Himachal Pradesh Politics: ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ଦଳ ବଦଳ
Advertisement
Article Detail0/zeeodisha/odisha1307417

Himachal Pradesh Politics: ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ଦଳ ବଦଳ

Himachal Pradesh Politics: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨। ହେଲେ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନେତାଙ୍କ ଦଳ ପରିବର୍ତ୍ତନ।

Himachal Pradesh Politics: ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ଦଳ ବଦଳ

Himachal Pradesh Politics: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨। ହେଲେ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନେତାଙ୍କ ଦଳ ପରିବର୍ତ୍ତନ। ଏହି ରାଜ୍ୟରେ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପୱନ କାଜଲ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି। ଏହା ବ୍ୟତୀତ ନାଲାଗଡ ଆସନର କଂଗ୍ରେସ ବିଧାୟକ ଲଖବିନ୍ଦର ରାଣା ମଧ୍ୟ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

କଂଗ୍ରେସ ନେତାଙ୍କ ବିଜେପିରେ ଯୋଗଦାନ ଦିଲ୍ଲୀ ଠାରେ ହୋଇଥିଲା। ଯେଉଁଠି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (Himachal Pradesh Chief Minister Jairam Thakur) ଏବଂ ରାଜ୍ୟ ବିଜେପି ସଭାପତି ସୁରେଶ କାଶ୍ୟପ (Himachal Pradesh BJP President Suresh Kashyap) ଉପସ୍ଥିତ ଥିଲେ। ପୱନ କାଜଲ (Pawan Kajal) ହେଉଛନ୍ତି କାଙ୍ଗାଡା ଆସନର କଂଗ୍ରେସ ବିଧାୟକ। ଗତ ୨୦୧୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ (Himachal Pradesh Assembly Election 2012) ସେ ଏହି ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିବା ପରେ କଂଗ୍ରେସ ହାତ ଧରିଥିଲେ। କାରଣ ବିଜେପି ତାଙ୍କୁ ଏଠାରୁ ଟିକେଟ ଦେଇନଥିଲା। ପରେ ସେ ୨୦୧୭ ବିଧାନସଭା ନିର୍ବାଚନରେ (Himachal Pradesh Assembly Election 2017) ଏହି ନିର୍ବାଚନଣ୍ଡଳୀରୁ ​​ପୁନର୍ବାର ନିର୍ବାଚିତ ହୋଇଥିଲେ।

ନୂଆଦିଲ୍ଲୀସ୍ଥିତ ହିମାଚଳ ଭବନ ଠାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ରାଜ୍ୟ ବିଜେପି ସଭାପତି ସୁରେଶ କାଶ୍ୟପ ଦୀର୍ଘ ସମୟ ଧରି ଚର୍ଚ୍ଚା କରିଥିଲେ। ଏହି ସମୟରେ ପୱନ କାଜଲ ମଧ୍ୟ ସେଠାରେ ଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହିମାଚଳ ଭବନରୁ ବାହାରକୁ ଆସିଲେ ପୱନ କାଜଲ ତାଙ୍କ ପଛରେ ବୁଲୁଥିବାର ନଜର ଆସିଥିଲେ। ଏହା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉଭୟ କଂଗ୍ରେସ ନେତା ପୱନ କାଜଲ ଏବଂନାଲାଗଡ ଆସନର କଂଗ୍ରେସ ବିଧାୟକ ଲଖବିନ୍ଦର ରାଣା (Lakhvinder Rana) ଦଳରେ ଯୋଗ ଦେଇଥିଲେ।

ଏହି ଅବସରରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ପୱନ କାଜଲ ଏବଂ ଲଖବିନ୍ଦର ରାଣା ବିଜେପିରେ ଯୋଗଦେବା ସହ ଆମ ଦଳ ଅଧିକ ଶକ୍ତିଶାଳୀ ହେଉଛି। କଂଗ୍ରେସର ୨ ଜଣ ବରିଷ୍ଠ ନେତା ବର୍ତ୍ତମାନ ଆମ ଦଳରେ ସାମିଲ ହୋଇଛନ୍ତି। କେନ୍ଦ୍ର ଆମକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଇଛି। ଆସନ୍ତା ନଭେମ୍ବର ମାସରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆମେ ହିମାଚଳ ପ୍ରଦେଶଙ୍କୁ ଏକ ଭିନ୍ନ ପରିଚୟ ଦେଇଛୁ।