UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad
Advertisement
Article Detail0/zeeodisha/odisha1024662

UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad

ଆଗାମୀ ଉତ୍ତର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଆଜାଦ ସମାଜ ପାର୍ଟି। 

UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଆଜାଦ ସମାଜ ପାର୍ଟି ଅଧ୍ୟକ୍ଷ ସଭାପତି ଚନ୍ଦ୍ରଶେଖର ଆଜାଦ। ଏନେଇ ସେ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିଧାନସଭା ନିର୍ବାଚନ ଲଢିବେ। ଦଳ ରାଜ୍ୟର ସମସ୍ତ ୪୦୩ ବିଧାନସଭା ପ୍ରତିଦ୍ୱନ୍ଦ୍ୱିତା କରିବ। ଆଗାମୀ ନିର୍ବାଚନ ପାଇଁ ଦଳର କୌଣସି ପ୍ରାର୍ଥୀ ଉଚ୍ଚ ଜାତିର ଲୋକ ହେବେ ନାହିଁ ବୋଲି କହିଛନ୍ତି ଆଜାଦ। 

ଆଗାମୀ ଉତ୍ତର ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ମୁଁ ରାଜ୍ୟର କୌଣସି ସୁରକ୍ଷିତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଁ ସେହି ଆସନରୁ ନିର୍ବାଚନ ଲଢିବ ଯେଉଁଠୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi) ନିର୍ବାଚନ ଲଢିବେ। ଆଗାମୀ ନିର୍ବାଚନରେ ଦଳ କେବଳ ପଛୁଆ ବର୍ଗ (Backward Class), ଅନୁସୂଚିତ ଜାତି (Scheduled Caste), ଅନୁସୂଚିତ ଜନଜାତି (Scheduled Tribe), ସଂଖ୍ୟାଲଘୁ ବର୍ଗ (Minority Community) ଲୋକଙ୍କୁ ନିର୍ବାଚନ ଲଢିବା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ଦେବ ବୋଲି କହିଛନ୍ତି ଆଜାଦ ସମାଜ ପାର୍ଟି (Azad Samaj Party) ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ (Chandrashekhar Azad)। 

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଆଗାମୀ ନିର୍ବାଚନ ପାଇଁ ଦଳ କୌଣସି ଉଚ୍ଚ ଜାତିର (Upper Caste) ଲୋକଙ୍କୁ ପ୍ରାର୍ଥୀ କରିବ ନାହିଁ। କାରଣ ସେମାନେ କେବେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିନାହାଁନ୍ତି। ଯେଉଁମାନେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛନ୍ତି ସେମାନେ ଆମକୁ ସମର୍ଥନ କରନ୍ତୁ। ନିର୍ବାଚନ ଲଢିବା ପାଇଁ ସଙ୍ଗଠନର ଆବଶ୍ୟକତା କ'ଣ ତାହା କାଂଶୀରାମ ସାହେବ ଆମକୁ ଶିକ୍ଷା ଦେଇଛନ୍ତି। ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ଆଜାଦ କହିଛନ୍ତି ସେମାନେ ଲୋକଙ୍କୁ ଧ୍ୱଂସ କରିବାର କାର୍ଯ୍ୟ କରୁଛି। ଆମ ଦଳର କୋର କମିଟି ଅନ୍ୟ ଦଳ ସହ ମେ କରିବା ଉପରେ ନିଷ୍ପତ୍ତି ନେବ। ଆମ ପାଖରେ ୨୦-୨୨ ପ୍ରତିଶତ ଭୋଟ୍ ଅଛି। 

ଗତ ୨୦୧୯  ଲୋକସଭା ନିର୍ବାଚନରେ (Lok Sabha Elelcetion 2019) ଚନ୍ଦ୍ରଶେଖର ଆଜାଦ ​​ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ବିରୁଦ୍ଧରେ ବାରାଣାସୀ ଆସନରୁ (Varanasi Lok Sabha Seat) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ ମଧ୍ୟ ନିର୍ବାଚନ ଲଢିନଥିଲେ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଜାଦ କହିଛନ୍ତି, ଗତ ଥରର ନିର୍ବାଚନ ସମୟରେ ଆମର ଦଳ ନଥିଲା। ସେତେବେଳେ ବହୁଜନ ସମାଜ ପାର୍ଟି (Bahujan Samaj Party) ସୁପ୍ରିମୋ ମାୟାବତୀ (Mayawati) କହିଥିଲେ ଯଦି ମୁଁ ନିର୍ବାଚନ ଲଢେ ତାହେଲେ ମୋଦି ନିର୍ବାଚନରେ ବାଜିମାତ କରିବେ। କାରଣ ଏହା ଦ୍ୱାରା ଭୋଟ ଭାଗ ହୋଇଯିବ। ଏହି କାରଣରୁ ମୁଁ ନିର୍ବାଚନ ଲଢିନଥିଲି। ଏଥର ଯଦି ମୋ ଦଳ ମୋତେ ନିର୍ବାଚନ ଲଢିବାକୁ ସୁଯୋଗ ଦିଏ ତାହେଲେ ମୁଁ ​ପ୍ରତିଦ୍ୱନ୍ଦ୍ୱିତା କରିବି। 

Also Read: 'ଓଡି଼ଶା ଆସି ଲୋକଙ୍କ ମଧ୍ୟରେ ରାଜନୈତିକ ଚେତନା ଜାଗ୍ରତ କରିବି'

ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଯୋଗୀଙ୍କ ନିର୍ବାଚନ ଲଢିବାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତ। ଏପରିକି ରାଜ୍ୟ ରାଜନୀତିରେ ଏହା ଏକ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭା ହୋଇଛି। ଯଦି ସେ ନିର୍ବାଚନ ଲଢନ୍ତି ତାହେଲେ ରାଜ୍ୟର କେଉଁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ତାହା ଉପରେ ରହିଛି ନଜର। 

Also Read: UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ UP CM Yogi

ପ୍ରାୟ ୨୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ କେବେ ହେଲେ ବିଧାନସଭା ନିର୍ବାଚନ ଲଢିନାହାଁନ୍ତି। ସର୍ବପ୍ରଥମେ ସେ ୧୯୯୮ ଲୋକସଭା ନିର୍ବାଚନରେ ଗୋରଖପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ୧୯୯୯, ୨୦୦୪, ୨୦୦୯, ୨୦୧୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଲଗାତାର ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ସହ ସେତେବଳେ ଦଳର ଲୋକସଭା ସାଂସଦ ଥିବା ଯୋଗୀ ମୁଖ୍ୟମନ୍ତ୍ରୀ ଗାଦି ହାତେଇଥିଲେ। ଏହା ପରେ ସେ ରାଜ୍ୟ ବିଧାନ ପରିଷଦ (Uttar Pradesh Legislative Council) ସଦସ୍ୟ ହୋଇଥିଲେ।