Asaduddin Owaisi: ସୁରକ୍ଷା ପାଇଁ ବଳି ପଡି଼ଲେ ୧୦୧ ଛେଳି
Advertisement
Article Detail0/zeeodisha/odisha1092932

Asaduddin Owaisi: ସୁରକ୍ଷା ପାଇଁ ବଳି ପଡି଼ଲେ ୧୦୧ ଛେଳି

ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ପ୍ରଶଂସକ ତାଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। 

Asaduddin Owaisi: ସୁରକ୍ଷା ପାଇଁ ବଳି ପଡି଼ଲେ ୧୦୧ ଛେଳି

ହାଇଦ୍ରାବାଦ: ଗଚ ଗୁରୁବାର (ଫେବୃଆରୀ ୩) ରାତିରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ପ୍ରଶଂସକ ତାଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। ଏହି କ୍ରମରେ ଗତ ରବିବାର ଜଣେ ବ୍ୟବସାୟୀ ହାଇଦ୍ରାବାଦ ସହରର ବାଗ-ଇ ଜାହାଁଆରା ଠାରେ ତାଙ୍କ ସୁରକ୍ଷା ଏବଂ ଦୀର୍ଘ ଜୀବନ କାମନା କରି ୧୦୧ ଛେଳି ବଳି ଦେଇଥିଲେ। ହାଇଦ୍ରାବାଦର ମାଲକପେଟ୍ ଆସନର ଏଆଇଏମ୍ଆଇଏମ୍ ବିଧାୟକ ଅହମ୍ମଦ ବିନ୍ ଅବଦୁଲ୍ଲା ବାଲାଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଗତ ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବା ଅବସରରେ ମେରଠ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିଲ୍ଲୀ ଫେରିବା ବେଳେ ଆକ୍ରମଣର ଶୀକାର ହୋଇଥିଲେ ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief) ଅସାଦୁଦ୍ଦିନ ଓୱେସି (Asaduddin Owaisi )। ନିଜ ଉପରେ ହୋଇଥିବା ଆକ୍ରମଣ ବାବଦରେ ଟ୍ୱିଟ କରି ସେ ନିଜେ ଜଣାଇଥିଲେ।

Also Read: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ସୁରକ୍ଷା ନେବାକୁ ମନା କରିଦେଲେ Asaduddin Owaisi

ଏହି ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା Z ବର୍ଗର ସୁରକ୍ଷା ନେବାକୁ ମନା କରି ଦେଇଥିଲେ ଅସାଦୁଦ୍ଦିନ ଓୱେସି। ସୁରକ୍ଷା ପ୍ରସଙ୍ଗରେ ସେ ସରକାରଙ୍କ ପାଖରେ ଦୁଇଟି ଦାବି ରଖିଥିଲେ। ନିଜର ଦାବି ଉପସ୍ଥାପନ କରି ସେ କହିଛନ୍ତି ତାଙ୍କୁ ବୁଲେଟ୍ ପ୍ରୁଫ୍ ଗାଡି ଏବଂ ଅସ୍ତ୍ର ରଖିବାକୁ ଅନୁମତି ପ୍ରଦାନ କରଯାଉ। ମୁଁ ସରକାରୀ ସୁରକ୍ଷା ନେବାକୁ ଚାହୁଁନାହିଁ।

Also Read: Attack on Asaduddin Owaisi: ରାଜ୍ୟସଭାରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ

ନିଜ ପାଖରେ ବୁଲେଟ୍ ପ୍ରୁଫ୍ ଗାଡି ରଖିବା ପାଇଁ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପତ୍ର ଲେଖିବି। ଲାଇସେନ୍ସପ୍ରାପ୍ତ ଅସ୍ତ୍ର ରଖି ନିଜେ ନିଜର ସୁରକ୍ଷା କରିବି ବୋଲି କହିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief ) ଅସାଦୁଦ୍ଦିନ ଓୱେସି (Asaduddin Owaisi)। ନିର୍ବାଚନ ପ୍ରଚାର କରିବା ଅବସରରେ ଗୁରୁବାର ତାଙ୍କ ଉପରେ ହୋଇଥିବା ଗୁଳିମାଡ ପରେ କେନ୍ଦ୍ର ସରକାର ତାଙ୍କୁ Z ବର୍ଗର ସୁରକ୍ଷା (Z Category Security) ଦେବାକୁ  ନିଷ୍ପତ୍ତି ନେଇଥିଲେ।