ନୂଆଦିଲ୍ଲୀ: ବିହାରରେ ସରିଯାଇଛି ବିଧାନସଭା ନିର୍ବାଚନ (Bihar Assembly Election 2020) । ବର୍ତ୍ତମାନ ସରକାର ଗଢ଼ିବ ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱାଧୀନ ଏନଡିଏ (NDA) । ଅନ୍ୟପକ୍ଷେ ଆଶାନୁରୂପକ ସଫଳତା ନ ମିଳିବାରୁ ମହାମେଣ୍ଟ (Grand Alliance) ରେ ଦେଖାଦେଇଛି ନିରାଶ । ଏଥିପାଇଁ ମହାମେଣ୍ଟର ସବୁଠାରୁ ବଡ଼ ଦଳ ଆରଜେଡି (RJD) କଂଗ୍ରେସ (Congress) କୁ ଟାର୍ଗେଟ କରିଛି । ବିହାରରେ ମହାମେଣ୍ଟର ପରାଜୟ ପାଇଁ ବରିଷ୍ଠ ରାଷ୍ଟ୍ରୀୟ ଜନତା ଦଳର ନେତା ଶିବାନନ୍ଦ ତିୱାରୀ (RJD Leader Shivanand Tiwari) ସହଯୋଗୀ କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।



COMMERCIAL BREAK
SCROLL TO CONTINUE READING

ଶିବାନନ୍ଦ ତିୱାରୀ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, "କଂଗ୍ରେସ ମହାମେଣ୍ଟ ପାଇଁ  ପାଦର ଶିକୁଳି ପାଲଟିଛି । ସେମାନେ ୭୦ ଜଣ ପ୍ରାର୍ଥୀ ଦେଇଥିଲେ କିନ୍ତୁ ୭୦ଟି ରାଲି ମଧ୍ୟ କରିନଥିଲେ । ପ୍ରଚାର ପାଇଁ ରାହୁଲ ଗାନ୍ଧୀ ତିନି ଦିନ ପାଇଁ ଆସିଥିଲେ କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଆସି ନଥିଲେ ।"


ଅଧିକ ପଢ଼ନ୍ତୁ:-କେନ୍ଦ୍ର ସରକାର ଏହି ସମୟରେ ଦେବେ ମହଙ୍ଗା ଭତ୍ତା (DA), ଜାଣନ୍ତୁ କେବେ ମିଳିବ ଲାଭ


ସେ କହିଛନ୍ତି, "ଏଠାରେ ନିର୍ବାଚନ ଜୋରସୋରରେ ଚାଲିଥିଲା ​​କିନ୍ତୁ ରାହୁଲ ଗାନ୍ଧୀ ଶିମଲାର ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକନିକ୍ କରୁଥିଲେ । କ'ଣ ଏପରି ଭାବେ ପାର୍ଟି ଚାଲିଥାଏ ? ଏହି ଅଭିଯୋଗ ହୋଇପାରେ ଯେ କଂଗ୍ରେସ ଯେପରି ନିଜର ବ୍ୟବସାୟ ଚଳାଉଛି, ସେଥିରୁ ବିଜେପି ଉପକୃତ ହେଉଛି ।" 


ଅଧିକ ପଢ଼ନ୍ତୁ:-ପ୍ରଥମ ଥର ପାଇଁ ପରାଜୟ ସ୍ୱୀକାର କଲେ ଟ୍ରମ୍ପ କିନ୍ତୁ...


ସେ କହିଛନ୍ତି ଯେ ଏହି ପରିସ୍ଥିତି କେବଳ ବିହାରରେ ନୁହେଁ । ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ସର୍ବାଧିକ ସଂଖ୍ୟକ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଦ୍ ଧରିଛି, କିନ୍ତୁ ସେମାନେ ସେତିକି ଆସନ ଜିତିବାକୁ ସକ୍ଷମ ନୁହଁନ୍ତି । କଂଗ୍ରେସ ଏ ବିଷୟରେ ଚିନ୍ତା କରିବା ଉଚିତ । ସେ କଂଗ୍ରେସର ବରିଷ୍ଠ ନେତାଙ୍କ ଚିଠିକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଦଳର ନେତା ସୋନିଆ ଗାନ୍ଧୀଙ୍କୁ ଦଳର ଆଭିମୁଖ୍ୟ ସମ୍ପର୍କରେ ଲେଖିଥିଲେ ।