Meat Ban in Bengaluru: ଗଣେଶ ପୂଜା ଅବସରରେ ମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଆସନ୍ତୁଷ୍ଟ ହୋଇଉଠିଛନ୍ତି ଏଆଇଏମଆଇଏମ ମୁଖ୍ୟମନ୍ତ୍ରୀ ଅସାଦୁଦ୍ଦିନ ଓୱେସୀ। ଏଥର ଗଣେଶ ପୂଜା ଅବସରରେ ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକା ମାଂସ ଏବଂ ହତ୍ୟା ଉପରେ କଟକଣା ଜାରି କରିଛି। ବେଙ୍ଗାଲୁରୁ ନଗର ନିଗମ ସୀମା ଅଧୀନରେ ଥିବା ସମସ୍ତ କ୍ଷେତ୍ରରେ ଏହି ପ୍ରତିବନ୍ଧକ ଲାଗୁ ହେବ। ଗଣେଶ ପୂଜାକୁ ନଜରରେ ରଖି ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକା ମାଂସ ଉପରେ ନିଷେଧାଦେଶ ଜାରି କରିଛି। ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି।  ଏନେଇ ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ବିଧାନର ବିରୋଧୀ।


COMMERCIAL BREAK
SCROLL TO CONTINUE READING

ଗଣେଶ ପୂଜା (Ganesh Puja) ଅବସରରେ ମାଂସ ଉପରେ ପ୍ରତିବନ୍ଧକ ଲଗାଇଛି ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକା (Bruhat Bengaluru Mahanagara Palike)। ଏନେଇ ପ୍ରତିକ୍ରିୟା ରଖି ହାଇଦ୍ରାବାଦ ସାଂସଦ (Hyderabad Lok Sabha MP) ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM Chief Asaduddin Owaisi) କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ବିଧାନର ବିରୋଧୀ। କର୍ଣ୍ଣାଟକ ସରକାର ରାଜଧାନୀ ବେଙ୍ଗାଲୁରୁ (Karnataka Capital Bengaluru) ଠାରେ ଦେଇଥିବା ଆଦେଶ ଭାରତୀୟ ସମ୍ବିଧାନର ୧୪, ୧୯, ୨୧ ଧାରା ବିରୋଧି। କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର (Karnatak BJP Govt) ଭାରତୀୟ ସମ୍ବିଧାନର  ୧୪, ୧୯, ୨୧ ଧାରା ଏବଂ ସୁପ୍ରିମକୋର୍ଟ ରାୟ ବିରୋଧରେ ନିଷ୍ପତ୍ତି ନେଉଛନ୍ତି। 


Also Read:  ଚୈତ୍ର ନବରାତ୍ରୀ ଅବସରରେ ମାଂସ ଦୋକାନ ବନ୍ଦ କରିବାକୁ ନେଇ ପ୍ରଶ୍ନ ଉଠାଇଲେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ


ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ସୁପ୍ରିମକୋର୍ଟ କହିଛନ୍ତି ଯେ ମୁଁ କ’ଣ ଖାଇବି, କ’ଣ ପିନ୍ଧିବି ତାହା ସରକାର ସ୍ଥିର କରିପାରିବେ ନାହିଁ। କେଉଁ ଆଧାରରେ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ସୁପ୍ରିମକୋର୍ଟ ରାୟ ବିରୋଧରେ ନିଷ୍ପତ୍ତି ନେଉଛନ୍ତି। କର୍ଣ୍ଣାଟକରେ ପ୍ରାୟ ୮୦ ପ୍ରତିଶତ ଲୋକ ମାଂସ ଭକ୍ଷଣ କରିଥାନ୍ତି। ଏହି ନିଷ୍ପତ୍ତି ସହିତ ସରକାର ଗରିବ ଲୋକଙ୍କୁ ଦଣ୍ଡ ଦେଉଛନ୍ତି। ଏହି ସରକାର ଧନୀଙ୍କ ସରକାର। ବିଜେପି ବିଶ୍ୱକୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛି?


ନିକଟରେ ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକା ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଥିଲା ଗଣେଶ ପୂଜା ଅବସରରେ ପଶୁ ହତ୍ୟା ଏବଂ ମାଂସ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ। ଏନେଇ ପଶୁପାଳନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି ଯେ ବେଙ୍ଗାଲୁରୁ ନଗର ନିଗମ (Bengaluru Municipal Corporation) ଅଧୀନରେ ରହିଥିବା ମାଂସ ବିକ୍ରୟସ୍ଥଳରେ ପଶୁଙ୍କୁ ହତ୍ୟା କରିବା କିମ୍ବା ମାଂସ ବିକ୍ରୟ କରିବା ସମ୍ପୂର୍ଣ୍ଣ ନିଷେଧ। ଏହାପୂର୍ବରୁ  ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକା ଶ୍ରୀକୃଷ୍ଣ ଜନମାଷ୍ଟୀ (Srikrishna Janmashtami) ଅବସରରେ ମାଂସ ବିକ୍ରୟ ତଥା ପଶୁ ହତ୍ୟା ଉପରେ ନିଷେଧାଦେଶ ଜାରି କରିଥିଲା।


Also Read: Asaduddin Owaisi: ସୁରକ୍ଷା ପାଇଁ ବଳି ପଡି଼ଲେ ୧୦୧ ଛେଳି


ପୂର୍ବରୁ ଗତ ଅପ୍ରେଲ ମାସରେ ଚୈତ୍ର ନବରାତ୍ରୀ ସମୟରେ ମାଂସ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଥିଲା ଦକ୍ଷିଣ ଦିଲ୍ଲୀ ନଗର ନିଗମ (South Delhi Municipal Corporation)। ମାତ୍ର ଏହି ନିଷ୍ପତ୍ତି ଉପରେ ସେତେବେଳେ ପ୍ରଶ୍ନ ଉଠାଇଥିଲେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ। ଏନେଇ ଟ୍ୱିଟ କରି ସେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବଡ ଶିଳ୍ପପତିଙ୍କ ପାଇଁ is of doing business ବ୍ୟବସ୍ଥା କରୁଛନ୍ତି। ହେଲେ ଏଭଳି ପରିସ୍ଥିତିରେ ଏହି ନିଷ୍ପତ୍ତି ହେତୁ ଲୋକଙ୍କ ଆୟର କ୍ଷତି କିଏ କ୍ଷତିପୂରଣ ଦେବ? ମାଂସ ଅଶୁଦ୍ଧ ନୁହେଁ, ଏହା କେବଳ ରସୁଣ କିମ୍ବା ପିଆଜ ଭଳି ଏକ ଖାଦ୍ୟ।