Bihar Politics: ବିଭାଗ ବଦଳିବା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ କାର୍ତ୍ତିକ କୁମାର
Bihar Politics: ଯେତେବେଳେ ଆରଜେଡି ଏମଏଲସି କାର୍ତ୍ତିକ କୁମାରଙ୍କୁ ଆଇନ ମନ୍ତ୍ରୀ କରାଯାଇଥିଲା ସେତେବେଳେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାର ବିରୋଧରେ ବର୍ଷିଥିଲା।
Bihar Minister Kartik Kumar: ଏବେ ଆରଜେଡି ଏମଏଲସି କାର୍ତ୍ତିକ କୁମାରଙ୍କୁ ନେଇ ସରଗରମ ହୋଇଉଠିଛି ବିହାର ରାଜନୀତି। ଅପହରଣର ମାମଲାରେ ଅଭିଯୁକ୍ତ କାର୍ତ୍ତିକ କୁମାରଙ୍କୁ ଆଇନ ମନ୍ତ୍ରୀଙ୍କ ପଦରୁ ହଟାଇ ଆଖୁ ଶିଳ୍ପ ମନ୍ତ୍ରୀ କରାଯାଇଥିଲା। ମାତ୍ର ବିଭାଗ ବଦଳିବାର ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କାର୍ତ୍ତିକ କୁମାର।
ଅଷ୍ଟମ ଥର ଲାଗି ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୨୨ ଦିନ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ ସରକାରରେ ପ୍ରଥମ ଇସ୍ତଫା ହୋଇଛି। ମନ୍ତ୍ରୀ କାର୍ତ୍ତିକ କୁମାର ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ବିଳମ୍ବ ନକରି ଇସ୍ତଫା ଗ୍ରହଣ କରି ରାଜ୍ୟପାଳ ଫାଗୁ ଚୌହାନଙ୍କ ନିକଟକୁ ପଠାଇ ଦେଇଥିଲେ।
Also Read: Bihar Politics: ବିବାଦ ପରେ ଦାଗୀ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିଭାଗ ବଦଳାଇଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ଗତ ୨୦୧୪ ବର୍ଷରେ ବିହାର ରାଜଧାନୀ ପାଟନାସ୍ଥିତ ବିହାଟା ଥାନାରେ ଆରଜେଡି ଏମଏଲସି କାର୍ତ୍ତିକ କୁମାରଙ୍କ (RJD MLC Kartik Kumar) ବିରୋଧରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା। ତାଙ୍କ ଉପରେ ଜଣେ ବିଲଡରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅପହରଣ ଷଡଯନ୍ତ୍ର କରିଥିବାର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ସେପ୍ଟେମ୍ବର ୧ ଗୁରୁବାର ତାଙ୍କୁ ପାଟନା ଦାନାପୁର ଅଦାଲତରରେ ଆତ୍ମସମର୍ପଣ କରିବାକୁ ହେବ।
Also Read: Bihar Minister Kartik Kumar: ମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ, ଚୁପ ରହିଲେ ମୁଖ୍ୟମନ୍ତ୍ରୀ
ବିହଟା କେସ୍ ନମ୍ବର ୮୫୯/୨୦୧୪ ରେ କାର୍ତ୍ତିକ କୁମାର ସେପ୍ଟେମ୍ବର ୧ ତାରିଖରେ ଦାନପୁରର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଅଜୟ କୁମାରଙ୍କ ଅଦାଲତରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି ଆରଜେଡି ଏମଏଲସି କାର୍ତ୍ତିକ କୁମାର। ଆଖୁ ଶିଳ୍ପ ମନ୍ତ୍ରୀ କାର୍ତ୍ତିକ କୁମାର ୨୦୨୨, ୩୧ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତାଙ୍କର ଇସ୍ତଫା ପ୍ରଦାନ କରିଥିଲେ। ଇସ୍ତଫା ଗ୍ରହଣ କରି ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଫାଗୁ ଚୌହାନଙ୍କ ନିକଟକୁ ତାଙ୍କ ସୁପାରିଶ ପାଇଁ ପଠାଇଛନ୍ତି। କାର୍ତ୍ତିକ କୁମାର ଏବେ ବିହାର ମନ୍ତ୍ରିମଣ୍ଡଳର ସଦସ୍ୟ ନାହାଁନ୍ତି। ରାଜ୍ୟର ରାଜସ୍ୱ ଏବଂ ଜମି ସଂସ୍କାର ମନ୍ତ୍ରୀ ଆଲୋକ କୁମାର ମେହେତାଙ୍କୁ ଆଖୁ ଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ଯେତେବେଳେ ଆରଜେଡି ଏମଏଲସି କାର୍ତ୍ତିକ କୁମାରଙ୍କୁ ଆଇନ ମନ୍ତ୍ରୀ କରାଯାଇଥିଲା ସେତେବେଳେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ନେତୃତ୍ୱାଧିନ ମହାମେଣ୍ଟ ସରକାର ବିରୋଧରେ ବର୍ଷିଥିଲା। ଦାଗୀ ନେତାଙ୍କୁ ମନ୍ତ୍ରୀ କରିବାକୁ ନେଇ ବିଜେପି କ୍ରମାଗତ ଭାବେ ପ୍ରଶ୍ନ ଉଠାଉଥିଲା। ଆତ୍ମସମର୍ପଣ କରିବା ପୂର୍ବରୁ ନୀତୀଶ କୁମାର ତାଙ୍କ ବିଭାଗ ବଦଳାଇଥିଲେ ଏବଂ ବର୍ତ୍ତମାନ କାର୍ତ୍ତିକ କୁମାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିବାଦକୁ ଥଣ୍ଡା କରିବାକୁ ଚେଷ୍ଟା କରିଛନ୍ତି।
Also Read: Bihar Minister Kartik Kumar: ବିହାର ଆଇନ ମନ୍ତ୍ରଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା
ବିହାର ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ଇସ୍ତଫା ପରେ ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ (BJP Rajya Sabha MP Sushil modi) ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ ନୀତୀଶ କୁମାର ପ୍ରଥମ ଓଭରରେ କ୍ଲିନ ବୋଲ୍ଡ ହୋଇଯାଇଛନ୍ତି। ବର୍ତ୍ତମାନ କାର୍ତ୍ତିକ କୁମାରଙ୍କ ପ୍ରଥମ ୱିକେଟ୍ ପତ୍ତନ ହୋଇଛି। ବର୍ତ୍ତମାନ ଆହୁରି ଅନେକ ୱିକେଟ୍ ପଡ଼ିବ। ସେହିପରି ବିଜେପି ବିଜେପି ମୁଖପାତ୍ର ଶାହାନୱାଜ ହୁସେନ (BJP Spokesperson Shahnawaz Hussain) କହିଛନ୍ତି ବିହାରରେ ମାଫିଆଙ୍କର, ମାଫିଆଙ୍କ ଦ୍ୱାରା ଏବଂ ମାଫିଆଙ୍କ ପାଇଁ ସରକାର ରହିଛି। ବର୍ତ୍ତମାନ ଅଦାଲତରେ ହାଜର ହେବା ପୂର୍ବରୁ ମନ୍ତ୍ରୀଙ୍କ ଇସ୍ତଫା ନିଆଯାଇଛି।