Tejashwi Yadav Speech Troll: ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଷଣ ଦେବା ବେଳେ ଟ୍ରୋଲ ହୋଇଛନ୍ତି ଆରଜେଡି ବିଧାୟକ ତଥା ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ତେଜସ୍ୱୀ ଯାଦବଙ୍କ ଏହି ଭାଷଣ ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଷଣ ଦେବାକୁ ନେଇ ତାଙ୍କୁ ବିରୋଧି କଟାକ୍ଷ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି ବିହାର ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂହ କହିଛନ୍ତି ବିହାର ବିଧାନସଭା ପରିସରରେ ବିରୋଧି ଦଳର ନେତା ତେଜସ୍ୱୀ ଯାଦବଙ୍କ ଭାଷଣ ଦେବା ବେଳେ ଅଟକି ଯିବା ରାଜ୍ୟକୁ ଅପମାନିତ କରିଛି। ବିହାର ବିଧାନସଭାର ଶତବାର୍ଷିକୀ ସମାରୋହରେ ବିରୋଧି ଦଳର ନେତା ତାଙ୍କ ଅଶିକ୍ଷା କାରଣରୁ ରାଜ୍ୟକୁ ଅପମାନତ କରିଛନ୍ତି। ଯେଉଁ ରାଜ୍ୟରେ ବିରୋଧି ଦଳ ନେତା ଏକ ସାର୍ବଜନୀନ ମଞ୍ଚରେ ଏକ ଲିଖିତ ଭାଷଣ ପଢି ପାରିବେ ନାହିଁ ତାହେଲେ ସେ କେତେ ଗୁଣବାନ ଏବଂ ତାଙ୍କର କାର୍ଯ୍ୟ କରିବାର ଦକ୍ଷତା କ'ଣ ହୋଇଥିବ ତାହାର ଆକଳନ ଏହି ଘଟଣାରୁ କରାଯାଇପାରେ।


ଆରଜେଡି ବିଧାୟକ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରି ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂହ କହିଛନ୍ତି ଗୁରୁ ପୂର୍ଣ୍ଣିମା ଅବସରରେ ସେ ତାଙ୍କର ଗୁରୁଙ୍କୁ ପ୍ରଣାମ କରୁଛନ୍ତି। ଯିଏ ବିରୋଧି ଦଳ ନେତାଙ୍କୁ ଶିକ୍ଷା ଦେଇଥିଲେ। ସେ ତାଙ୍କୁ ଏପରି ଉଚ୍ଚମାନର ଶିକ୍ଷା ଦେଇଥିଲେ  ଯେଉଁଥିପାଇଁ ସେ ଏକ ପୃଷ୍ଠାର ଲିଖିତ ଭାଷଣ ମଧ୍ୟ ପଢି ପାରିନଥିଲେ।


ଜୁଲାଇ ୧୨ ମଙ୍ଗଳବାର ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ସେତେବେଳେ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ତାଙ୍କ ଅଭିଭାଷଣ ଦେଇଥିଲେ। ହେଲେ ସେ ଲିଖିତ ଭାଷଣ ମଧ୍ୟ ପଢି ପାରିନଥିଲେ। ଭାଷଣ ଦେବା ବେଳେ ବିରୋଧି ଦଳ ନେତା ଗୋଟିଏ ଶବ୍ଦ ଉପରେ ୨ ମିନିଟ ପର୍ଯ୍ୟନ୍ତ ଅଟକି ଯାଇଥିଲେ। 


Also Read: Bihar: ଭାଷଣ ପାଇଁ ଟ୍ରୋଲ ହେଲେ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ  


Also Read: 'ମୁଖ୍ୟ ପ୍ରସଙ୍ଗ ଆସିବା ମାତ୍ରେ ରାହୁଲ-ତେଜସ୍ୱୀ-ଚିରାଗ ହନିମୁନ୍ କରିବାକୁ ଯାଆନ୍ତି'


Also Read: ପାଠ ପଢିବା ଉପରେ ଗୁରୁତ୍ୱ ଦିଅନ୍ତୁ ତେଜସ୍ୱୀ ଯାଦବ: ନୀରଜ କୁମାର