ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ଏହି କ୍ରମରେ ଶନିବାର ଦଳୀୟ ପ୍ରଚାର କରିବା ପାଇଁ ରାଜ୍ୟର କୁଶୀନଗର ଜିଲ୍ଲାରେ ପହଞ୍ଚିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର କୁଶୀନଗର ଜିଲ୍ଲାରେ ଦଳୀୟ ପ୍ରଚାର କରିବା ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟରେ ପୁଣି ଥରେ ଗଠନ ହେବ ବିଜେପି ସରକାର। ବିରୋଧୀଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ବିଦ୍ୟୁତ ସେବାର ମଧ୍ୟ ରାଜନୀତିକରଣ କରାଯାଇଥିଲା। ଇଦ୍ ଏବଂ ମହରମ ସମୟରେ ବିଦ୍ୟୁତ୍ ସଂଯୋଗ ମିଳିବ ବୋଲି କୁହାଯାଉଥିଲା। ହେଲେ ହୋଲି, ଦିୱାଲୀ ସମୟରେ ବିଦ୍ୟୁତ୍ ସେବା ମିଳିବା ନେଇ କିଛି କୁହାଯାଉନଥିଲା। 


Also Read: 'ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାରେ ଲାଗିଛନ୍ତି'


ବିଜେପି ସରକାର ଅମଳରେ ଲୋକେ ବିଭିନ୍ନ ସାମଗ୍ରୀ ସହିତ ପ୍ରତି ମାସରେ ୨ ଗୁଣା ରାସନ ପାଇଛନ୍ତି। ବର୍ତ୍ତମାନ ଏପରି କୌଣସି ଭେଦଭାବ କରାଯାଉନାହିଁ ବୋଲି କୁଶୀନଗର ଠାରେ ପ୍ରଚାର କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। 


Also Read: 'ଅନ୍ୟ କେହି ନୁହେଁ କଂଗ୍ରେସକୁ ଡୁବାଇବା ଲାଗି ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀ ଯଥେଷ୍ଟ'


ମାର୍ଚ୍ଚ ୧୦ ପରେ ରାଜ୍ୟରେ ଯେତେବେଳେ ବିଜେପି ସରକାର ଗଠନ ହେବ, ସେତେବେଳେ ଉଜ୍ୱଲା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ହୋଲି ଏବଂ ଦିୱାଲୀ ଉପଲକ୍ଷେ ମାଗଣା ରନ୍ଧନ ଗ୍ୟାସ୍ ଦିଆଯିବ ଏବଂ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ପରିବହନ ନିଗମ ମାଗଣା ବସ୍ ସେବା ପ୍ରଦାନ କରାଯିବ।