Opinion Beat: ହରଡ଼ଘଣାରେ ନୀତିଶ କୁମାର, ବଢୁଛି ତେଜସ୍ୱୀ ଯାଦବଙ୍କ ତେଜ
Alliance Govt in Bihar: ଗୋଟିଏ ପଟେ ବିଜେପି ହାତ ଛାଡିବା ଏବଂ ଅନ୍ୟପଟେ ବିହାର ଭଳି ଏକ ରାଜନୈତିକ ଗୁରୁତ୍ୱ ବହନ କରୁଥିବା ରାଜ୍ୟରେ ନୂଆ ମେଣ୍ଟ ସରକାର ଗଠନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସର୍ତ୍ତମୂଳକ ସହଯୋଗ ନୀତିଶ କୁମାରଙ୍କ ପାଇଁ `ଆସାମାନ ସେ ଗିରା ଖଜୁର ପେ ଅଟକା` ଭଳି ହୋଇଛି।
Bihar Politics: ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ଜଣାଶୁଣା ନୀତିଶ କୁମାର ବିହାରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ଦାବି ହେଉ କିମ୍ବା ଏନଡିଏ ମେଣ୍ଟର ସହଯୋଗୀ ଭାବେ ହେଉ, ବିଭିନ୍ନ ସମୟରେ ଦେଶର ରାଜନୀତିରେ କେନ୍ଦ୍ରରେ ରହି ଆସିଛନ୍ତି। ହେଲେ ଏଥର ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ନୀତିଶ କୁମାର। "ସୁବିଧାବାଦ' ରାଜନୀତିକୁ ସବୁ ସମୟରେ ନିଜକୁ ଠିକ ବୋଲି ପ୍ରଣାଣିତ କରି ଆସିଛନ୍ତି ସେ। ଏଥର ବିଜେପି ଭଳି ଦୀର୍ଘଦିନର ସହଯୋଗୀକୁ ଛାଡ଼ି ଆରଜେଡି, କଂଗ୍ରେସ, ବାମ ଦଳଙ୍କ ହାତ ଧରିବା ନୀତିଶ କୁମାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ନଥିବା ବେଳେ ଆରଜେଡି ସହିତ କ୍ଷମତା ବିକେନ୍ଦ୍ରୀକରଣକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି 'ଘରେ ନ ପଶୁଣୁ ଚାଳ ବାଜିବା ଭଳି ହୋଇଛି'।
ଗୋଟିଏ ପଟେ ବିଜେପି (BJP) ହାତ ଛାଡିବା ଏବଂ ଅନ୍ୟପଟେ ବିହାର ଭଳି ଏକ ରାଜନୈତିକ ଗୁରୁତ୍ୱ ବହନ କରୁଥିବା ରାଜ୍ୟରେ ନୂଆ ମେଣ୍ଟ ସରକାର (Alliance Govt in Bihar) ଗଠନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ (RJD Leader Tejashwi Yadav) ସର୍ତ୍ତମୂଳକ ସହଯୋଗ ନୀତିଶ କୁମାରଙ୍କ (JDU Leader Nitish Kumar) ପାଇଁ 'ଆସାମାନ ସେ ଗିରା ଖଜୁର ପେ ଅଟକା' ଭଳି ହୋଇଛି। ଜେଡିୟୁ ସହ ହେବାକୁ ଯାଉଥିବା ମେଣ୍ଟ ସରକାରରେ ଗୃହ ବିଭାଗ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ପଦ ମାଗିଛି ଆରଜେଡି। ଯଦି ନୀତିଶ କୁମାର ତେଜସ୍ୱୀ ଯାଦବଙ୍କ ପ୍ରସ୍ତାବରେ ସହମତ ହୁଅନ୍ତି ତାହେଲେ ସେ ବିହାର ରାଜନୀତିରେ (Bihar Politics) କ୍ଷମତା ବିହୀନ ମୁଖ୍ୟମନ୍ତ୍ରୀ ହୋଇଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମୋଟ ୨୪୩ ଆସନ ବିଶିଷ୍ଚ ବିହାର ବିଧାସନଭାରେ ନୂତନ ମେଣ୍ଟ ସରକାରରେ ୭୯ ଆରଜେଡି଼, ୪୫ ଜେଡିୟୁ, ୧୯ କଂଗ୍ରେସ, ୧୬ ବାମଦଳ, ୪ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଦଳର ବିଧାୟକଙ୍କୁ ସାମିଲ କଲେ ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୧୬୪। ଯାହା ରାଜ୍ୟ ବିଧାନସଭାରେ କୌଣସି ଦଳକୁ ବହୁମତ ସାବ୍ୟସ୍ତ କରିବା ଲାଗି ଯଥେଷ୍ଟ। ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି କୌଣସି ଦଳକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
Also Read: Bihar Politics: ବିଜେପି-ଜେଡିୟୁ ସମ୍ପର୍କ ଉପରେ ଉଠିଲା ପ୍ରଶ୍ନ, କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ମେଣ୍ଟ?
ତେଜସ୍ୱୀ ଯାଦବ ଏକଥା ଭଲ ଭାବେ ଜାଣନ୍ତି ନୂଆ ମେଣ୍ଟ ସରକାରରେ ଦଳଗତ ଭାବେ ଆରଜେଡି ପାଖରେ ସବୁଠାରୁ ଅଧିକ ବିଧାୟକ ଅଛନ୍ତି। ଯାହାକି ସରକାର ଗଠନ ପାଇଁ ଅପରିହାର୍ଯ୍ୟ। ଆରଜେଡି ବିନା ନୀତିଶ କୁମାର ବିହାର ରାଜନୀତିରେ ମେଣ୍ଟ ସରକାର ଗଠନର ପରିକଳ୍ପନା କରିପାରିବେ ନାହିଁ। ସଂଖ୍ୟାବଳ ଦୃଷ୍ଟିରୁ କ୍ଷମତାର ଏକ ବଡ଼ ଅଂଶ ଜେଡିୟୁ ପାଖରୁ ଦାବି କରିବା ଆରଜେଡି ପକ୍ଷେ ସ୍ୱାଭାବିକ କଥା। ଗୋଟିଏ ପଟେ ବିଡେପି ହାତ ଛାଡି ଦେଇଥିବାରୁ ନୀତିଶ କୁମାରଙ୍କ ପକ୍ଷରେ ପୁଣି ଥରେ ବୁଝାମଣା କରିବା ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଯେତିକି କ୍ଷତିକାରକ ହେବ ଅନ୍ୟପଟରେ ଆରଜେଡି ଦାବି ଗ୍ରହଣ ନ କଲେ ରାଜ୍ୟରେ ସରକାର ଗଠନ ସ୍ୱପ୍ନରେ ରହିଯିବ। ନୀତିଶ କୁମାରଙ୍କ ଅସହାୟତାର ସୁଯୋଗ ନେଇ ନିଜ ଦାବିକୁ ଶାଣିତ କରିଛନ୍ତି ତେଜସ୍ୱୀ ଯାଦବ।
ଆଗାମୀ ଦିନରେ ନୀତିଶ କୁମାରଙ୍କ ସୁବିଧାବାଦ ରାଜନୀତିକୁ ଆୟୁଧ କରି ତେଜସ୍ୱୀ ଯାଦବ ଯେ ନୀତିଶ କୁମାରଙ୍କୁ ଯେ କ୍ଷମତା ରାଜନୀତିରୁ ବାହାର କରିଦେବେ ସେ କଥା କିଏ କହିବ।