Chhatrapati Sambhaji Maharaj: ମହାରାଷ୍ଟ୍ର ଔରଙ୍ଗାବାଦ ସହର ନାଁ ସମ୍ଭାଜୀ ନଗର ନାମରେ ନାମିତ କରାଯାଇଛି। ମହାରାଷ୍ଟ୍ରର ଏହି ସହର ଯାହା ବର୍ତ୍ତମାନ ଔରଙ୍ଗାବାଦ ନାମରେ ଜଣାଶୁଣା ଏହା ମୂଳ ରୂପରେ ଖଡକି ନାମରେ ଜଣାଶୁଣା ଥିଲା। ଯାହାର ନିର୍ମାଣ ୧୬୧୦ ମସିହାରେ ମଲିକ୍ ଅମ୍ବରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଡେକାନ ଉପରେ ତାଙ୍କ ଶାସନ କାଳରେ ମୋଗଲ ଶାସକ ଔରଙ୍ଗଜେବଙ୍କ ମୁଖ୍ୟାଳୟ ହେବା ପରେ ଏହି ସ୍ଥାନର ନାମ ପରିବର୍ତ୍ତନ କରି ଏହାକୁ ଔରଙ୍ଗାବାଦ ନାମରେ ନାମିତ କରାଯାଇଥିଲା।  ଏହାର ହେଲେ ଔରଙ୍ଗାବାଦ ନାମକ ଏହି ସ୍ଥାନର ନାମକୁ ପରିବର୍ତ୍ତନ କରି ସମ୍ଭାଜୀ ନଗର କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ବଡ ପୁଅ ହେଉଛନ୍ତି ଛତ୍ରପତି ସମ୍ଭାଜୀ ମହାରାଜ। ନିଜ ପିତା ଶିବାଜୀ ମହାରାଜଙ୍କ ମୃତ୍ୟୁ ପରେ ସେ ମରାଠା ସାମ୍ରାଜ୍ୟର ଦ୍ୱିତୀୟ ଶାସକ ଭାବେ ଶାସନ ଭାର ଗ୍ରହଣ କରିଥିଲେ। ସମ୍ଭାଜୀ ମହାରାଜ କେବଳ ୯ ବର୍ଷ ପାଇଁ ମରାଠା ସାମ୍ରାଜ୍ୟର ସମ୍ରାଟ ପଦରେ ବସିଥିଲେ। ନିଜ ଲୋକ ଏବଂ ସେମାନଙ୍କ ବିଶ୍ୱାସକୁ ରକ୍ଷା କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ତାଙ୍କୁ ଭାରତୀୟ ଇତିହାସରେ ସ୍ମରଣ କରାଯାଏ। 


ଗତ ୧୬୮୭ ମସିହାରେ ହୋଇଥିବା ଯୁଦ୍ଧରେ ସମ୍ଭାଜୀ ମହାରାଜଙ୍କ ମୁଖ୍ୟ ସେନାରତି ହାମ୍ବିରାଓ ମୋହିତଙ୍କୁ ମୋଗଲ ସେନା ହତ୍ୟା କରିବା ପରେ ମରାଠା ସୈନ୍ୟବାହିନୀ ବିଚ୍ଛିନ୍ନ ହେବାକୁ ଲାଗିଥିଲା। ସମ୍ରାଟ ସମ୍ଭାଜୀ ମହାରାଜଙ୍କ ବାବଦରେ ତାଙ୍କ ସମ୍ପର୍କୀୟ ଗୁଇନ୍ଦାଗିରି  କରିଥିଲେ। ଶେଷରେ ସମ୍ଭାଜୀ ମହାରାଜ ଏବଂ ତାଙ୍କର ୨୫ ଜଣ ପରାମର୍ଶଦାତାଙ୍କ ମୁକର୍ରବ ଖାନଙ୍କ ନେତୃତ୍ୱରେ ମୋଗଲ ସେନା ୧୬୮୯ ମସିହା ଫେବୃଆରୀରେ ସଙ୍ଗମେଶ୍ୱର ଠାରେ ହୋଇଥିବା ସଂଘର୍ଷରେ ଗିରଫ କରି ନେଇଥିଲା। ଏହା ପରେ ତାଙ୍କୁ ମୋଗଲ ଶାସକ ଔରଙ୍ଗଜେବଙ୍କ ସୈନ୍ୟ ବର୍ତ୍ତମାନର ଅହମ୍ମଦନଗର ଜିଲ୍ଲାରେ ଅବସ୍ଥିତ ବାହାଦୂରଗଡ ନାମକ ସ୍ଥାନକୁ ନେଇ ଯାଇଥିଲେ।


ସମ୍ଭାଜୀ ମହାରାଜଙ୍କ ସମେତ ଏବଂ ଅନ୍ୟ ବନ୍ଦୀଙ୍କୁ ମୋଗଲ ସେନାଙ୍କ ସାମ୍ନାରେ ନିର୍ଯାତିତ ଏବଂ ଅପମାନିତ କରାଯାଇଥିଲା ଏବଂ ଶେଷରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସମ୍ଭାଜୀ ମହାରାଜଙ୍କୁ ତାଙ୍କର ସମସ୍ତ ଦୁର୍ଗ ଏବଂ ଧନ ସମ୍ପତ୍ତି ସମର୍ପଣ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା। ମାତ୍ର ସମ୍ଭାଜୀ ମହାରାଜ ଇସସଲାମ ସ୍ୱୀକାର କରିବାକୁ ମନା କରିଦେଇଥିଲେ। ଯାହାର ଫଳସ୍ୱରୂପ ତାଙ୍କୁ ମୋଗଲ ସେନା ତାଙ୍କୁ ଯନ୍ତ୍ରଣାଦାୟକ ମୃତ୍ୟୁ ଦେଇଥିଲେ।  


ଔରଙ୍ଗାବାଦକୁ ଜାଣନ୍ତୁ


  • ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ନାମ ଥିଲା 'ଖାଡକି' 

  • ପଶ୍ଚିମ ମହାରାଷ୍ଟ୍ରର ଏକ ପ୍ରାଚୀନ ସହର 

  • ଚଲୁକ୍ୟ ଏବଂ ସତବାହନ  ରାଜବଂଶର ଶାସନାଧିନ ଥିଲା ଏହି ସହର 

  • ଷଷ୍ଠ ଶତାବ୍ଦୀରେ ଅଜନ୍ତା-ଏଲୋରା ଗୁମ୍ଫାର ନିର୍ମାଣ 

  • ବୌଦ୍ଧଧର୍ମର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର, ବୌଦ୍ଧ ହସ୍ତଶିଳ୍ପର ନମୁନା 

  • ୧୯୨୬ ମସିହାରେ ମଲିକ ଅମ୍ବର ଫତେହାନଗର ନାମ ରଖିଥିଲେ

  • ମୋଗଲ ଯୁଗରେ ଔରଙ୍ଗଜେବ ଏହାର ନାମ ଔରଙ୍ଗାବାଦ ରଖିଥିଲେ 

  • ସ୍ୱାଧୀନତା ପୂର୍ବରୁ ଏହା ନିଜାମଙ୍କ ମୁଖ୍ୟାଳୟ ଥିଲା 


Also Read: Name Change Politics: ଔରଙ୍ଗାବାଦ ନାମ ପରିବର୍ତ୍ତନ କରିବାକୁ ନେଇ ଧମକ ଦେଲେ ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ


Alss Read: Maharashtra: ସ୍ଥାନର ନାଁ ପରିବର୍ତ୍ତନ କରିବାକୁ ନେଇ ସରଗରମ ରାଜନୀତି