'ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାରେ ଲାଗିଛନ୍ତି'
Advertisement
Article Detail0/zeeodisha/odisha1102506

'ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାରେ ଲାଗିଛନ୍ତି'

ବିଜେପି ପ୍ରଥମ ୨ ପର୍ଯ୍ୟାୟରେ ୮୦% ପ୍ରତିଶତ ସିଟ୍ ପାଇଛି। ଜନସାଧାରଣଙ୍କ ଉତ୍ସାହ କହୁଛି ଯେ ଜନସାଧାରଣଙ୍କ ଆଶୀର୍ବାଦ ପୁଣି ଥରେ ବିଜେପି ପାଇବ।

'ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାରେ ଲାଗିଛନ୍ତି'

ଲକ୍ଷ୍ନୌ: ନିର୍ବାଚନ ସମୟରେ ଦଳ ବଦଳ କରିଥିବା ନେତାଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ସେ କହିଛନ୍ତି ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ବିଧାନସଭା ନିର୍ବାଚନରେ ​​ବିଜେପି ୮୦ ପ୍ରତିଶତ ସିଟ୍ ହାତେଇବ। 

ବିଜେପି ଜାତୀୟତାବାଦ, ବିକାଶ, ସୁଶାସନ ପ୍ରସଙ୍ଗରେ ନିର୍ବାଚନ ଲଢୁଛି। ଲୋକେ ୨୦୧୪ ପର ଠାରୁ ଲୋକେ ଜାତିବାଦ, ପାରିବାରିକତା, ସାମ୍ପ୍ରଦାୟିକତା ଏବଂ ଭ୍ରଷ୍ଟାଚାର ତ୍ୟାଗ କରିଛନ୍ତି। ଯେଉଁମାନେ ବିଜେପି ଛାଡିଛନ୍ତି ସେମାନଙ୍କ ପାଇଁ ଜନସାଧାରଣଙ୍କ ପାଖରେ ସ୍ଥାନ ନାହିଁ। ଦଳ ଛାଡି ପଳାୟନ କରିଥିବା ନେତା ସେମାନଙ୍କ ଆସନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଯଦି ତାଙ୍କର ଏକ ଜନଧାର ଥିଲା ତେହେଲେ ସେମାନେ ସେମାନଙ୍କ ପାରମ୍ପାରିକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ। ଯେପରି ମୁଁ ନିର୍ବାଚନ ଲଢୁଛି। ସମସ୍ତେ ନିଜ ଆସନ ବଦଳାଇବା ପରେ ପଳାୟନ କରୁଛନ୍ତି।

ବିଜେପି ସରକାର ଜାତିବାଦ ଆଧାରରେ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ହେଲେ ରାମପୁର, କୈରୈନା, ମଉ ଆସନରେ ପେଶାଦରା ଅପରାଧିଙ୍କୁ ଟିକେଟ କିଏ ଦେଇଛି। ସମାଜବାଦୀ ପାର୍ଟି ପରିଚୟ ସମାଜବାଦୀ ରହିବା ବଦଳରେ ମାଫିଆବାଦୀ, ଦଙ୍ଗାକାବାଦୀ, ପରିବାରବାଦୀ ଦଳ ହୋଇସାରିଛି। ସମାଜବାଦୀ ସରକାର ଅମଳରେ ଖାଦ୍ୟ ଦୁର୍ନୀତି ହୋଇଥିଲା। ଗରିବଙ୍କ ରାସନ ସମାଜବାଦୀ ଗୁଣ୍ଡା ହଡ଼ପ କରିଥିଲେ। ଯେତେବେଳେ ସେମାନେ ସାଧାରଣ ରାସନ ଦେଇପାରୁ ନାହାଁନ୍ତି ମାଗଣାରେ ସେମାନେ ଲୋକଙ୍କୁ କିପରି ଦେବେ। ଲୋକେ ସେମାନଙ୍କ କାର୍ଯ୍ୟ ଏବଂ ଶୋଷଣ ଦେଖିଛନ୍ତି। ବର୍ତ୍ତମାନ କେହି ସେମାନଙ୍କ ପ୍ରଲୋଭନରେ ପଡିବ ନାହିଁ।

Also Read: UP Election 2022: ଦ୍ୱିତୀୟ ଥର ଲାଗି କ୍ଷମତାକୁ ଫେରିବା ପାଇଁ ଏହି ୧୦ ବଡ ପ୍ରତିଶୃତି ଦେଲା BJP

ଦେଶବାସୀ, ରାମଭକ୍ତ, ସନ୍ଥସମାଜ ଅଯୋଧ୍ୟ ଠାରେ ହୋଇଥିବା ଗୁଳିକାଣ୍ଡକୁ ଭୁଲିନାହାଁନ୍ତି। ସେମାନଙ୍କ ନାମ ସମାଜବାଦୀ କିନ୍ତୁ କାର୍ଯ୍ୟ ଦଙ୍ଗାବାଦୀ ଏବଂ ଚିନ୍ତାଧାରା ପରିବାରବାଦୀ। ସେମାନଙ୍କର ସାମଗ୍ରିକ ଏବଂ ସର୍ବସମ୍ମତ ଚିନ୍ତାଧାରା ନାହିଁ। ବିକାଶ, ସୁଶାସନ, ଏବଂ ଆଇନର ଶାସନ ପ୍ରତିଷ୍ଠା କରିବା ସମାଜବାଦୀ ପାର୍ଟି ପାଇଁ ଏକ ଦିବା ସ୍ୱପ୍ନ ଭଳି।

ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ସମାଜବାଦୀ ପାର୍ଟି, ବିଏସପି, ଆରଏଲଡ଼ି ଭଳି ଦଳ ମେଣ୍ଟ କରିଥିଲେ। ହେଲେ ବିଜେପି ଏହି ନିର୍ବାଚନରେ ୮୦ ପ୍ରତିଶତ ଆସନ ପାଇଥିଲା। "ସବକା ସାଥ, ସବକା ବିଶ୍ୱାସ" କଥା କହୁଥିବା ବିଜେପି ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ କାହିଁକି ଜଣେ ହେଲେ ମୁସଲମାନଙ୍କୁ ପ୍ରାର୍ଥୀ କରିନାହିଁ ବୋଲି ପଚାର ଯାଇଥିବା ପ୍ରଶ୍ନର ଜବାବ ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ନିର୍ବାଚନ ଲୋକଙ୍କ ସମର୍ଥନ ତଥା ଜନସାଧାରଣଙ୍କ ବିଶ୍ୱାସ ଉପରେ ଆଧାରିତ। ଯେଉଁମାନେ ବିଜେପି ପକ୍ଷରୁ ନିର୍ବାଚନ ଲଢିବା ପାଇଁ ଆବେଦନ କରନ୍ତି ସେମାନଙ୍କୁ ଜିଲ୍ଲା ଏବଂ ଆଞ୍ଚଳିଳ ସ୍ତରରେ ସମୀକ୍ଷା କରିବା ପରେ ସଙ୍ଗଠନ ଦ୍ୱାରା ସୁପାରିଶ କରାଯାଏ। ଯେଉଁମାନେ ଜନସାଧାରଣଙ୍କ ସମର୍ଥନ ହାସଲ କରନ୍ତି ସେମାନେଙ୍କୁ ଟିକେଟ୍ ମିଳିଥାଏ। 

ଏହି ନିର୍ବାଚନରେ ​​ବିଜେପି ମୁସଲିମ ଭୋଟ୍ ପାଇବ ନା ନାହିଁ ତାହାର ଜବାବ ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଏହା ସତ୍ୟ ଯେ ମୁସଲମାନ ମହିଳାଙ୍କୁ ଟ୍ରିପଲ ତଲାକ ଭଳି କୁପ୍ରଥାରୁ ମୁକ୍ତ କରିବାରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱପୂର୍ଣ୍ଣ ଅବଦାନ ରହିଛି। ଗ୍ୟାସ୍ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୋରୋନା ଟିକାକରଣ ଭଳି ସମସ୍ତ ସୁବିଧା ଦ୍ୱାରା ମୁସଲମାନ ସମାଜ ଉପକୃତ ହୋଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଥମ ଦୁଇ ପର୍ଯ୍ୟାୟରେ ବିଜେପି ସପକ୍ଷରେ ମତ ଦେଇଛନ୍ତି। କେତେକ ସ୍ଥାନରେ ମୌଳବାଦୀ ତତ୍ତ୍ୱ ମହିଳାଙ୍କୁ ଭୋଟ୍ ଦେବାରେ ଅଟକାଉଛନ୍ତି। ନିର୍ବାଚନ ଆୟୋଗ ଏହା ଉପରେ ତଦନ୍ତ କରୁ।

Also Read: UP Election 2022: ସାଂସଦ ନୁହେଁ ବିଧାୟକ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ

ବିଜେପି ରାଜ୍ୟରେ ୮୦ ପ୍ରତିଶତ ସିଟ ହାସଲ କରିବ। ବାକି ୨୦ ପ୍ରତିଶତ ଆସନ ପାଇବା ପାଇଁ ସମାଜବାଦୀ ପାର୍ଟି, ବିଏସପି, କଂଗ୍ରେସ ମଧ୍ୟରେ ତ୍ରୀକୋଣୀୟ ମୁକାବିଲା। ବିକାଶ ତଥା ସୁଶାସନ ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସମଜବାଦୀ ପାର୍ଟି ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ବଦଳରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନଙ୍କୁ ସମ୍ମାନ ଜଣାଇବା ପାଇଁ କୁତ୍ସିତ ପ୍ରୟାସ କରିଛି। ଏଭଳି ପ୍ରୟାସ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ। ଯେତେବେଳେ ଆମେ ରାଜ୍ୟର ଆଖୁ ଚାଷୀଙ୍କୁ ଦିଆଯାଇଥିବା ଯୋଜନା ବିଷୟରେ ଆଲୋଚନା କରୁଥିଲୁ ସେତେବେଳେ ସମାଜବାଦୀ ପାର୍ଟି ଜିନ୍ନାଙ୍କୁ ମହିମା ମଣ୍ଡନ କରିବା ସହ ପାକିସ୍ତାନ ମାଳା ଜପ କରୁଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟତା ସହ ଅନେକ କାର୍ଯ୍ୟ କରିଛୁ। ଉତ୍ତର ପ୍ରଦେଶରେ ସୁରକ୍ଷା ଏବଂ ବିକାଶ ସମସ୍ତଙ୍କୁ ସମାନ ଭାବରେ ପ୍ରାପ୍ତ କରୁଛନ୍ତି ହେଲେ କାହାର ତୁଷ୍ଟିକରଣ କରାଯାଉନାହିଁ। ସରକାରଙ୍କ ଉଦ୍ଦେଶ୍ୟ ଏବଂ ଚିନ୍ତାଧାରା ସ୍ପଷ୍ଟ ହୋଇଛି। ଲୋକେ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଲୋକ ପ୍ରତିନିଧି ଯେଉଁମାନେ ନିଜ ନିଜ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ସେମାନଙ୍କୁ ଜନସମର୍ଥନ ମିଳୁଛି। ଯେଉଁମାନେ ନିଜ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସରକାର ଗଠନ ପାଇଁ ନିର୍ବାଚନ ଚାଲିଛି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଆସନ ଗୁରୁତ୍ୱପୂର୍ଣ୍ଣ ଏବଂ କେବଳ ବିଜେପି ଲୋକ ସମର୍ଥନ ପାଇବ।

Also Read: ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi

ବିଜେପି ପ୍ରଥମ ୨ ପର୍ଯ୍ୟାୟରେ ୮୦% ପ୍ରତିଶତ ସିଟ୍ ପାଇଛି। ଜନସାଧାରଣଙ୍କ ଉତ୍ସାହ କହୁଛି ଯେ ଜନସାଧାରଣଙ୍କ ଆଶୀର୍ବାଦ ପୁଣି ଥରେ ବିଜେପି ପାଇବ। ମାର୍ଚ୍ଚ ୧୦ ତାରିଖ ଫଳାଫଳ ବାହାରିବା ପରେ ବିଜେପି ୩୦୦ ଆସନ ପାଇବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ସୁରକ୍ଷା, ଆଇନ ଶୃଙ୍ଖଳା, ବିକାଶ, ଉତ୍ତମ ଶାସନ, କଲ୍ୟାଣମୂଳକ ଯୋଜନାକୁ ନେଇ ଆମେ କରିଥିବା ଅଦ୍ୱିତୀୟ କାର୍ଯ୍ୟ ବିଷୟରେ ଜନତା ଜନାର୍ଦ୍ଦନଙ୍କ ମନରେ ବହୁତ ଉତ୍ସାହ ରହିଛି। ଏହି କାରଣରୁ ବିଜେପି ଏକ ସଂଖ୍ୟାଗରିଷ୍ଠତା ହାସଲ କରିବ।