରେ ରହିବେ ଏବଂ ନିଜ ସମର୍ଥକଙ୍କ ମତାମତ ନେଇ ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥା ସ୍ଥିର କରିବେ। ନିଜର ଇସ୍ଥଫା ସମ୍ପର୍କରେ ସେ କହିଛନ୍ତି ସେ ତାଙ୍କର କାର୍ଯ୍ୟ କରିଛନ୍ତି ଓ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ତାଙ୍କ ଇଚ୍ଛା ଅନୁସାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିପାରନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ରାଜ୍ୟ କଂଗ୍ରେସ କମିଟି (Punjab Congress Committee) ସଭାପତି ସୁନୀଲ ଜାଖଡ଼ (Sunil Jakhar), ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା (Rajyasabha MP Pratap Singh Bajwa) ଏବଂ ଲୋକସଭା ସାଂସଦ ରବନୀତ ସିଂହ ବିଟ୍ଟୁ (Loksabha MP Ravneet Singh Bittu) ପ୍ରମୁଖ ସାମିଲ ହୋଇଛନ୍ତି।
Also Read: ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder
କାରଣ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଦଳ ଏଥର ଜଣେ ଅଣ ଶିଖ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ (Non Sikh Chief Minister) ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି। ଅନ୍ୟପଟେ ପଞ୍ଜାବ ରାଜନୀତିରେ (Punjab Politics) ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ଆମ ଆଦମୀ ପାର୍ଟିର (Aam Aadmi Party) ବଢୁଥିବା ପ୍ରଭାବକୁ ଦେଖି ଏପରି ନିଷ୍ପତ୍ତି ନେଇଛି ରାଜ୍ୟର କ୍ଷମତାସୀନ ଶାସକ କଂଗ୍ରେସ।