ରାଲି ବେଳେ ତେଜସ୍ୱୀ ଯାଦବଙ୍କ ଉପରକୁ ଜୋତାମାଡ, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha769863

ରାଲି ବେଳେ ତେଜସ୍ୱୀ ଯାଦବଙ୍କ ଉପରକୁ ଜୋତାମାଡ, ଭିଡିଓ ଭାଇରାଲ

ଏହି ଘଟଣାକୁ ନେଇ ମହାମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରାଲି ବେଳେ ତେଜସ୍ୱୀ ଯାଦବଙ୍କ ଉପରକୁ ଜୋତାମାଡ, ଭିଡିଓ ଭାଇରାଲ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Elelction 2020) ଲାଗି ଦିନ ପାଖେଇ ଆସୁଥିବା ବେଳେ ଏବେ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ରାଲି ସହ ନିର୍ବାଚନ ପ୍ରଚାର। ରାଜ୍ୟରେ ବିଭିନ୍ନ ଦଳର ଷ୍ଟାକ ପ୍ରଚାରକ ପହଞ୍ଚି ଦଳୀୟ ପ୍ରଚାରକୁ ଜାରି ରଖିଛନ୍ତି। ଏହି କ୍ରମରେ ବିରୋଧି ମହାମେଣ୍ଟ (Grand Alliance) ନେତୃତ୍ୱ ନେଉଥିବା ତେଜସ୍ୱୀ ଯାଦବ (Tejaswi Yadav) ଆଜି  ରାଜ୍ୟର ଔରଙ୍ଗାବାଦ (Aurangabad) ଠାରେ ଏକ ରାଲି କରିଥିଲେ। 

ହେଲେ ଏହି ରାଲିରେ ଯୋଗ ଦେଇଥିବା ଜଣେ ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତେଜସ୍ୱୀଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। କେବଳ ସେତିକି ନୁହେଁ ତାଙ୍କ ଉପରକୁ ଦୁଇ ଥର ଚପଲ ଫିଙ୍ଗାଯାଇଥିଲା। ପ୍ରଥମ ଥର ଫିଙ୍ଗା ଯାଇଥିବା ଚପଲ ତାଙ୍କ ପାଖରେ ପହଞ୍ଚିଥିଲେ ଏହା ଉପରେ କାହାର ନଜର ନଥିଲା। ଦ୍ୱିତୀୟ ଥର ଫିଙ୍ଗା ଯାଇଥିବା ଚପଲ ତେଜସ୍ୱୀଙ୍କ ହାତରେ ବାଜିଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ବିଶୃଙ୍ଖଳା ହୋଇଥିଲା।

 

ଏହି ଘଟଣା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଲୋକଙ୍କୁ ଖୋଜାଗଲା ଯିଏ ଏପରିସ କାଣ୍ଡ ଭିଆଇଥିଲା। ଏହି ଘଟଣାକୁ ନେଇ ମହାମେଣ୍ଟର ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରାଲି ସମୟରେ ଚପଲ ଫିଙ୍ଗିବାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଜନିତ ଶାନ୍ତ ହେବା ପରେ ଭାଷଣ ଦେଇଥିଲେ ତେଜସ୍ୱୀ ଯାଦବ ବିଶୃଙ୍ଖଳା । ସେ ଏ ଘଟଣାକୁ ଏତେ ଗୁରୁତର ସହ ନେଇନାହାଁନ୍ତି କିମ୍ବା ଏହା ଉପରେ କୌଣସି ବୟାନ ଜାରି କରିନାହାଁନ୍ତି। ଏହି ସଭାରେ ବହୁ ସଂଖ୍ୟକ ଲୋକ ପହଞ୍ଚିଥିଲେ।