ନୂପୂର ଶର୍ମାଙ୍କୁ ଗିରଫଦାରୀ ଦୋହରାଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସି
Advertisement

ନୂପୂର ଶର୍ମାଙ୍କୁ ଗିରଫଦାରୀ ଦୋହରାଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସି

ମୁସଲିମ ମହିଳାଙ୍କ ପ୍ରତି ଆପଣଙ୍କ ସହାନୁଭୂତି କୁଆଡେ ଗଲା ବୋଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶ୍ନ କରିଛନ୍ତି  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। 

ନୂପୂର ଶର୍ମାଙ୍କୁ ଗିରଫଦାରୀ ଦୋହରାଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସି

Asaduddin Owaisi Targets BJP: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ବିଜେପି ବିରୋଧରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ପୈଗମ୍ବର ମହମ୍ମଦଙ୍କ ବାବଦରେ ରଖିଥିବା ବୟାନ ପାଇଁ ନୁପୂର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସେ। ଗତ ଶୁକ୍ରବାର ଜୁମା ନମାଜ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡ଼ିତ ରହିଥିବା ଉପଦ୍ରବୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଅସାଦୁଦ୍ଦିନ ଓୱେସୀ।

ଏହି ପ୍ରସଙ୍ଗରେ କେହି ହିଂସାକାଣ୍ଡରେ ସାମିଲ ହେବା ଉଚିତ ନୁହେଁ କିମ୍ବା ପୋଲିସ ଆଇନକୁ ନିଜ ହାତକୁ ନେବା ଠିକ ନୁହେଁ। ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଦଳର ନିଲମ୍ବିତ ମୁଖପାତ୍ର ନୁପୂର ଶର୍ମାଙ୍କ ବିରୋଧରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଯାହା ଫଳରେ ଏଭଳି ହିଂସାକାଣ୍ଡ ଉପୁଜିଥିବା ଅଭିଯୋଗ କରିଛନ୍ତି ସେ। ନୁପୂର ଶର୍ମାଙ୍କୁ ଗିରଫ କରାଯାଇନାହିଁ। ଆଇନ ଅନୁସାରେ ତାଙ୍କୁ ଗିରଫ କରାଯିବା ଆବଶ୍ୟକ। ମାତ୍ର ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ କିମ୍ବା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ନୁପୂର ଶର୍ମାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିଏ ରୋକୁଛି ବୋଲି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ।

ଦଳୀୟ ସମ୍ବିଧାନ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଦଳର ନିଲମ୍ବନ କରିଦେଲେ ଏହି ବିବାଦର ସମାଧାନ ହୋଇପାରିବ ନାହିଁ। ଜଣେ ଭାରତୀୟ ସମ୍ବିଧାନ ବାବଦରେ ଜାଣିବା ଆବଶ୍ୟକ। ନୁପୂର ଶର୍ମାଙ୍କୁ ଗିରଫ କରି ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଦାବି କରୁଛୁ। ଯଦି ବିଜେପି ଏହି ଘଟଣାକୁ ଗୁରୁତର ସହ ନେଉଥାନ୍ତା ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା। ମାତ୍ର ତାଙ୍କୁ ନିଲମ୍ବନ କରିବାକୁ ୧୦ ଦିନ ସମୟ ଲାଗିଗଲା। ବିବାଦୀୟ ବୟାନ ଦେଇ ନୁପୂର ଶର୍ମା କ୍ଷମା ପ୍ରାର୍ଥନା କରିବା ଯଥେଷ୍ଟ ନୁହେଁ। ଆମେ କ୍ଷମା ଚାହୁଁନାହୁଁ। 

ନୁପୂର ଶର୍ମାଙ୍କ ବୟାନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଅସାଦୁଦ୍ଦିନ ଓୱେସୀ କେହି ହିଂସାକାଣ୍ଡ ଭିଆଇବା ଠିକ ନୁହେଁ।  ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ହିଂସାକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ସରକାରଙ୍କ ଦାୟିତ୍ୱ। ପୋଲିସ ଆଇନକୁ ନିଜ ହାତକୁ ନେବା ଠିକ ନୁହେଁ। ଗତକାଲି ରାଞ୍ଚି ଠାରେ ବିରୋଧ ପ୍ରଦର୍ଶନ କରାଯିବା ସମୟରେ ପୋଲିସ ଗୁଳିରେ ୨ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଠି। ମାତ୍ର ଏହା ହେବା ଠିକ ନୁହେଁ।   

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିଥିବାରୁ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କୁ ଫାସୀ ଦେବା ନେଇ ଏଆଇଏମଆଇଏମ ସାଂସଦ ଇମତିୟାଜ ଜଲୀଲ ରଖିଥିବା ବୟାନ ଉପରେ ଜବାବ ରଖି  ସେ କହିଛନ୍ତି ତାଙ୍କୁ ଆଇନ ଅନୁସାରେ ଗିରଫ କରାଯିବା ଆବଶ୍ୟକ। ଆମ ଦଳ ଏହା ଚାହୁଁଛି।

ଗତ ଶୁକ୍ରବାର ଜୁମା ନମାଜ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ଉପଦ୍ରବୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ହିଂସାକାଣ୍ଡ ଭିଆଇବା ଘଟଣାରେ ଗିରଫ ହୋଇଥିବା ଆଫରିନ ଫାତିମାଙ୍କୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶୀଷ ମିଶ୍ରାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହା ବିରୋଧରେ ୫ ଜଣ ଲୋକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ରହିଛି। ହେପାଜତରେ ପ୍ରତାଡିତ କରୁଥିବା ପୋଲସ ଅଧିକାରୀଙ୍କ ପ୍ରଂଶସା କରାଯାଉଛି। ମାତ୍ର ମୁସଲିମ ହେବା ଅପରାଧ ହୋଇଯାଇଛି। 

ମୁସଲିମ ମହିଳାଙ୍କ ପ୍ରତି ଆପଣଙ୍କ ସହାନୁଭୂତି କୁଆଡେ ଗଲା ବୋଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶ୍ନ କରିଛନ୍ତି  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। 

Also Read: ଦଳୀୟ ପ୍ରବକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସୀ