Bihar Grand Alliance Govt: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ସଚିବାଳୟ ଦ୍ୱାରା ଅଗଷ୍ଟ ୩୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ କାର୍ତ୍ତିକ କୁମାରଙ୍କୁ ଆଇନ ବିଭାଗ ବଦଳରେ ଆଖୁ ଉଦ୍ୟୋଗ ବିଭାଗ ଏବଂ ଶମିମ ଅହମ୍ମଦଙ୍କୁ ଆଖୁ ଉଦ୍ୟୋଗ ବଦଳରେ ଆଇନ ବିଭାଗ ଦାୟିତ୍ୱ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇଛି।
Trending Photos
Bihar Grand Alliance Govt: ବିହାର ମହାମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିବାଦ ଘେରକୁ ଆସିଥିବା ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି। ବିହାର ମୁଖ୍ୟ ଶାସନ ସଚିବ ଆମୀର ସୁବହାନୀଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ସଚିବାଳୟ ଦ୍ୱାରା ଅଗଷ୍ଟ ୩୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ କାର୍ତ୍ତିକ କୁମାରଙ୍କୁ ଆଇନ ବିଭାଗ ବଦଳରେ ଆଖୁ ଉଦ୍ୟୋଗ ବିଭାଗ ଏବଂ ଶମିମ ଅହମ୍ମଦଙ୍କୁ ଆଖୁ ଉଦ୍ୟୋଗ ବଦଳରେ ଆଇନ ବିଭାଗ ଦାୟିତ୍ୱ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇଛି।
ଏକ ଅପହରଣ ମାମଲାରେ (Kidnapping Case) ବିହାର ମନ୍ତ୍ରୀ କାର୍ତ୍ତିକ କୁମାରଙ୍କୁ (Bihar Minister Kartik Kumar) ଅଗଷ୍ଟ ୧୬ ତାରିଖରେ ପାଟନା ଜିଲ୍ଲାର (Patna District) ଦାନାପୁର ଅଦାଲତରେ (Danapur Court) ଆତ୍ମସମର୍ପଣ କରିବାର ଥିଲା। ହେଲେ ସେହି ଦିନ ସେ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାରରେ (Bihar Grand Alliance Govt) ଆରଜେଡି କୋଟାରୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
Also Read: Bihar Minister Kartik Kumar: ମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ, ଚୁପ ରହିଲେ ମୁଖ୍ୟମନ୍ତ୍ରୀ
ଏହି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (Former Bihar Deputy Chief Minister) ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି (BJP Rajya Sabha MP Sushil Modi) ଅଭିଯୋଗ ଆଣି କହିଥିଲେ ଯେ ଅପହରଣ ମାମଲାରେ ସମନ ଜାରି ହେବା ସତ୍ତ୍ୱେ ମନ୍ତ୍ରୀ କାର୍ତ୍ତିକ କୁମାର ଅଦାଲତରେ ହାଜର ହୋଇନଥିଲେ। ଏହା ପରେ ମନ୍ତ୍ରୀଙ୍କ ବିରୋଧରେ ୱାରେଣ୍ଟ ଜାରି କରା ଯାଇଥିଲା। ଗତ ଅଗଷ୍ଟ ୧୬ ତାରିଖରେ ମନ୍ତ୍ରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା। ମାତ୍ର ସେହି ଦିନ ସେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେ ଅଦାଲତରେ ହାଜର ହେବା ପରିବର୍ତ୍ତେ ବିହାର ରାଜଭବନରେ ପହଞ୍ଚି ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ।
ଗତ ଅଗଷ୍ଟ ୧୬ ତାରିଖରେ ହୋଇଥିଲା ବିହାର କ୍ୟାବିନେଟ ସମ୍ପ୍ରସାରଣ। ମାତ୍ର ଯେତେବେଳେ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ସେତେବେଳେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ ଯେ ତାଙ୍କୁ ଏନେଇ କୌଣସି ଖବର ମିଳିନାହିଁ।
Also Read: Bihar Minister Kartik Kumar: ବିହାର ଆଇନ ମନ୍ତ୍ରଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା
ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଅଗଷ୍ଟ ୧୮ ତାରିଖରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Bihar Deputy Chief Minister Tejashwi Yadav) କହିଥିଲେ ଯେ ୱାରେଣ୍ଟ ଜାରି କରିବା ପରେ କୋର୍ଟ ଗିରଫଦାରୀ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି। ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ଦୋଷୀ ସାବ୍ୟସ୍ତ କରିନାହାଁନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ପାଳନ କରିବୁ। ଅନ୍ୟପଟେ ବିହାର ମହାମେଣ୍ଟ ସରକାରକୁ ବାହ୍ୟ ସମର୍ଥନ ଦେଉଥିବା ସିପିଆଇଏମଏଲ ପକ୍ଷରୁ ଗତ ଅଗଷ୍ଟ ୧୭ ତାରିଖରେ କୁହାଯାଇଥିଲା ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କୁ ତାଙ୍କ ପଦରେ ବଜାୟ ରଖିବା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ।