HP Assembly Election 2022: ଚଳିତ ବର୍ଷ ଆଡ଼କୁ ହେବାକୁଯାଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ଦଳକୁ ଝଟକା ଦେଇଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା। ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଗଠିତ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସେ। ଗୁଲାମ ନବୀ ଆଜାଦଙ୍କ ପରେ ଏହି ଇସ୍ତଫା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଆନନ୍ଦ ଶର୍ମା ତାଙ୍କ ଇସ୍ତଫା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଆନନ୍ଦ ଶର୍ମା ହେଉଛି G-23 ଗୋଷ୍ଠୀରେ ନେତା। ଯିଏ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଦଳ। ଗତ ଅପ୍ରେଲ୍ ମାସରେ ସେ ଦଳୀୟ ପରିଚାଳନା କମିଟି ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ପ୍ୟାନେଲ ରେ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଗତ ମଙ୍ଗଳବାର ଜାମୁ କାଶ୍ମୀର କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ (Jammu Kashmir Congress Campaign Committee Chairman) ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ (Congress Leader Ghulam Nabi Azad)। ଅନ୍ୟପଟେ ବିକାର ରସୁଲ ୱାନିଙ୍କୁ ଜାମୁ କାଶ୍ମୀର କଂଗ୍ରେସ କମିଟି ସଭାପତି କରାଯାଇଛି।


ରବିବାର ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (Himachal Pradesh Assembly Election 2022) ପାଇଁ ଗଠିତ ସ୍କ୍ରିନିଂ କମିଟି (Himachal Pradesh Congress Screening Committee) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା (Congress Leader Anand Sharma)। ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଗୋଷ୍ଠୀ G-23 ର ସଦସ୍ୟ ହେଉଛନ୍ତି ଉଭୟ ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା।


Also Read: Himachal Pradesh Politics: ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ଦଳ ବଦଳ


କଂଗ୍ରେସ ନେତା ଆନନ୍ଦ ଶର୍ମା ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ (Congress President Sonia Gandhi) ନିକଟତମ ସହଯୋଗୀ। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ନିଷ୍ପତ୍ତି ଦଳକୁ ଅସହଜ କରିପାରେ। ଯେତେବେଳେ ସେ ଏହି ପଦରେ ନିଯୁକ୍ତ ହୋଇଥିଲେ ସେତେବେଳେ ସେ ଦଳୀୟ ହାଇକମାଣ୍ଡ ଙ୍କ ନିକଟତମ ସହଯୋଗୀ ରହିଥିଲେ। ହେଲେ ବର୍ତ୍ତମାନ ତାଙ୍କର ଇସ୍ତଫା ଦଳୀୟ ନେତାଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 


ସୂତ୍ରରୁ ମିଳିଥିବା ଖବର ଅନୁସାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ପତ୍ରରେ ଆନନ୍ଦ ଶର୍ମା କହିଛନ୍ତି ଯେ ସେ ନିଜ ଆତ୍ମ ସମ୍ମାନ ସହ ଆପୋଷ ବୁଝାମଣା କରିପାରିବେ ନାହିଁ। ଏହି କାରଣରୁ ସେ ଇସ୍ତଫା ଦେଉଛନ୍ତି। ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଅଣଦେଖା କରାଯାଇଥିବା ସେ ତାଙ୍କ ଦଳର ସଭାପତିଙ୍କୁ କହିଛନ୍ତି। ମାତ୍ର ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବେ ବୋଲି ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଆଶ୍ୱସନା ଦେଇଛନ୍ତି। ଏକଥା ସାମ୍ନାକୁ ଆସିବା ପରେ ଆନନ୍ଦ ଶର୍ମାଙ୍କ ଇସ୍ତଫା ବାବଦରେ ଅନେକ ପ୍ରକାର ଅର୍ଥ ବାହାର କରାଯାଉଛି।