ଗାନ୍ଧୀନଗର: ବହୁ ପ୍ରତୀକ୍ଷାର ଅନ୍ତଘଟାଇ ଶେଷରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ଭୂପେନ୍ଦ୍ର ପଟେଲ। ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନେଇ ସରଗରମ ହୋଇଉଠିଥିଲା ଗୁଜୁରାଟ ରାଜନୀତି। ଗତକାଲି ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଇସ୍ତଫା ଦେବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ରହିଥିଲା ସମସ୍ତଙ୍କ ନଜର। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ରବିବାର ଆୟୋଜିତ ହୋଇଯାଇଥିଲା ବିଧାୟକ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ଦୌଡରେ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ (Gujarat Deputy Chief Minister) ନୀତିନ ପଟେଲ (nitin patel), କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ (Union Health Minister) ମନସୁଖ ମାଣ୍ଡାଭିୟା (Mansukh Mandaviya), କେନ୍ଦ୍ର ପଶୁପାଳନ ମନ୍ତ୍ରୀ (Union Animal Husbandry Minister) ପୁରୁଷୋତ୍ତମ ରୂପାଲାଙ୍କ (Parshottam Rupala) ନାମ ସର୍ବାଗ୍ରେ ରହିଥିଲା। ହେଲେ ସମସ୍ତଙ୍କୁ ଚମକାଇ ରାଜ୍ୟର ଘାଟଲୋଡି଼ଆ ବିଧାନସଭା ଆସନର (Ghatlodia Assembly Constituency) ବିଧାୟକ ଭୂପେନ୍ଦ୍ର ପଟେଲଙ୍କୁ (MLA Bhupendra Patel) ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। 


ବିଧାୟକ ହେବା ପୂର୍ବରୁ ସେ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରିଟି (Ahmedabad Urban Development Authority) ଏୟୁଡିଏ (AUDA) ଅଧ୍ୟକ୍ଷ  ଏବଂ ଅହମ୍ମଦାବାଦ ମହାନଗର ନିଗମ (Amdavad Municipal Corporation) ଏଏମସି ଷ୍ଟାଣ୍ଡିଂ କମିଟି (AMC Standing Committee) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ।  


ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ରାଜ୍ୟ କାର୍ଯ୍ୟାଳୟ (Gujarat BJP Party Office) ଠାରେ ପହଞ୍ଚିଥିଲେ ଗୁଜୁରାଟ ବିଜେପି ଅଧ୍ୟକ୍ଷ (Gujarat BJP President) ସିଆର ପାଟିଲ (CR Patil), ଦଳୀୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷେକ (BJP Central Observer) କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Union Minister Narendra Singh Tomar), କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Minister Prahallad Joshi) ଏବଂ ଦଳର ବରିଷ୍ଠ ନେତା ତରୁଣ ଚୁଗ (BJP Leader Traun Chug)।


Also Read: ପଦ ଛାଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ


ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପ୍ରତିକ୍ରିୟା ରଖି ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ମୋତେ ମୁଖ୍ୟମନ୍ତ୍ରୀ କରିବା ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରସାରିତ ହେଉଛି। ହେଲେ ଏ ପ୍ରସଙ୍ଗରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ। ଦଳର ଏପରି ଜଣେ ନେତା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବା ଦରକାର ଯିଏକି ଅଭିଜ୍ଞ ହୋଇଥିବା ସହ ସମସ୍ତଙ୍କୁ ସାଥିରେ ନେଇ ଚାଲି ପାରୁଥିବା ଆବଶ୍ୟକ।


ଗତକାଲି ପଦରୁ ଇସ୍ତଫା ଦେଇଥିଲେ ବିଦାୟୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Former Gujarat CM) ବିଜୟ ରୂପାଣୀ (Vijay Rupani)। ଏନେଇ ପ୍ରତିକ୍ରିୟା ରଖି ସେ କହିଥିଲେ ମୋର ଇସ୍ତଫା ପରେ ଜଣେ ନୂତନ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାର ସୁଯୋଗ ପାଇବେ। ମୋତେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ଏବଂ ଏହା ମଧ୍ୟ ମୋ ଭଳି ଜଣେ ସାଧାରଣ କର୍ମକର୍ତ୍ତାଙ୍କ ପାଇଁ ଯଥେଷ୍ଟ। ମୋତେ ବର୍ତ୍ତମାନ ଦଳ ପକ୍ଷରୁ ଯେଉଁ ଦାୟିତ୍ୱ ଦିଆଯିବ ତାହାକୁ ମୁଁ ନିର୍ବାହ କରିବି।