Punjab Politics: ପଦଛାଡି଼ବେ Amarinder Singh, ମୁଖ୍ୟମନ୍ତ୍ରୀ ଦୌଡରେ ଏହି ୩ ନେତା
Advertisement

Punjab Politics: ପଦଛାଡି଼ବେ Amarinder Singh, ମୁଖ୍ୟମନ୍ତ୍ରୀ ଦୌଡରେ ଏହି ୩ ନେତା

ଯଦି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗାଦି ଛାଡନ୍ତି ତାହେଲେ ରାଜ୍ୟର ନୂଆ ମଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି ଦଳର ଏହି ୩ ନେତା। 

Punjab Politics: ପଦଛାଡି଼ବେ Amarinder Singh, ମୁଖ୍ୟମନ୍ତ୍ରୀ ଦୌଡରେ ଏହି ୩ ନେତା

ଚଣ୍ଡିଗଡ଼: ଆସନ୍ତବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ହେବାକୁ ଯାଉଛି। ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ନିଜ ପଦରୁ ଇସ୍ତଫା ଦେବା ଲାଗି କହିଛନ୍ତି କଂଗ୍ରେସ ହାଇକମାଣ୍ଡ। ଯଦି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗାଦି ଛାଡନ୍ତି ତାହେଲେ ରାଜ୍ୟର ନୂଆ ମଖ୍ୟମନ୍ତ୍ରୀ ଦୌଡରେ ସର୍ବାଗ୍ରେ ରହିଛନ୍ତି ପୂର୍ବତନ ପଞ୍ଜାବ କଂଗ୍ରେସ କମିଟି ସଭାପତି ସୁନୀଲ ଜାଖଡ଼।

ପଦ ଛାଡିବା ପୂର୍ବରୁ ପଞ୍ଜାବ ରାଜ୍ୟପାଳ (Punjab Governors) ବନୱାରିଲାଲ ପୁରୋହିତଙ୍କୁ (Banwarilal Purohit) ସାକ୍ଷାତ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ (Punjab CM Captain Amarinder Singh)। ଯଦି ଗାଦି ଛାଡନ୍ତି ତାହେଲେ ପୂର୍ବତନ ପଞ୍ଜାବ କଂଗ୍ରେସ କମିଟି (Punjab Congress Committee) ସଭାପତି ସୁନୀଲ ଜାଖଡ଼ (Sunil Jakhar) ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ତାଙ୍କୁ ଛାଡି ଦଳର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା ( Rajyasabha MP Pratap Singh Bajwa) ଏବଂ ଲୋକସଭା ସାଂସଦ ରବନୀତ ସିଂହ ବିଟ୍ଟୁ (Loksabha MP Ravneet Singh Bittu) ପ୍ରମୁଖ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି।

Also Read: Punjab Politics: ତୁଟୁନାହିଁ କଳି, ବିଧାୟକ ଦଳ ବୈଠକ ଡାକିଲେ Sidhu

ପଦ ଛାଡିବା ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ପରସ୍ଥିତିରେ ଅପମାନ ବରଦାସ୍ତ କରାଯିବନାହିଁ। ଦଳରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ରାହୁଲ ଗାନ୍ଧୀ ପ୍ରୟାସ ଜାରି ରଖିଛନ୍ତି ବୋଲି ଟ୍ୱିଟ କରି କହିଛନ୍ତି ସୁନୀଲ ଜାଖଡ଼।  

ରାଜ୍ୟରେ ନେତୃତ୍ୱ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦଳର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା, ଲୋକସଭା ସାଂସଦ ଗୁରଜିତ ଔଜଲା, ଜସବୀର ଡିମ୍ପା, ବିଧାୟକ ରାଣା ଗୁରୁଜିତଙ୍କ ସମେତ ଅନ୍ୟାନ୍ୟ ବିଧାୟକଙ୍କ ମତମତ ନେଇଛନ୍ତି।  

Also Read: ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder

 

ଅନ୍ୟପଟେ ଏଆଇସିସି (AICC) ନିର୍ଦ୍ଦେଶକ୍ରମେ ଶନିବାର ସନ୍ଧ୍ୟା ୫ଟାରେ ବିଧାୟକ ଦଳ ବୈଠକ ଡକାଯାଇଥିବା କହିଛନ୍ତ ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress In Charge) ହରିଶ ରାୱତ (Harish Rawat)। ଏହି ବୈଠକରେ ଅଜୟ ମାକେନ, ହରିଶ ଚୌଧୁରୀ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। 

ପଞ୍ଜାବ କଂଗ୍ରେସରେ ବିବାଦ ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ସୁନୀଲ ଜାଖଡ଼ଙ୍କୁ ହଟାଇ ନବଜୋତ ସିଂହ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତାବର୍ଷ ହେବାକୁ ଯାଉଥିବା  ବିଧାନସଭା ନିର୍ବାଚନ (Punjab Assembly Election 2022) ପୂର୍ବରୁ ଦଳରେ ହୋଇଥିବା ଏପରି ସାଙ୍ଗଠନିକ ପରିବର୍ତ୍ତନକୁ ସହଜେ ଗ୍ରହଣ କରି ପାରିନଥିଲେ ମୁଖ୍ୟମନ୍ତ୍ରୀ।

Also Read: ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?

କେବଳ ସାଙ୍ଗଠନିକ ପରିବର୍ତ୍ତନ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ନେଇ ମଧ୍ୟ ଅସନ୍ତୁଷ୍ଟ ରହିଥିଲେ ଦଳର ଅନେକ ବିଧାୟକ। ଏପରକି ସେମାନେ ଏ ପ୍ରସଙ୍ଗରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ପତ୍ର ଲେଖି ନିଜର ଅସନ୍ତୋଷ ଜଣାଇଥିଲେ।  ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କଂଗ୍ରେସ ସଭାପତିଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରି ମଧ୍ୟ ବିଫଳ ହୋଇଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ। ଗାଦି ବଞ୍ଚାଇବା ଲାଗି ନିଜର ସମର୍ଥକଙ୍କ ନେଇ ଏକ ବୈଠକ ଆୟୋଜିତ କରିବା ସହ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଶନିବାର ସନ୍ଧ୍ୟାରେ ଆୟୋଜିତ ହେଉଥିବା ବୈଠକ ମୁଖ୍ୟମନ୍ତ୍ରୀ ଭାଗ୍ୟ ନିର୍ଦ୍ଧାରଣ କରିବ।