ପାଟନା: Bihar Political Crisis: ବିହାରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କ ଠାରୁ ସାକ୍ଷାତର ସମୟ ମାଗିଛନ୍ତି । ସେ ଆଜି ଅର୍ଥାତ ଅଗଷ୍ଟ ୯ ମଧ୍ୟାହ୍ନ ୧୨.୩୦ରୁ ୧ଟା ମଧ୍ୟରେ ସାକ୍ଷାତ କରିବା ପାଇଁ ରାଜ୍ୟପାଳଙ୍କ ଠାରୁ ସମୟ ମାଗିଛନ୍ତି । ଏହା ମଧ୍ୟ ଖବର ଆସୁଛି ଯେ, ବିଜେପି କୋଟାର ସମସ୍ତ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେବେ । ସେମାନେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ । ବର୍ତ୍ତମାନ ନୀତିଶ କୁମାରଙ୍କ କ୍ୟାବିନେଟରେ ବିଜେପି କୋଟାରୁ ୧୬ ଜଣ ମନ୍ତ୍ରୀ ଅଛନ୍ତି । 


COMMERCIAL BREAK
SCROLL TO CONTINUE READING

ଜେଡିୟୁ ବିଧାୟକ ଓ ନେତାଙ୍କ ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟିବାକୁ ଯାଇପାରନ୍ତି । ନୀତିଶ କୁମାରଙ୍କ ଘରେ ଜେଡିୟୁ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେଉଛି । ସେପଟେ ମହାମେଣ୍ଟରେ ସାମିଲ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ବୈଠକ ରାବ୍ରି ଦେବୀଙ୍କ ବାସଭବନରେ ଅନୁଷ୍ଠିତ ହେଉଛି । ସକାଳରୁ ରାବ୍ରି ବାସଭବନରେ ବିଧାୟକଙ୍କ ଆସିବା ଜାରି ରହିଛି । ଯାହା ପରେ ରାଜ୍ୟ ରାଜନୀତିର ପାରା ବଢ଼ି ଯାଇଛି । ସୂଚନାନୁସାରେ, ମହାମେଣ୍ଟରେ ସାମିଲ ଦଳଗୁଡ଼ିକ ମଧ୍ୟରେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନେଇ ସହମତି ପ୍ରକାଶ ପାଇଛି । ନୀତିଶ କୁମାରଙ୍କୁ କଂଗ୍ରେସ ସମର୍ଥନ ଜଣାଇଛି । କୁହାଯାଉଛି ଯେ ନୀତିଶ କୁମାରଙ୍କ ସହ ଆରଜେଡିର ନେତା ତେଜସ୍ୱୀ ଯାଦବ ମଧ୍ୟ ରାଜ୍ୟପାଳଙ୍କୁ ଭେଟିବେ ।


ସେପଟେ ବିହାର ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ତାରକେଶ୍ୱର ପ୍ରସାଦଙ୍କ ଘରେ ବିଜେପି କୋଟା ମନ୍ତ୍ରୀଙ୍କ ବୈଠକ ଚାଲିଛି । ବର୍ତ୍ତମାନ ବିହାର ସରକାରରେ ବିଜେପିର ୧୬ ଜଣ ମନ୍ତ୍ରୀ ଅଛନ୍ତି । ଏଥିମଧ୍ୟରେ ୧୪ ଜଣ ମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି । ସୂଚନାନୁସାରେ, ବିଜେପି କୋଟା ମନ୍ତ୍ରୀମାନେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ଇସ୍ତଫା ଦେଇପାରନ୍ତି । ଏହି ବୈଠକରେ ବିହାର ସରକାରରେ ଶାହନାୱାଜ ହୁସେନ୍ ଓ ନିତିନ ନବୀନ ମଧ୍ୟ ଉପସ୍ଥିତ ନାହାଁନ୍ତି ।


ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କ ସହ ସରକାର ଗଢ଼ିବାକୁ ନେଇ ଆରଜେଡି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା


ଏହା ବି ପଢ଼ନ୍ତୁ:-ବିହାରରେ ବିଜେପି-ଜେଡିୟୁରେ ବ୍ରେକଅପ୍! କଂଗ୍ରେସ ବିଧାୟକଙ୍କ ଘୋଷଣା-ନୀତିଶ କୁମାର ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ


ଏହା ବି ପଢ଼ନ୍ତୁ:-କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପଞ୍ଚମ ଶ୍ରେଷ୍ଠ ପ୍ରଦର୍ଶନ, ତାଲିକାରେ ଟପ୍ ରହିବାର ସ୍ୱପ୍ନ ଏପର୍ଯ୍ୟନ୍ତ ହୋଇପାରିନି ପୂରଣ


ସେପଟେ ନୀତିଶ କୁମାର ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ ସହିତ ମେଣ୍ଟ କରିବେ କି? ଏହି ପ୍ରଶ୍ନର ଜବାବରେ ଆରଜେଡି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି ଯେ, ଯଦି ନୀତିଶ କୁମାର ଏନଡିଏ ଛାଡନ୍ତି, ତା’ହେଲେ ତାଙ୍କୁ ଆଲିଙ୍ଗନ କରିବା ଛଡା ଆମର କୌଣସି ବିକଳ୍ପ ନାହିଁ । ବିଜେପି ସହିତ ଲଢ଼ିବା ପାଇଁ ଆରଜେଡି ପ୍ରତିବଦ୍ଧ । ଯଦି ମୁଖ୍ୟମନ୍ତ୍ରୀ ଏହି ଲଢ଼େଇରେ ଯୋଗ ଦେବାକୁ ଚାହାଁନ୍ତି, ତେବେ ଆମେ ଏକାଠି ଲଢ଼ିବୁ ।


ବିହାର ବିଧାନସଭାରେ ବର୍ତ୍ତମାନ ରାଷ୍ଟ୍ରୀୟ ଜନତା ଦଳର ୭୯, ବିଜେପିର ୭୭, ଜେଡିୟୁର ୪୫, କଂଗ୍ରେସର ୧୯, ସିପିଆଇ (ଏମଏଲ)ର ୧୨, ଏମଆଇଏମର ଜଣେ, ହାମର ଚାରି, ସିପିଏମର ୨ ଏବଂ ସିପିଆଇର ୨ ବିଧାୟକ ବ୍ୟତୀତ ଜଣେ ସ୍ୱାଧୀନ ଓ ଗୋଟିଏ ସିଟ୍ ଖାଲି ଅଛି ।