Bihar Minister Kartik Kumar: ମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ, ଚୁପ ରହିଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1306882

Bihar Minister Kartik Kumar: ମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ, ଚୁପ ରହିଲେ ମୁଖ୍ୟମନ୍ତ୍ରୀ

Bihar CM Nitish Kumar: ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ନିଜେ ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର ନିଜକୁ ବଞ୍ଚାଇବାକୁ ଯାଇ ଏକ ଅବୈଧ ସ୍ପଷ୍ଟୀକରଣ ରଖିଛନ୍ତି। 

Bihar Minister Kartik Kumar: ମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ, ଚୁପ ରହିଲେ ମୁଖ୍ୟମନ୍ତ୍ରୀ

Bihar CM Nitish Kumar: ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ଏକ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ଅପହରଣ ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଗତ ୨୦୧୪ ବର୍ଷରେ ହୋଇଥିବା ବିଲ୍ଡର ଅପହରଣ ମାମଲାରେ ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର ଆରଜେଡି କୋଟାରୁ ମନ୍ତ୍ରୀ ହୋଇଛନ୍ତି। ଏହି ଅପହରଣ ମାମଲା ଦାନାପୁର ଅଞ୍ଚଳରେ ହୋଇଥିବା ବିଲଡର ଅପହରଣ ଘଟଣା ସହ ଜଡ଼ିତ। ମନ୍ତ୍ରୀ କାର୍ତ୍ତିକ କୁମାର ହେଉଛନ୍ତି ଏହି ଘଟଣାରେ ଜଣେ ଅଭିଯୁକ୍ତ। ୱାରେଣ୍ଟ ଜାରି ହେବା ପରେ ମନ୍ତ୍ରୀ କାର୍ତ୍ତିକ କୁମାର ଅଦାଲତରେ ହାଜର ହୋଇନଥିବା ଅଭିଯୋଗ ହୋଇଛି।

ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ହୋଇଥିଲା ବିହାର କ୍ୟାବିନେଟ ସମ୍ପ୍ରସାରଣ (Bihar CabinetExpansion)। ରାଜ୍ୟରେ ହୋଇଥିବା ମନ୍ତ୍ରୀମଣ୍ଡଳରେ ବିସ୍ତାରରେ କାର୍ତ୍ତିକ କୁମାର (Kartik Kumar) ତାଙ୍କ ସହକର୍ମୀଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ ବିହାର ଆଇନ ବିଭାଗ (Bihar Law Department) ଦାୟିତ୍ୱ ମିଳିଥିଲା। ହେଲେ ଏହା ମଧ୍ୟରେ ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ ସରକାରଙ୍କ (Bihar Grand Alliance Govt) ମନ୍ତ୍ରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ପରେ ସମାନଲୋଚନାର ଶୀକାର ହୋଇଛି।

ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ (Bihar CM Nitish Kumar) ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ (Bihar Law Minister Kartik Kumar) ବିରୋଧରେ ଜାରି ହୋଇଥିବା ୱାରେଣ୍ଟ ବାବଦରେ ପଚରା ଯାଇଥିଲା ସେତେବେଳେ ସେ ପ୍ରତିକ୍ରିୟା ରଖି କହିଥିଲେ ଯେ ଆମେ ଏହା ଘଟଣା ବାବଦରେ ଅବଗତ ନାହୁଁ। ଏହା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ।

ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ରାଜ୍ୟର ଏକ ଅଦାଲତ। ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ମନ୍ତ୍ରୀଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିବା ପରେ ବିହାର ମୁଖ୍ୟନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାର ସମାଲୋଚନାର ଶରବ୍ୟ ପାଲଟିଛି। ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ନିଜେ ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର ନିଜକୁ ବଞ୍ଚାଇବାକୁ ଯାଇ ଏକ ଅବୈଧ ସ୍ପଷ୍ଟୀକରଣ ରଖିଛନ୍ତି। 

Also Read: Bihar Minister Kartik Kumar: ବିହାର ଆଇନ ମନ୍ତ୍ରଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ରାଜ୍ୟର ଏକ ଅଦାଲତ ପକ୍ଷରୁ ଗିରଫ ପରୱାନା ଜାରି ହେବା ପରେ ପ୍ରତିକ୍ରିୟା ରଖି ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର ସ୍ପଷ୍ଟୀକରଣ ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ ସେ ସତ୍ୟପାଠରେ ସବୁକିଛି କହିଛନ୍ତି। ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ପରେ ତାଙ୍କୁ କୋର୍ଟ ରେ ମଙ୍ଗଳବାର କୋର୍ଟରେ ହାଜର ହେବାର ଥିଲା। ମାତ୍ର ସେ କୋର୍ଟରେ ହାଜର ହେବା ପରିବର୍ତ୍ତେ ସେ ରାଜ ଭବନରେ ପହଞ୍ଚି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଏହା ସମୟରେ ବିହାର ଦାନାପୁର ଅଦାଲତ ପକ୍ଷରୁ ଜାରି ହୋଇଥିବା ଆଦେଶର ଏକ ନକଲ ସାମ୍ନାକୁ ଆସିଛି। ଯେଉଁଥିରେ ମୋକାମା ଥାନା ପ୍ରଭାରୀଙ୍କୁ ଆଦେଶ ଦିଆଯାଇଛି ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟର ଏହି ଆଦେଶ ଅଗଷ୍ଟ ୧୨ ତାରିଖରେ ଆସିଥିଲା।