Prophet Mohammad Controversy: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ବିବାଜ ଥମିବାର ନାଁ ଧରୁନାହିଁ। ଏ ପ୍ରସଙ୍ଗରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଏକ ପ୍ରଶ୍ନ କରି କହିଛନ୍ତି। ଏନେଇ ସେ କହିଛନ୍ତି ପୈଗମ୍ବର ମହମ୍ମଦଙ୍କ ବାବଦରେ ନୁପୂର ଶର୍ମା ରଖିଥିବା ବୟାନ ବିବାଦୀୟ ନା ନୁହେଁ ତାହା ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁ ଆବ୍ବାସଙ୍କୁ ପଚାରି ବୁଝନ୍ତୁ।


COMMERCIAL BREAK
SCROLL TO CONTINUE READING

ପୈଗମ୍ବର ମହମ୍ମଦଙ୍କ ବାବଦରେ ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ସଦ୍ୟ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁ ଆବ୍ବାସଙ୍କ କଥା କହିଛନ୍ତି  ଅସାଦୁଦ୍ଦିନ ଓୱେସୀ। ଏହି ଟ୍ୱିଟ କରି ଏଆଇଏମଆଇଏମ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆଠ ବର୍ଷ ପରେ ତାଙ୍କ ବନ୍ଧୁଙ୍କ କଥା ମନେ ପକାଇଲେ। ଆମେ ଜାଣି ନ ଥିଲୁ ଆପଣଙ୍କର ମଧ୍ୟ ଏପରି ଜଣେ ବନ୍ଧୁ ଅଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛୁ ଦୟାକରି ସେ ତାଙ୍କ ବନ୍ଧୁ ଅବ୍ବାସଙ୍କୁ ଡାକନ୍ତୁ। ଯଦି ସେ ଉପସ୍ଥିତ ଅଛନ୍ତି ତାଙ୍କୁ ଅସାଦୁଦ୍ଦିନ ଓୱେସି ଏବଂ ଧାର୍ମିକ ନେତାଙ୍କ ଭାଷଣ ଶୁଣିବାକୁ କୁହନ୍ତୁ। ଆମେ ମିଛ କହୁଛୁ ନା ନାହିଁ ତାହା ସେ ତାଙ୍କ ବନ୍ଧୁଙ୍କୁ ପଚାରନ୍ତୁ।



ଏହି ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଯଦି ଆପଣ ମୋତେ ଆପଣଙ୍କ ବନ୍ଧୁ ଆବ୍ବାସଙ୍କ ଠିକଣା ଦିଅନ୍ତି ତାହେଲେ ମୁଁ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ପଚାରିବି ଯେ ପୈଗମ୍ବର ମହମ୍ମଦଙ୍କ ବାବଦରେ ନୁପୂର ଶର୍ମା ରଖିଥିବା ବୟାନ ବିବାଦୀୟ ନା ନୁହେଁ। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମାଆ ହୀରାବେନଙ୍କ ୧୦୦ ତମ ଜନ୍ମ ଦିବସ ଅବସରରେ ଏକ ବ୍ଲଗ୍ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ପିଲା ବେଳର ସାଙ୍ଗ ଆବ୍ବାସଙ୍କ ସହ ବିତାଇଥିବା ଦିନକୁ ମନେ ପକାଇଥିଲେ। ଏହି ବ୍ଲଗ୍ ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମୋ ବାପାଙ୍କ ଜଣେ ଘନିଷ୍ଠ ବନ୍ଧୁ ନିକଟସ୍ଥ ଏକ ଗ୍ରାମରେ ରହୁଥିଲେ। ତାଙ୍କର ଅକାଳ ମୃତ୍ୟୁ ପରେ ମୋ ବାପା ତାଙ୍କ ବନ୍ଧୁଙ୍କ ପୁଅ ଆବ୍ବାସଙ୍କୁ ଆମ ଘରକୁ ଆଣିଥିଲେ। ସେ ଆମ ସହିତ ରହି ତାଙ୍କର ଅଧ୍ୟୟନ ସମାପ୍ତ କରିଥିଲେ। ମାଆ ହୀରାବେନ୍ ଅବ୍ବାସଙ୍କ ପ୍ରତି ସ୍ନେହଶୀଳ ଏବଂ ଯତ୍ନବାନ ଥିଲେ ଯେପରି ସେ ଆମ ସମସ୍ତ ଭାଇ ଭଉଣୀଙ୍କ ପ୍ରତି ଥିଲେ। ପ୍ରତି ବର୍ଷ ଇଦ୍ ଅବସରରେ  ସେ ଆବ୍ବାସ ଲାଗି ତାଙ୍କର ପ୍ରିୟ ଖାଦ୍ୟ ରାନ୍ଧୁଥିଲେ। 


Also Read: ନୂପୂର ଶର୍ମାଙ୍କୁ ଗିରଫଦାରୀ ଦୋହରାଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସି


 


Also Read: ଦଳୀୟ ପ୍ରବକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସୀ