ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। ମେଣ୍ଟ ଗଠନ ଠାରୁ ଆରମ୍ଭ ଦଳୀୟ ପ୍ରଚାରରେ ମାତିଯାଇଛନ୍ତି ବିଭିନ୍ନ ଦଳର ନେତା।  ଅନ୍ୟପଟେ ମେଣ୍ଟ ସହଯୋଗୀଙ୍କ ସହ ଆସନ ବାଣ୍ଟିବାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଜାରି ରହିଛି କଥାବାର୍ତ୍ତା।


COMMERCIAL BREAK
SCROLL TO CONTINUE READING

ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ଆଜାଦ ସମାଜ ପାର୍ଟି ମେଣ୍ଟ କରିବା ନେଇ ଚର୍ଚ୍ଚା ହେଉଥିଲା। ଏପରିକି ମେଣ୍ଟ ଗଠନ କରିବାକୁ ନେଇ ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗତକାଲି ଅଖିଲେଶ ଯାଦବଙ୍କୁ ଭେଟିପାରନ୍ତି ବୋଲି ଖୁବ ଚର୍ଚ୍ଚା ହେଉଥିଲା।


ହେଲେ ଶନିବାର ମେଣ୍ଟ ଗଠନକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ଆଣି ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି ସେ ମୋତେ ଅପମାନିତ କରିଛନ୍ତି।   


Also Read: ଭାଷଣ ଦେଲା ବେଳେ ମର୍ଯ୍ୟଦା ଭୁଲିଗଲେ ଭୀମ ଆର୍ମୀ ପ୍ରଦେଶ ଅଧ୍ୟକ୍ଷ; ମନ୍ତ୍ରୀ-ସାଂସଦଙ୍କୁ କହିଲେ...


ଏନେଇ ଆଜାଦ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ଅଖିଳେଶ ଯାଦବଙ୍କ ସହ ମୋର ଅନେକ ଥର ସାକ୍ଷାତ ହୋଇଛି। ଏହି ସମୟରେ ତାଙ୍କ ସହ ମୋର ସକରାତ୍ମକ ଆଲୋଚନା ମଧ୍ୟ ହୋଇଥିଲା। ହେଲେ ଶେଷରେ ମୁଁ ଅନୁଭବ କଲି ଯେ ଅଖିଳେଶ ଯାଦବଙ୍କୁ ଦଳିତଙ୍କ ଆବଶ୍ୟକତା ନାହିଁ। ସେ ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ମେଣ୍ଟରେ ଦଳିତ ନେତା ଚାହୁଁ ନାହାଁନ୍ତି। ସେମାନେ ଚାହୁଁଛନ୍ତି ଯେ ଦଳିତ କେବଳ ସେମାନଙ୍କ ପାଇଁ ଭୋଟ୍ ଦିଅନ୍ତୁ। 


ଅଖିଳେଶ ଯାଦବ ବିଜେପି ଭଳି ଆଚରଣ କରୁଛନ୍ତି। କେବଳ ସେ କଥା କହୁଛନ୍ତି ଯେପରି ମୁଖ୍ୟମନ୍ତ୍ରୀ ଯୋଗୀ ଦଳିତଙ୍କ ଘରେ ଖାଦ୍ୟ ଖାଇବା ପରେ ନାଟକ କରୁଛନ୍ତି। ବିଜେପି ଯାହା କରୁଛି ସେମାନେ ମଧ୍ୟ ତାହା କରୁଛନ୍ତି। ବିଜେପି ଭଳି ଦଳକୁ ରୋକିବା ପାଇଁ ଆମେ ଏକ ମେଣ୍ଟ ଗଠନ କରିବାକୁ ଚାହୁଁଥିଲୁ। ଅଖିଳେଶ ଯାଦବ ସାମାଜିକ ନ୍ୟାୟର ଅର୍ଥ ଜାଣନ୍ତି ନାହିଁ। ଏହି କାରଣରୁ ଆଜାଦ ସମାଜ ପାର୍ଟି, ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। 
  
ମୁଁ କାଂଶୀରାମଙ୍କ ସିଦ୍ଧାନ୍ତରେ ଚାଲିଯାଏ। ଯେବେ କାଂଶୀରାମଙ୍କ ସହ ଧୋକ୍କା ହୋଇଥିଲା ଯେତେବେଳେ ସେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ଅଖିଳେଶ ଯାଦବଙ୍କ ସରକାର ଏପର୍ଯ୍ୟନ୍ତ ଗଠନ ହୋଇନାହିଁ। ମୁଁ ଚାହେଁ ନାହିଁ ଯେ ଏଭଳି ସରକାରରେ ଯୋଗଦେବା ପରେ ମୁଁ ମୋ ଲୋକଙ୍କ ଲାଗି  ସ୍ୱର ଉତ୍ତୋଳନ କରିପାରିବି ନାହିଁ। ଆମକୁ ଯେକୌଣସି ମୂଲ୍ୟରେ ବିଜେପି ଭଳି ଶକ୍ତିକୁ ରୋକିବାକୁ ହେବ। ମୁଁ ନିର୍ଦ୍ଦୋଷ ହେବା ସତ୍ତ୍ୱେ ୧୬ ମାସ ଜେଲରେ ରହିଥିଲି ବୋଲି କହିଛନ୍ତି ଚନ୍ଦ୍ରଶେଖର ଆଜାଦ। 


Also Read: UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad


ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଆଜାଦ ସମାଜ ପାର୍ଟି ମୁଖ୍ୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବାକୁ ଦାବି କରିଥିଲେ ଚନ୍ଦ୍ରଶେଖର ଆଜାଦ। ମୁଖ୍ୟମନ୍ତ୍ରୀ ଯୋଗୀ ଯେଉଁ ଆସନରୁ ନିର୍ବାଚନ ଲଢିବେ ବୋଲି କହିଥିଲେ ସେ। ରାଜ୍ୟର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିଜନୌର ଏବଂ ସହାରନପୁର ପ୍ରଭୃତି ଜିଲ୍ଲାରେ ଆଜାଦଙ୍କ ଦଳର ବେଶ ପ୍ରଭାବଶାଳୀ ଦବଦବା ରହିଛି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଆଜାଦ ସମାଜ ପାର୍ଟି ଚମତ୍କାର ପ୍ରଦର୍ଶନ କରିଥିଲା।