କଂଗ୍ରେସକୁ ଡୁବାଇବା ଲାଗି ଅନ୍ୟ କାହାର ଆବଶ୍ୟକତା ନାହିଁ। ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳକୁ ଡୁବାଇବାକୁ ଯଥେଷ୍ଟ।
Trending Photos
ନୂଆଦିଲ୍ଲୀ: ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ନିର୍ବାଚନ ପ୍ରଚାର କରିବା ଅବସରରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ କଂଗ୍ରେସ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କଂଗ୍ରେସକୁ ଡୁବାଇବା ଲାଗି ଅନ୍ୟ କାହାର ଆବଶ୍ୟକତା ନାହିଁ। ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳକୁ ଡୁବାଇବାକୁ ଯଥେଷ୍ଟ। କଂଗ୍ରେସ ପାଖରେ କୌଣସି ନେତୃତ୍ୱ ନାହିଁ।
ଉତ୍ତର ପ୍ରଦେଶରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପୂର୍ବରୁ କେବେ ହୋଇନାହିଁ। ବିଜେପି ସରକାର ଅମଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟରେ ହୋଇଥିବା ବିକାଶକୁ ବିରୋଧି ଦଳ ସହ୍ୟ କରି ପାରୁନାହାଁନ୍ତି। ସେମାନେ ନିର୍ବାଚନ ସମୟରେ ଅର୍ଥହୀନ ବୟାନବାଜି କରିବାରେ ଲାଗିଛ। ଆମ ଯାହା କହୁ ତାହା କରି ଦେଖାଇ ଥାଉ। ରାଜ୍ୟରେ ପ୍ରଚଣ୍ଡ ବହୁମତ ସହ ବିଜେପି ପୁନର୍ବାର ସରକାର ଗଠନ କରିବ। ରାଜ୍ୟର ୮୦ ପ୍ରତିଶତ ଲୋକ ଆମ ସହ ଅଛନ୍ତି। ଦେଶର ନେତୃତ୍ୱ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ନେଉଛି। ମୋଦି ସରକାର "ସବକା ସାଥ, ସବକା ବିକାଶ" ନୀତି ଆଧାରରେ କାର୍ଯ୍ୟ କରୁଛି।
Also Read: 'ଯଦି ଯୋଗୀ ନିର୍ବାଚନ ଜିତନ୍ତି ତାହେଲେ ମୁଁ କେବେ ଭାରତ ଫେରିବି ନାହିଁ'
ମୁଁ ସ୍ପଷ୍ଟ ଭାବେ ବିଶ୍ୱାସ କରେ ଯେ ଭାରତର ବ୍ୟବସ୍ଥା ସମ୍ବିଧାନ ଅନୁଯାୟୀ ପରିଚାଳିତ ହେବା ଆବଶ୍ୟକ। ଆମେ ଆମର ବ୍ୟକ୍ତିଗତ ବିଶ୍ୱାସ, ଆମର ଅଧିକାର, ଆମର ପସନ୍ଦ ଏବଂ ନାପସନ୍ଦ ଦେଶ ତଥା ଅନୁଷ୍ଠାନ ଉପରେ ଲଗାଇ ପାରିବୁ ନାହିଁ। ମୁଁ ରାଜ୍ୟବାସୀଙ୍କୁ ଏହା କହିପାରିବ ନାହିଁ ଆପଣ ମଧ୍ୟ ଭଗବା ଧାରଣ କରନ୍ତୁ। ଏହା ସେମାନଙ୍କର ବିଷୟ। ହେଲେ କିନ୍ତୁ ବିଦ୍ୟାଳୟରେ ଡ୍ରେସ୍ କୋଡ୍ ଲାଗୁ ହେବା ଆବଶ୍ୟକ। ବ୍ୟକ୍ତିଗତ ବିଶ୍ୱାସ ନିଜ ସ୍ଥାନରେ ଅଛି ହେଲେ ଯେତେବେଳେ ଅନୁଷ୍ଠାନ କଥା ଆସୁଛି ସେତେବେଳେ ଆମକୁ ସେଠାକାର ନିୟମ ମାନିବାକୁ ହେବ।
ଅପରାଧ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଆଇନର ଭୟ ରହିବା ଉଚିତ୍। ଏହା ପୂର୍ବରୁ ଅରାଜକତା ରାଜ୍ୟରେ ଶିଖରରେ ପହଞ୍ଚିଥିଲା। ବିଗତ ୫ ବର୍ଷ ମଧ୍ୟରେ କୌଣସି ଦଙ୍ଗା ହୋଇନଥିଲା। ବର୍ତ୍ତମାନ ସେଠାରେ କର୍ଫ୍ୟୁ ଲଗାଯାଉନାହିଁ। ଆଜମ ଖାନଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଖିଳେଶ ଯାଦବ ମଧ୍ୟ ଚାହୁଁନାହାଁନ୍ତି ସେ ବାହରକୁ ଆସନ୍ତୁ। କାରଣ ଏହା ଦ୍ୱାରା ତାଙ୍କର ଗାଦି ବିପଦରେ ପଡ଼ିବ। ଆଜାମ ଖାନ କିମ୍ବା ଅନ୍ୟାନ୍ୟ ମାମଲା ଯାହା କୋର୍ଟ ସହିତ ଜଡିତ ସେ କ୍ଷେତ୍ରରେ ରାଜ୍ୟ ସରକାର କାହାକୁ ଜାମିନ ଦିଅନ୍ତି ନାହିଁ।
ଏହା ହେଉଛି ନୂତନ ଭାରତ ଯିଏ ଶରିୟତ ନୁହେଁ ସମ୍ବିଧାନ ଅନୁସାରେ ପରିଚାଳିତ ହେବ। ଦେଶକୁ ଇସଲାମୀ କରଣ (Islamization in India) ପାଇଁ "ଗଜୱା-ଏ-ହିନ୍ଦ" (Ghazwa e Hind) ନାମରେ ଯେଉଁ ସ୍ୱପ୍ନ ଦେଖାଯାଉଛି ତାହା କେବେହେଲେ ସାକାର ହେବ ନାହିଁ। ଏଭଳି ଚିନ୍ତାଧାରା ରଖୁଥିବା ଲୋକ ହେଉଛନ୍ତି ତାଲିବାନୀ ସମର୍ଥକ।
Also Read: 'ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାରେ ଲାଗିଛନ୍ତି'
ସେହିପରି ଉତ୍ତରାଖଣ୍ଡ ଠାରେ ନିର୍ବାଚନ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଏକ ଛୋଟ ଭୁଲ ମଧ୍ୟ ଦେଶର ଜାତୀୟ ସୁରକ୍ଷାକୁ ବିପଦରେ ପକାଇପାରେ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଉତ୍ତରାଖଣ୍ଡର ଅନେକ ଗୁରୁତ୍ୱ ରହିଛି। ଯଦି ଏଠାରେ ବିଜେପି ସରକାର ଗଠନ ନହୁଏ ତାହେଲେ ଉତ୍ତର ପ୍ରଦେଶରୁ ପଳାୟନ କରୁଥିବା ସମସ୍ତ ଅପରାଧୀ ଏଠାରେ ଆଶ୍ରୟ ନେବା ସହ ଅପରାଧ କରିବେ।
ଉତ୍ତରାଖଣ୍ଡ ଭଳି ଏକ ଜାତୀୟ ନିରାପତ୍ତାର ଦୁର୍ଗକୁ ଭେଦ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି କଂଗ୍ରେସ ଭଳି ଦଳକୁ ଏଠାରେ ଅଟକାଇ ରଖାଯିବା ଆବଶ୍ୟକ। ଉତ୍ତରାଖଣ୍ଡ ସଠିକ୍ ଦିଗରେ ଗତି କରୁଛି ଏବଂ ସେହି ପଥରେ ରାଜ୍ୟ ଆଗକୁ ବଢିବା ଆବଶ୍ୟକ।
Also Read: Hijab Controversy: ସମାଜବାଦୀ ପାର୍ଟି ନେତ୍ରୀଙ୍କ ଧମକ ପରେ ଜବାବ ରଖିଲେ UP CM Yogi
ହିନ୍ଦୁ ଶବ୍ଦକୁ ସାମ୍ପ୍ରଦାୟିକତା ପରିବର୍ତ୍ତେ ଏକ ସାଂସ୍କୃତିକ ଶବ୍ଦ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଆମକୁ ଗର୍ବର ସହିତ ବିଶ୍ୱରେ ଏହା କହିବାକୁ ଶିଖାଇଛନ୍ତି ଆମେ ହେଉଛି ହିନ୍ଦୁ। ହେଲେ ରାହୁଲ ଗାନ୍ଧୀଙ୍କ ପୂର୍ବପୁରୁଷମାନେ କହୁଥିଲେ ଯେ ସେମାନେ ଦୁର୍ଘଟଣାବଶତଃ ହିନ୍ଦୁ। ଯିଏ ନିଜକୁ ହିନ୍ଦୁ ବୋଲି କହି ଗର୍ବ କରେ ନାହିଁ ସେ ହିନ୍ଦୁ ଶବ୍ଦକୁ ପରିଭାଷିତ କରିପାରିବ ନାହିଁ। ତାଙ୍କର କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ସେମାନେ ଦେବଭୂମି ଉତ୍ତରାଖଣ୍ଡରେ ମୁସଲମାନ ବିଶ୍ୱ ବିଦ୍ୟାଳୟ ନିର୍ମାଣ କରିବା କଥା କହୁଛନ୍ତି।