ପଦ ଛାଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ
Advertisement
Article Detail0/zeeodisha/odisha984028

ପଦ ଛାଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

 ରାଜ୍ୟର ବିକାଶ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବିଦାୟୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ।

ପଦ ଛାଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

ଗାନ୍ଧୀନଗର: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଦ ଛାଡିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଶନିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।  

ପଦ ଛାଡିବା ପରେ ବିଦାୟୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରାଜ୍ୟବାସୀ ଏବଂ ଦଳୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ମୋତେ ନିରନ୍ତର ସମର୍ଥନ ରହିଛି। ମୋର ଇସ୍ତଫା ପରେ ଜଣେ ନୂତନ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାର ସୁଯୋଗ ପାଇବେ। ମୋତେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ଏବଂ ଏହା ମଧ୍ୟ ମୋ ଭଳି ଜଣେ ସାଧାରଣ କର୍ମକର୍ତ୍ତାଙ୍କ ପାଇଁ ଯଥେଷ୍ଟ।
 
ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଦଳ ନିଜସ୍ୱ ଶକ୍ତି ବଳରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏପରିକି ବିଜୟ ମଧ୍ୟ ଲାଭ କରିବ। ମୋତେ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶେଷ କୃତଜ୍ଞତା ଜଣାଉଛି। ଦଳ ମୋତେ ବିଭିନ୍ନ ସମୟରେ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରିଛି ତାହାକୁ ମୁଁ ସୁଚାରୁରୂପେ ନିର୍ବାହ କରିଛି। ଦଳରେ ବିଭିନ୍ନ ସମୟରେ ଦାୟିତ୍ୱ ବଦଳିଥାଏ ଏବଂ ଏହି କ୍ରମରେ ମୁଁ ମୋ ପଦରୁ ଇସ୍ତଫା ଦେଇଛି। ରାଜ୍ୟର ବିକାଶ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବିଦାୟୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ।

Also Read: UP Election 2022: ଅଯୋଧ୍ୟାକୁ ଫୈଜାବାଦ ଲେଖିବାକୁ ନେଇ ବିବାଦରେ ଏଆଇଏମଆଇଏମ ସୁପ୍ରିମୋ

ସେ ପଦ ଛାଡ଼ିବା ପରେ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇପାରେ। ଯଦି ଦଳ ଏହି ନିଷ୍ପତ୍ତି ନିଏ ତାହେଲେ ପଟେଲ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ କରିବା ନେଇ ଯେଉଁ ଦାବି ଉଠୁଛି ତାହା ମଧ୍ୟ ପୂରଣ ହୋଇଯିବ। ନିତିନ ପଟେଲଙ୍କ ବ୍ୟତୀତ ଅନ୍ୟ ଦୁଇ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିବା କୁହାଯାଉଛି।